ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

‘ସେ ଜଣେ ଏକଛତ୍ରବାଦୀ ଶାସକ’; ୪ ଘଣ୍ଟାର ଆଲୋଚନା ପରେ ଜିନ୍‌ପିଙ୍ଗଙ୍କୁ ନେଇ ଏଭଳି କହିଲେ ବାଇଡେନ୍‌

Image Courtesy: moneycontrol

ଓ୍ବାଶିଂଟନ ଡିସି: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଚୀନ୍‌ ରାଷ୍ଟ୍ରପତି ସି ଜିନିପିଙ୍ଗକୁ ‘ଏକଛତ୍ରବାଦୀ ଶାସକ’ ବୋଲି କହିଛନ୍ତି । ଏପିଇସି ସମ୍ମିଳନୀରେ ଦୁଇ ନେତାଙ୍କ ମଧ୍ୟରେ ୪ ଘଣ୍ଟାର ଆଲୋଚନା ପରେ ଜିନପିଙ୍ଗଙ୍କୁ ନେଇ ଏଭଳି କହିଛନ୍ତି ବାଇଡେନ୍‌ । ଦୀର୍ଘ ଘଣ୍ଟାର ଆଲୋଚନା ପରେ ଆପଣ ଏବେ ବି  ସି ଜିନିପିଙ୍ଗଙ୍କୁ ଏକଛତ୍ରବାଦୀ ଶାସକ ବୋଲି ଭାବୁଛନ୍ତି କି ବୋଲି ବାଇଡେନଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ବାଇଡେନ୍‌ କହିଛନ୍ତି, ‘ହଁ ସେ ଡିକ୍ଟାଟର (ଏକଛତ୍ରବାଦୀ ଶାସକ)’ । ସେ ଆହୁରି କହିଛନ୍ତି ଯେ, ଜିନିପଙ୍ଗଙ୍କୁ ଏକଛତ୍ରବାଦୀ ଶାସକ କହିବାର ଅର୍ଥ ସେ ଏମିତି ଜଣେ ନେତା ଯିଏକି ଚଳାଉଥିବା ଦେଶ କମ୍ୟୁନିଷ୍ଟ ଶାସିତ । ଅର୍ଥାତ ଚୀନ୍ ସରକାର ଆମମାନଙ୍କ ଠାରୁ ବିଲକୁଲ ଭିନ୍ନ । 

ଏହା ପୂର୍ବରୁ ବାଇଡେନ୍‌ ଏବଂ ଜିନିପିଙ୍ଗଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । କାଲିଫର୍ଣ୍ଣିଆର ଏକ ହୋଟେଲରେ ହୋଇଥିବା ଏହି ଆଲୋଚନାକୁ ନେଇ ଏବେ ସମଗ୍ର ବିଶ୍ବରେ ଚର୍ଚ୍ଚା ଲାଗିରହିଛି । ବାଇଡେନ୍‌ ଏବଂ ଜିନିପିଙ୍ଗ ଉଭୟ ଦେଶରେ ଲାଗିରହିଥିବା ମତ ପାର୍ଥକ୍ୟକୁ କମ କରିବା ସହ ସଂପର୍କକୁ ସୁଦୃଢ଼ କରିବାକୁ ରାଜି ହୋଇଛନ୍ତି । ଦୁଇ ବିକଶିତ ରାଷ୍ଟ୍ରର ରାଷ୍ଟ୍ରପତିଙ୍କ ଏହି ଆଲୋଚନା ମୁକ୍ତ ଢ଼ଙ୍ଗରେ ହୋଇଛି । ଦୁଇ ନେତାଙ୍କ ମଧ୍ୟରେ ଖୋଲାଖୋଲି ଆଲୋଚନା ହୋଇଥିବା ନେଇ ବାଇଡେନଙ୍କ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । 

ଏହି ବୈଠକରେ ଦୁଇ ନେତା ଦ୍ବିପାକ୍ଷିକ ସମ୍ବନ୍ଧ, ଆଞ୍ଚଳିକ ଏବଂ ମୁଖ୍ୟ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ମଧ୍ୟପ୍ରାଚ୍ୟରେ ଉପୁଜିଥିବା ସଂକଟ, ୟୁକ୍ରେନ୍‌, ତାଇଓ୍ବାନ, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଆର୍ଥିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ବେଳେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡ୍ରଗ୍ସ ଏବଂ ଜଳବାୟୁ ପରିବର୍ତ୍ତନକୁ ନେଇ କଥା ହୋଇଛନ୍ତି ବାଇଡେନ୍‌ ଓ ଜିନପିଙ୍ଗ । ତେବେ ବାଇଡେନ୍‌ଙ୍କ ଅପିଲ କ୍ରମେ ଆମେରିକାରେ ଡ୍ରଗ୍ସ କାରବାର କରୁଥିବା ଚୀନ୍‌ କମ୍ପାନୀଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ   ଜିନପିଙ୍ଗ ରାଜି ହୋଇଥିବା ଜଣାପଡ଼ିଛି ।

ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ସୈନ୍ୟ ସ୍ତରୀୟ ଆଲୋଚନା ଆରମ୍ଭ ହେବା ଉପରେ ଦୁଇ ନେତା ରାଜି ହୋଇଛନ୍ତି । ଏହା ସହ ଦୁଇ ନେତା ଏବେ ପରଷ୍ପର ସହ ଫୋନ୍‌ରେ କଥା ହେବେ ବୋଲି ଜଣାପଡ଼ିଛି । ବାଇଡେନ୍‌ କଲ କଲେ ଜିନିପିଙ୍ଗ କଥା ହେବେ ଏବଂ ଜିନପିଙ୍ଗ ଫୋନ୍‌ କଲେ ଏଣିକି ବାଇଡେନ୍‌ କଥା ହେବେ। ଏହା ହିଁ ଉନ୍ନତ୍ତିର ପ୍ରକୃତ ମାଧ୍ୟମ ହୋଇପାରିବ ବୋଲି ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ।

 

 

  • Xi Jinping
  • joe biden
  • Copyright © 2022 - Summa Real Media Private Limited. All Rights Reserved.