ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଦୁଡୁକା ବାହାଲ ଦୁଇଟି ସାହିକୁ ମିଳୁନି ପାଇପ ପାଣି, କୂଅ ପାଣି ଭରସାରେ ଲୋକେ…

କାଶୀପୁର ୧୦/୧୧: କାଶୀପୁର ବ୍ଲକ ଦୁଡୁକା ବାହାଲ ପଞ୍ଚାୟତ ସଦରସ୍ଥିତ ବାବୁ ସାହି ଏବଂ ଗୌଡ଼ ସାହିର ପ୍ରାୟ ଚାଳିଶି ପରିବାର ପାଇପ ପାଣି ପାଇବାରେ ବଞ୍ଚିତ ଥିବା ଜଣା ଯାଇଛି । ଫଳରେ ସାହି ବାସିନ୍ଦା କୂଅର ଦୂଷିତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଥିବା କହିଛନ୍ତି । କୌଣସି ଏକ ସ୍ଥାନରେ ପାଇପ ଫାଟି ଥିବାରୁ ଉଠାଣିଆ ସ୍ଥାନରେ ଥିବା ଏହି ସାହିକୁ ପାଣି ଯିବାରେ ସମସ୍ୟା ହେଉଛି। ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ପାଣି ସମସ୍ୟା ନେଇ ଅନେକ ଥର ଗୁହାରି କରିଥିଲେ ସୁଦ୍ଧା ପ୍ରତିକାର ବ୍ୟବସ୍ଥା କରାଯାଉ ନ ଥିବାର ଗ୍ରାମବାସୀ କହିଛନ୍ତି । ଗତ ବର୍ଷ ଦୁଡୁକା ବାହାଲ ଗ୍ରାମରେ ଡ଼ାଇରିଆ ଦେଖା ଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ପଚାଶରୁ ଅଧିକ ଜଣ ଆକ୍ରାନ୍ତ ହୋଇ ଥିଲେ  । ପାନୀୟ ଜଳ ଦୂଷିତ ହେବା କାରଣରୁ ରୋଗ ବ୍ୟାପୀ ଥିବାର ଜଣା ଯାଇଥିଲା । ତଥାପି ଏହି ଗ୍ରାମର ପାନୀୟ ଜଳର ସମସ୍ୟା ପ୍ରତି ବ୍ଲକ ପ୍ରଶାସନ ଗୁରୁତ୍ବ ନ ଦେବା  ଦୁର୍ଭାଗ୍ୟର ବିଷୟ ବୋଲି  ଅଭିଯୋଗ କରାଯାଇଛି । ସାହିରେ ଥିବା କୂଅ ନିକଟରେ ଗଛ ଲତା ଥିବାରୁ ଏହାର ଶୁଖିଲା ପତ୍ର ମାନ କୁଅ ପାଣିରେ ମିଶୁଥିବାରୁ ଜଳ ଦୂଷିତ ହେବାର ଆଶଙ୍କା ରହିଛି । ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ପଦକ୍ଷେପ ଗ୍ରହଣ ନକଲେ ରାସ୍ତା ରୋକ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ସୁନାମଣି ରାୟ ସୁରେଖା ପାତ୍ର, ନିର୍ମଳା ପୂଜାରୀ ତୁଳସୀ ଗୌଡ଼ ପ୍ରମୁଖ ଗ୍ରାମର ମହିଳା ମାନେ କହିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.