ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପେଟିଏମ୍ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲେ RBI, ଫେବ୍ରୁଆରୀ ପରେ ବ୍ୟାଙ୍କିଂ ସେବା ମନା

ମୁମ୍ବାଇ, ୩୧/୦୧: ଅନଲାଇନ୍ ପେମେଣ୍ଟ ସର୍ଭିସ୍ ଯୋଗାଉଥିବା ଅନ୍ୟତମ ଲୋକପ୍ରିୟ କମ୍ପାନୀ ପେଟିଏମକୁ ଝଟକା ଲାଗିଛି । ବୁଧବାର ପେଟିଏମର ଡିଜିଟାଲ୍ ପେମେଣ୍ଟ ଏବଂ ଫାଇନାନ୍ସିଆଲ୍ ସର୍ଭିସ୍ ପ୍ରଦାନ କରୁଥିବା କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଆରବିଆଇ । ଏଣିକି ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ ଲିମିଟେଡ୍ (PPBL) ଆଉ ନୂଆ ଗ୍ରାହକଙ୍କୁ ଯୋଡ଼ି ପାରିବ ନାହିଁ । ଏହି ନିର୍ଦ୍ଦେଶନାମା ତତକ୍ଷଣାତ୍ ଲାଗୁ କରାଯାଇଛି ।

ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ନୂଆ ଗ୍ରାହକ ଯୋଡ଼ିବା ଉପରେ ପ୍ରତିବନ୍ଧକ ଲାଗିବା ସହ ଆରବିଆଇ ଆଉ ଏକ ନିର୍ଦ୍ଦେଶ ଦେଇଛନ୍ତି । ଆରବିଆଇ ନିର୍ଦ୍ଦେଶ ମୁତାବକ, ୨୦୨୪ ଫେବ୍ରୁଆରୀ ୨୯ ପରେ କୌଣସି ବି ଗ୍ରାହକଙ୍କ ଖାତା, ୱାଲେଟ୍ ଓ ଫାସଟ୍ୟାଗରେ ଜମା କିମ୍ବା ଉଠାଣ କରି ପାରିବ ନାହିଁ ପେଟିଏମ୍ ।

ଅର୍ଥାତ୍ ପେଟିଏମ୍ ପେମେଣ୍ଟ ବ୍ୟାଙ୍କରେ ଥିବା ସେଭିଂ ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ, ପ୍ରିପେଡ୍ ଆକାଉଣ୍ଟ, ଫାସଟ୍ୟାଗ୍ ଆଦି ଖାତା ପରିଚାଳନା ଫେବ୍ରୁଆରୀ ୨୯ ପରେ କରାଯାଇ ପାରିବ ନାହିଁ । ତେବେ ଫେବ୍ରୁଆରୀ ୨୯ ପରେ ଗ୍ରାହକ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ସହ ଥିବା ଆକାଉଣ୍ଟରେ ଦେଣନେଣ କରି ପାରିବେ ।

ବ୍ୟାଙ୍କିଂ ପରିଚାଳନା ନିୟମ ୧୯୪୯ ଆଧାରରେ ଆରବିଆଇ ଏହି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଗ୍ରାହକଙ୍କୁ ମିଳିବାକୁ ଥିବା ସୁଧ ଓ କ୍ୟାସବ୍ୟାକ ମିଳିବ ହୋଲି କହିଛନ୍ତି ଆରବିଆଇ । ଆକାଉଣ୍ଟରେ ଜମା ରାଶି ଥିବା ପର୍ଯ୍ୟନ୍ତ ଗ୍ରାହକ ବିଭିନ୍ନ ମାଧ୍ୟମରେ ଅର୍ଥର ଉପଯୋଗ କରି ପାରିବେ । ତା ଉପରେ କୌଣସି ପ୍ରତିବନ୍ଧକ ନାହିଁ । ତେବେ ଫେବ୍ରୁଆରୀ ୨୯ ପରେ ବ୍ୟାଙ୍କିଂ ସେବା ବ୍ୟବହାର କରି ହେବ ନାହିଁ ।

ଆରବିଆଇ ପକ୍ଷରୁ କୁହାଯାଇଛି, ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ସମସ୍ତ ନିୟମ ପାଳନ କରି ନାହିଁ । ଫେବ୍ରୁଆରୀ ୨୯ ସୁଦ୍ଧା କରାଯାଇଥିବା ସମସ୍ତ ନେଣଦେଣକୁ ୨୦୨୪ ମାର୍ଚ୍ଚ ୧୫ ମଧ୍ୟରେ ସେଟଲମେଣ୍ଟ କରିବାକୁ ଆରବିଆଇ ନିର୍ଦ୍ଦେଶ ଦେଇଛନ୍ତି ।

ବୁଧବାର ଆରବିଆଇ ଜାରି କରିଥିବା ପ୍ରତିବନ୍ଧକର ପ୍ରଭାବ ଗୁରୁବାର ପେଟିଏମର ସେୟାର ଉପରେ ପଡ଼ିପାରେ । ସୂଚନାଯୋଗ୍ୟ, ବିଗତ ଦିନରେ ପେଟିଏମ୍ ସେୟାର ୨୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ୍ ପାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.