ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ପଞ୍ଜାବ ରାଜ୍ୟପାଳ ପଦରୁ ବନୱରିଲାଲ୍ ପୁରୋହିତଙ୍କ ଇସ୍ତଫା, କହିଲେ ‘କାରଣ ବ୍ୟକ୍ତିଗତ’

Published By : Sushanta Sahu | February 3, 2024 4:44 PM

ଚଣ୍ଡିଗଡ଼, ୦୩/୦୨: ପଞ୍ଜାବ ରାଜ୍ୟପାଳ ବନୱରିଲାଲ୍ ପୁରୋହିତ ଶନିବାର ପଦରୁ ଇସ୍ତଫା ଦେଇଛନ୍ତି । କହିଛନ୍ତି, ମୁଁ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛି । ଶନିବାର ବନୱରିଲାଲ୍ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଠାଇ ଦେଇଛନ୍ତି । ବନୱରିଲାଲ୍ ପୁରୋହିତ ପଞ୍ଜାବ ରାଜ୍ୟପାଳ ସହ କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ଼ର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ।

ନିକଟରେ ଅନୁମୋଦତ ନ ହୋଇ ପଡ଼ି ରହିଥିବା ବିଲ୍‌କୁ ନେଇ ଭଗୱନ୍ତ ମନଙ୍କ ନେତୃତ୍ୱାଧୀନ ପଞ୍ଜାବର ଆପ୍ ସରକାର ସହ ରାଜ୍ୟପାଳ ବନୱରିଲାଲ୍ ପୁରୋହିତ ମୁହାଁମୁହିଁ ହୋଇଥିଲେ । ଘଟଣାର କିଛି ମାସ ପରେ ପଞ୍ଜାବ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ବନୱରିଲାଲ୍ ପୁରୋହିତ । 

୨୦୨୩ ନଭେମ୍ବର ୧୦ ତାରିଖରେ ସର୍ବୋଚ୍ଚ ଅଦାଲତ ବନୱରିଲାଲଙ୍କୁ ସମାଲୋଚନା କରିଥିଲେ । ପଞ୍ଜାବ ବିଧାନସଭାରେ ୫ଟି ବିଲ୍ ପାରିତ ହୋଇଥିବା ବେଳେ ମଞ୍ଜୁରୀ ଦେଇ ନଥିଲେ ରାଜ୍ୟପାଳ । ଯାହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ । 

ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଜଷ୍ଟିସ୍ ଜେବି ପର୍ଦିୱାଲା, ମନୋଜ ମିଶ୍ରଙ୍କ ଖଣ୍ଡପୀଠ କହିଥିଲେ, ତୁମେ ନିଆଁ ସହ ଖେଳୁଛ । ପଞ୍ଜାବ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝାକୁ ନେଇ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିଥିଲେ ।

ନଭେମ୍ବର ୨୩ରେ ସୁପ୍ରିମକୋର୍ଟ କହିଥିଲେ, ରାଜ୍ୟପାଳ ରାଜ୍ୟର ନାମମାତ୍ର ମୁଖ୍ୟ । ବିଧାନସଭାରେ ପାରିତ ବିଲ୍‌କୁ ରାଜ୍ୟପାଳ ପକାଇ ରଖି ପାରିବେ ନାହିଁ । ଏପରିକି ବିଧାନସଭାରେ ପାରିତ ବିଲକୁ ଅଟକାଇବା ଲାଗି ସାମ୍ବିଧାନିକ କ୍ଷମତାର ପ୍ରୟୋଗ କରାଯାଇ ପାରିବ ନାହିଁ ବୋଲି କହିଥିଲେ ସର୍ବୋଚ୍ଚ ଅଦାଲତ ।

ଶୁକ୍ରବାର ବନୱରିଲାଲ୍ ପୁରୋହିତ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଚଣ୍ଡିଗଡ଼ରେ ଭେଟିଥିଲେ । ଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜେପିର ବିଜୟ ପରେ ଅମିତ ଶାହଙ୍କୁ ଭେଟିଥିଲେ ରାଜ୍ୟପାଳ । କଂଗ୍ରେସ-ଆପ୍ ପ୍ରାର୍ଥୀଙ୍କୁ ହରାଇ ବିଜେପି ୩ଟି ଯାକ ଆସନ ଅକ୍ତିଆର୍ କରିଥିଲା । ଯାହାକୁ ନେଇ ବାଲଟ୍ ରିଗିଂ ଅଭିଯୋଗ ଆଣିଥିଲେ ଆପ୍-କଂଗ୍ରେସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.