ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେପି ଶିବିରରେ ଉତ୍ସାହ, ଏବେଠୁ ଓଡ଼ିଶାରେ ପ୍ରସ୍ତୁତି ଆରମ୍ଭ: ଫେବ୍ରୁଆରୀରେ ଦୁଇଥର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର,୨୯/୦୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଫେବ୍ରୁଆରୀରେ ଦୁଇଥର ଓଡ଼ିଶା ଆସିବେ । ମୋଦି ୩ ତାରିଖରେ ସମ୍ବଲପୁର ଓ ୧୦ ତାରିଖରେ ଭୁବନେଶ୍ୱର ଆସିବେ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି । ୩ ତାରିଖରେ ସମ୍ବଲପୁର ଆସି ସେଠାରେ ଆଇଆଇଏମ୍‌ର ସ୍ଥାୟୀ କ୍ୟାମ୍ପସକୁ ଲୋକାର୍ପିତ କରିବେ । ପରେ ରେମେଡ୍‌ ପଡ଼ିଆରେ ଅନୁଷ୍ଠିତ ବିରାଟ ସଭାରେ ଦେଢ଼ ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରଧାନମନ୍ତ୍ରୀ ସମ୍ୱୋଧନ କରିବେ । ଦଳ ଉତ୍ସାହିତ ହୋଇ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ । 

ଏହାପରେ ପୁଣି ୧୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ଏଥର ପଶ୍ଚିମ ଓଡ଼ିଶାରେ ସଭା ନ କରି ସିଧା ରାଜଧାନୀ ଭୁବନେଶ୍ୱରରେ ବିଶାଳ ମହିଳା ସମାବେଶରେ ଯୋଗ ଦେବେ । ଏହି ସମାବେଶରେ ୧୪ ରାଜ୍ୟରୁ ୨୫ ହଜାର ମହିଳା ଏକାଠି ହେବେ । ଏ ସଭାରେ ମୋଦି ହାଣ୍ଡିଶାଳ ଭୋଟବ୍ୟାଙ୍କ ଭିଡ଼ିବାକୁ ସବୁପ୍ରକାର କୌଶଳ ଆଦରି ପାରନ୍ତି ବୋଲି ସୂଚନା ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରେ ବିଜେପି ଆଉ ପଛକୁ ଫେରି ଚାହିଁବନି ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି । 

ଯାହା ଜାନୁଆରୀ ୧୬ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା । ହେଲେ ସ୍ୱାସ୍ଥ୍ୟ ବିଭାଗ ଆବେଦନର ସମୟ ଜାନୁଆରୀ ୨୬ ତାରିଖ ବଢାଇଥିଲା । ଏହାପରେ ରବିବାର ପୁନଶ୍ଚ ଏ ଉପରେ ବିଚାର କରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଫେବ୍ରୁଆରୀ ୮ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣର ସମୟ ବୃଦ୍ଧି କରାଯାଇଛି । 

ଉଲ୍ଲେଖଯୋଗ୍ୟ ଯେ ବିଏସ୍‌କେୱାଇ ଯୋଜନାର ଏହା ହେଉଛି ତୃତୀୟ ପର୍ଯ୍ୟାୟ । ଏହି ପର୍ଯ୍ୟାୟରେ ବିଏସ୍‌କେୱାଇରୁ ବଞ୍ଚିତ ହୋଇଥିବା ଗ୍ରାମାଞ୍ଚଳର ଲୋକଙ୍କୁ ଜଟିଳ ରୋଗ ପାଇଁ ଘରୋଇ ଚିକିତ୍ସାଳୟରେ କ୍ୟାସ୍‌ଲେସ୍‌ ସୁବିଧା ଯୋଗାଇଦିଆଯିବ । ଏହି ପର୍ଯ୍ୟାୟରେ କେବଳ ସରକାରୀ କର୍ମଚାରୀ, ଆୟକରଦାତାଙ୍କୁ ବାଦ୍‌ ଦେଇ ଗ୍ରାମାଞ୍ଚଳର ଯେଉଁ ପରିବାର ସ୍ୱାସ୍ଥ୍ୟ କାର୍ଡ ଅଧୀନରେ ନାହାନ୍ତି ସେମାନଙ୍କୁ ଯୋଡ଼ାଯିବ । ସେମାନେ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ପଞ୍ଜିକୃତ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ପାଇବେ । ଏହି ତୃତୀୟ ପର୍ଯ୍ୟାୟ ସଂପ୍ରସାରଣରେ ରାଜ୍ୟର ୧ କୋଟି ୧୦ଲକ୍ଷରୁ ଅଧିକ ପରିବାର ରହିଛନ୍ତି । ଯାହାକି ରାଜ୍ୟର ଲୋକସଂଖ୍ୟାର ମୋଟ ୯୦ପ୍ରତିଶତ ଅଟେ । ସେମାନେ ସମସ୍ତେ ବିଏସ୍‌କେୱାଇ-ନବୀନ କାର୍ଡ ଜରିଆରେ ଉତ୍ତମ ଚିକିତ୍ସା ସୁବିଧା ପାଇବେ ।

  • prameyanews
  • PrameyaOdia
  • prameya
  • General Election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.