ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ଜଙ୍ଗଲରେ ଜୁଆ ଆଡ୍ଡା ଚାଲିଥିବା ବେଳେ ଚଢାଉ, ୫ ଜୁଆଡ଼ି ଗିରଫ

ଟାଙ୍ଗୀ, ୦୧/୦୯ : ଜଙ୍ଗଲରେ ଜୁଆ ଆଡ୍ଡା ଚାଲିଥିବା ବେଳେ ପୋଲିସର ଚଢାଉ। ଗୁରୁବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା କମାଗୁରୁ ବେଲପଦା ଠାରେ ଜୁଆ ଖେଳ ଚାଲିଥିବା ବେଳେ ଜଙ୍କିଆ ପୋଲିସ ଚଢାଉ କରିଥିଲା। ଏହି ସମୟରେ ୫ ଜୁଆଡ଼ିଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ନିକଟରୁ ୨୭୯୦ ଟଙ୍କା, ୧୦ଟି ବାଇକ, ମୋବାଇଲ ଫୋନ୍  ଜବତ ହୋଇଛି।

ସୂଚନାନୁଯାୟୀ, ଜଙ୍କିଆ ଥାନା ଅନ୍ତର୍ଗତ କମାଗୁରୁ ବେଲପଦା ଠାରେ ଜୁଆ ଖେଳ ଚାଲିଥିବା ନେଇ ପୋଲିସ କୌଣସି ସୁତ୍ରରୁ ଖବର ପାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ରେଡ୍ କରିଥିଲା। ଘଟଣାସ୍ଥଳରୁ ୫ ଜୁଆଡିଙ୍କୁ କାବୁ କରାଯାଇଥିବା ବେଳେ ଆଉ ୫ ଜୁଆଡ଼ି ଖସି ପଳାଇଥିଲେ। ତେବେ ପୋଲିସ ସେମାନଙ୍କ ବାଇକ ଜବତ କରିଛି । ଗିରଫ ଜୁଆଡି ମାନେ ହେଲେ ଟାଙ୍ଗୀ ଥାନା ଓ କଣାସ ଥାନା ଅଞ୍ଚଳର ଯୁଧିଷ୍ଠିର ନାୟକ, କାଳୁ କୁମାର ଦାଶ, ମାନସ ପ୍ରଧାନ, ସଂଗ୍ରାମ ଛୋଟରାୟ ଓ କୁମର ରାଉତ। ଏନେଇ ଜଂକିଆ ଥାନାରେ ୨୮୯/୨୩ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ଥାନା ନିରୀକ୍ଷକ।


PrameyaOdia
prameyanews
prameya

Copyright © 2022 - Summa Real Media Private Limited. All Rights Reserved.