ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଡେଡ୍ ଲାଇନ୍‌ ସରିବା ପରେ ବି ସରିନି କାମ, ଧିମେଇ ଚାଲିଛି କ୍ୟାପିଟାଲ ହସ୍ପିଟାଲ ଟ୍ରମା କେୟାର ସେଣ୍ଟର ନିର୍ମାଣ

ଭୁବନେଶ୍ୱର,୨୯/୦୧: କ୍ୟାପିଟାଲ ହସ୍ପିଟାଲରେ ନିମାଣାଧୀନ  ‘ଟ୍ରମା କେୟାର’ ବିଲ୍ଡିଂ କାର୍ଯ୍ୟ ମନ୍ଥର ଗତିରେ । ଉକ୍ତ ବିଲ୍ଡିଂ କାର୍ଯ୍ୟ ଶେଷ ପାଇଁ ସମୟସୀମା ଡିସେମ୍ବରକୁ ଧାର୍ଯ୍ୟ ହୋଇଥିଲା । ହେଲେ  କାର୍ଯ୍ୟ ସରିଲା ନାହିଁ । ଫେବ୍ରୁଆରୀ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ  ପୂର୍ତ୍ତ ବିଭାଗ ଏଲ୍‌ ଆଣ୍ଡ ଟି କମ୍ପାନିକୁ ତାଗିଦ୍‌ କରିଛି । ଟେଣ୍ଡର ସର୍ତ୍ତ  ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛି । ୮୦ କୋଟି ବ୍ୟୟ  ବରାଦ ଉପରେ ଆଧାରିତ ଜି-୫ ବିଶିଷ୍ଟ ବିଲ୍ଡିଂରେ ନିର୍ମାଣ ହେବାକୁ  ଥିଲାବେଳେ ବର୍ତ୍ତମାନ ୫ମ’ ମହଲା କାର୍ଯ୍ୟ ଚାଲିଛି । 

ସେହିପରି ହସ୍ପିଟାଲରେ ରୋଗୀଙ୍କ ସାଥୀରେ ଆସୁଥିବା  ସମ୍ପର୍କୀୟ ବା ପରିବାର ବର୍ଗଙ୍କୁ ରହିବା ପାଇଁ ‘ଆଟେଣ୍ଡାଣ୍ଟ୍‌  ରେସିଡେଣ୍ଡ’ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହୋଇଛି । ୪ମାସ ଭିତରେ  ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ୫  ମହଲା ବିଶିଷ୍ଟ ଆଟେଣ୍ଡାଣ୍ଟ୍‌ ରେସିଡେଣ୍ଡ’ ପାଇଁ ୬ କୋଟି ୫୦ଲକ୍ଷ  ଟଙ୍କା ବ୍ୟୟବରାଦ କରାଯାଇଛି। ଏହା କାର୍ଯ୍ୟକ୍ଷମ ହେଲେ ରୋଗୀ  ସମ୍ପର୍କୀୟମାନେ ରହିବା ସୁବିଧା ପାଇବେ । 

ଏହାବ୍ୟତୀତ ପିଜିଆଇ  ଆଡମିଶନ୍‌ ବ୍ଲକ୍‌, ଏସ୍‌ଆରଡି ବ୍ଲକ୍‌, ଛାତ୍ରଛାତ୍ରୀ ନିବାସ ଆଦି  ନିର୍ମାଣାଧୀନ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବ ନାହିଁ  ବୋଲି ପୂର୍ତ୍ତ ବିଭାଗ କହିଛି । ବର୍ତ୍ତମାନ ପିଜିଆଇ ଆଡମିଶନ୍‌ ବ୍ଲକ୍‌,  ଏସ୍‌ଆରଡି ବ୍ଲକ୍‌, ଛାତ୍ରଛାତ୍ରୀ ନିବାସ କାର୍ଯ୍ୟ ୮୦% ଶେଷ ହୋଇଛି ।  ଏଥିପାଇଁ ମୋଟ୍‌ ୨୩୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.