ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଠରାଠରିରୁ ଗଢି ଉଠିଲା ପ୍ରେମ, ସମ୍ପର୍କରେ ପଡିଲା ହାତଗଣ୍ଠି: ରୁକ୍ମିଣୀଙ୍କ ହାତ ଧରିଲେ ମହେଶ୍ୱର

ବାହାନଗା,୦୫/୦୨: ବାହାନଗା ବ୍ଲକ କସବାଜୟପୁର ପଞ୍ଚାୟତ ଜିରତାଳ ଗ୍ରାମର ଯୁବକ ମହେଶ୍ୱର ମଲିକ ମହାନତା ଦେଖାଇଛନ୍ତି । ପ୍ରେମ କେବେ, କେଉଁଠି, କେତେବେଳେ  ହୋଇଥାଏ ତାହା ସମସ୍ତଙ୍କୁ ଅଗୋଚର । ଜାତି, ଗୋତ୍ର ବି ଦେଖେନା । ଯାହାକି ଦେଖିବାକୁ ମିଳିଛି ଜିରତାଳ ଗ୍ରାମରେ ।  

କୋଚିଆକୋଇଲି ଗ୍ରାମର ବାବୁ ମଲିକଙ୍କ ଝିଅ ରୁକ୍ମିଣୀ ମଲିକ ଜନ୍ମରୁ ମୂକ-ବଧିର । ଦୁଇ ବର୍ଷ ପୂର୍ବେ ଏକ ବିବାହ ଉତ୍ସବରେ ମହେଶ୍ୱରଙ୍କ ସହ ରୁକ୍ମିଣୀଙ୍କର ଦେଖା ହୋଇଥିଲା । ଠରାଠରିରୁ ପରସ୍ପରଙ୍କ ମଧ୍ୟରେ ଗଢି ଉଠିଲା ପ୍ରେମ ସମ୍ପର୍କ । ଉଭୟ ପରିବାର ଲୋକ ଜାଣିବା ପରେ ସମସ୍ତଙ୍କ ସହମତି କ୍ରମେ ରୀତିନୀତି  ଅନୁସାରେ ରବିବାର ଉଭୟ ବିବାହ ବନ୍ଧନରେ ବାନ୍ଧି ହେଲେ ।  ବାହାନଗାସ୍ଥିତ ଲକ୍ଷ୍ମୀନାରାୟଣ ଦୁର୍ଗା ମନ୍ଦିରରେ ଉଭୟ ପରିବାରର  ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଛି ।  ମହେଶ୍ୱର, ରୁକ୍ମିଣୀଙ୍କୁ ଗ୍ରାମବାସୀମାନେ ଆଶୀର୍ବାଦ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.