ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

‘ଦିଲ୍ଲୀବାସୀ ନିର୍ଣ୍ଣୟ କରି ସାରିଛନ୍ତି AAPକୁ ଦେବେ ୭ ଆସନ’: ଅରବିନ୍ଦ କେଜ୍ରିୱାଲ୍

Published By : Sushanta Sahu | February 11, 2024 8:49 PM

ନୂଆଦିଲ୍ଲୀ, ୧୧/୦୨: ଆଗାମୀ ଲୋକସଭା ନିର୍ବାଚନରେ ଦିଲ୍ଲୀର ୭ ଆସନରେ ଆପ୍ ଏକା ଲଢ଼ିବ ନା କଂଗ୍ରେସ ସହ ଆସନ ବୁଝାମଣା କରିବ ? ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ସିଟ୍ ସେୟାରିଂକୁ ନେଇ ସଂଶୟ ଲାଗି ରହିଥିବା ବେଳେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଦେଇଛନ୍ତି ବଡ଼ ବୟାନ ।

ପଞ୍ଜାବର ନରନତାରନ ରାଲିରେ କେଜ୍ରିୱାଲ୍ କହିଛନ୍ତି, ଦିଲ୍ଲୀବାସୀ ଏଥର ନିଷ୍ପତ୍ତି ନେଇ ସାରିଛନ୍ତି କି ଦିଲ୍ଲୀର ୭ ଲୋକସଭା ଆସନ ଆମ୍ ଆଦମୀ ପାର୍ଟିକୁ ଦେବେ । ବିଜେପି ଡରୁଛି କାଳେ କେନ୍ଦ୍ରରେ ଆପ୍ କ୍ଷମତାକୁ ଆସିଯିବ । କେଜ୍ରିୱାଲ୍ କହିଛନ୍ତି, ବିଜେପି ଏବେ ଆପକୁ ଡରୁଛି । ସମଗ୍ର ଦେଶରେ ଆମ୍ ଆଦମୀ ପାର୍ଟି ସୁଦୃଢ଼ ହେଉଛି । ଆପ୍ ଏବେ ୧୦ ବର୍ଷର ଛୁଆ, ଛୋଟ ଛୁଆ ଏତେ ବଡ଼ ଦଳର ନାକ ରଗଡ଼ି ସାରିଲାଣି । ଆପ୍ ସେମାନଙ୍କୁ ଶୋଇବାକୁ ଦେଉନି । ତାଙ୍କ ସ୍ୱପ୍ନରେ ଆପ୍ ନେତା ଭୂତ ହୋଇ ଆସୁଛନ୍ତି ।

କେଜ୍ରିୱାଲ୍ କହିଛନ୍ତି, ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଯାହା କାମ କରୁଛି, ତାକୁ ରୋକା ଯାଉଛି । ସେଠି ଦିଲ୍ଲୀରେ ବି ଆମକୁ ଅଟକାଉଛନ୍ତି । ଆମ ସରକାର ଯାହା କରିବା ପାଇଁ ଚାହୁଁଛି କରିବାକୁ ଦିଆ ଯାଉ ନାହିଁ । ଆମେ ଛୋଟ ଦଳ ହୋଇ ୧୦ ବର୍ଷରେ ୨ ରାଜ୍ୟରେ କ୍ଷମତାକୁ ଆସିଛୁ । ପଞ୍ଜାବ ଓ ଦିଲ୍ଲୀରେ ସରକାର ଗଢ଼ିଛୁ ।

ଗୁଜରାଟ ଓ ଗୋଆରେ ଆପ୍ ବିଧାୟକ ଅଛନ୍ତି । ଯେଉଁଠି ଲଢ଼ୁଛୁ, ଭୋଟ୍ ମିଳୁଛି । ଏବେ ବିଜେପି ଡରୁଛି କାଳେ କେବେ କେନ୍ଦ୍ରରେ ଆପ୍ ସରକାର ଗଢ଼ି ଦେବ । କେଜ୍ରିୱାଲ୍ କହିଛନ୍ତି, ବିଜେପି ୩୦ ବର୍ଷ ହେଲା ଗୁଜରାଟ, ୧୫ ବର୍ଷ ଧରି ମଧ୍ୟପ୍ରଦେଶରେ ସରକାରରେ ରହିଛି । କିନ୍ତୁ ଭିତ୍ତିଭୂମି ବଦଳୁନି । ଗୋଟିଏ ବିଦ୍ୟାଳୟକୁ ଠିକ୍ କରି ପାରୁ ନାହାନ୍ତି । ଯଦି ସାହାସ ଅଛି, କାମ କରି ଦେଖାଅ ବୋଲି କହିଛନ୍ତି କେଜ୍ରିୱାଲ୍ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.