ପ୍ରମୁଖ ଖବର
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୁତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ବିଜୟ ଦେବରକୋଣ୍ଡାଙ୍କୁ ପ୍ରଶଂସା କଲେ ରଶ୍ମିକା, କହିଲେ-'ସେ ମୋର ସବୁଠୁ ବଡ଼ ସମର୍ଥକ'

ନୂଆଦିଲ୍ଲୀ ୦୫/୦୨: ନିକଟରେ ରଣବୀର କପୁରଙ୍କ ସହ ‘ଆନିମଲ୍‌’ରେ ନଜର ଆସିଥିବା ଅଭିନେତ୍ରୀ ରଶ୍ମିକା ମନ୍ଦନା ସାଉଥ୍‌ ଷ୍ଟାର ବିଜୟ ଦେବରକୋଣ୍ଡାଙ୍କୁ ଡେଟ୍‌ କରୁଥିବା ଢେର୍‌ ଦିନ ହେଲା ଚର୍ଚ୍ଚା ଚାଲିଛି । ଯଦିଓ ସେମାନେ ଅଦ୍ୟାବଧି ଏହି ସଂପର୍କକୁ ସ୍ୱୀକାର କରିନାହାନ୍ତି ତେବେ ଅଧିକାଂଶ ସମୟରେ ଏହି ଦମ୍ପତିଙ୍କୁ ସାଙ୍ଗରେ ଛୁଟି କଟାଇବା ତଥା ସମୟ ବିତାଇବାର ଦେଖାଯାଇଥାଏ । ଏଭଳିସ୍ଥଳରେ ନିକଟରେ ଏକ ସାକ୍ଷାତକାରରେ ରଶ୍ମିକା ବିଜୟଙ୍କୁ ଭୂରିଭୂରି ପ୍ରଶଂସା କରିଛନ୍ତି । 

ରଶ୍ମିକା କହିଛନ୍ତି, ବିଜୟ ମୋର ସବୁଠୁ ବଡ଼ ସମର୍ଥକ । ମୋ ଜୀବନର ପ୍ରତି ଗୁରୁତ୍ୱପୂର୍ଣ୍ଣ କଥାରେ ମୁଁ ତାଙ୍କର ପରାମର୍ଶ ନିଏ ।ସେ ବି ସହଜରେ ‘ହଁ’ କରିଦେବା ଭଳି ଲୋକ ନୁହନ୍ତି । ସବୁବେଳେ ରୋକଠୋକ୍‌ କଥା କହନ୍ତି । ମୋତେ ସୁହାଇବା ଭଳି କଥା ନ କହି ଯାହା ଠିକ୍‌ ସେଥିନେଇ ପରାମର୍ଶ ଦିଅନ୍ତି । ସେ ମୋତେ ବ୍ୟକ୍ତିଗତ ଭାବେ ବହୁତ ସମର୍ଥନ କରିଛନ୍ତି । ସେ ହେଉଛନ୍ତି ଏମିତି ଜଣେ ବ୍ୟକ୍ତି ଯାହାଙ୍କୁ ମୁଁ ପ୍ରକୃତରେ ବହୁତ ସମ୍ମାନ ଦିଏ ।

୨୦୧୮ରେ ମୁକ୍ତିଲାଭ କରିଥିବା ‘ଗୀତଗୋବିନ୍ଦମ୍‌’ ଫିଲ୍ମ ସେଟ୍‌ରେ ରଶ୍ମିକା ଏବଂ ବିଜୟ ପରସ୍ପରର ନିକଟତର ହୋଇଥିବା କୁହାଯାଇଥାଏ । ସେହି ଫିଲ୍ମକୁ ଦର୍ଶକମାନେ ମଧ୍ୟ ବହୁତ ପସନ୍ଦ କରିଥିଲେ । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ରଶ୍ମିକାଙ୍କୁ ଆଗକୁ ‘ପୁଷ୍ପା ୨: ଦ ରୁଲ୍‌’, ‘ରେନ୍‌ବୋ’, ‘ଦ ଗାର୍ଲଫ୍ରେଣ୍ଡ’ ଭଳି ଫିଲ୍ମରେ ଦେଖିବାକୁ ମିଳିବ । ଭିକି କୌଶଲଙ୍କ ସହିତ ‘ଛାବା’ରେ ବି ନଜର ଆସିବେ ରଶ୍ମିକା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.