ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ସୋଆ ପକ୍ଷରୁ ଆରମ୍ଭ ହେଲା ଭାଷାକେନ୍ଦ୍ର, ବିଦେଶୀ ଭାଷା ଶିଖିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ ଫ୍ରେଞ୍ଚ, ସ୍ୱାହିଲି ଓ ଆରବିକ୍‌ ଭଳି ବିଦେଶୀ ଭାଷା ଗୁଡ଼ିକୁ ଶିକ୍ଷା କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଏକ ଭାଷା କେନ୍ଦ୍ର ଆରମ୍ଭ କରାଯାଇଛି । ସୋଆ ସେଂଟର ଫର ଲାଙ୍ଗୁଏଜେସ୍‌ ଭାବେ ନାମିତ ଏହି କେନ୍ଦ୍ରକୁ ଶନିବାର ଉଦ୍‌ଘାଟନ କରାଯାଇଥିବା ବେଳେ ଏଠାରେ ପାଠ ପଢ଼ୁଥିବା ବିଦେଶୀ ଛାତ୍ରଛାତ୍ରୀମାନେ ଏହି ୩ଟି ଭାଷାରେ ପ୍ରଶିକ୍ଷଣ ଦେବେ । 

ଏହି କେନ୍ଦ୍ରକୁ ସୋଆର କୁଳାଧିପତି ପ୍ରଫେସର (ଡାକ୍ତର) ଅମିତ ବାନାର୍ଜୀ ଉଦ୍‌ଘାଟନ କରିଥିଲେ । ଏହି କେନ୍ଦ୍ରର ଗୁରୁତ୍ୱ ସମ୍ପର୍କରେ ତଥ୍ୟ ଉପସ୍ଥାପନା କରି ସେ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଏହି କେନ୍ଦ୍ରରେ ମାଣ୍ଡାରିନ୍‌, ଜାପାନିଜ୍‌ ଓ ସ୍ପାନିସ୍‌ ଭଳି ଭାଷା ଶିଖି ପାରିବେ । ପରବର୍ତୀ ସମୟରେ ଏହି କେନ୍ଦ୍ରରେ ଡୋଙ୍ଗ୍‌ଖା (ଭୁଟାନ୍‌), ବଙ୍ଗଳା, ତାମିଲ୍‌ ଓ ହିନ୍ଦୀ ଭାଷାର ପ୍ରଶିକ୍ଷଣ ମଧ୍ୟ ଦିଆଯିବ ବୋଲି ସେ କହିଥିଲେ ।

 ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗର ପିଏଚ୍‌ଡି ଗବେଷକ କେଙ୍ଗୁରୁକା ସିଡୋଏନ୍‌, କମ୍ପ୍ୟୁଟର ସାଇନ୍ସରେ ଅଧ୍ୟୟନ କରୁଥିବା ଜନ୍‌ ମୁଲୁଙ୍ଗି ଓ ବିଫାର୍ମା ର ଛାତ୍ର ଜାଫର୍‌ ଇବ୍ରାହିମ୍‌ ଅଲ୍‌କାଦି ଯଥାକ୍ରମେ ଫ୍ରେଞ୍ଚ, ସ୍ୱାହିଲି ଓ ଆରବିକ୍‌ ଭାଷାରେ ପ୍ରଶିକ୍ଷଣ ଦେବେ । ସେହିପରି ଅନ୍ୟ ଛାତ୍ର  କମ୍‌ଗା କାପ୍‌ଚେ ମାଇକେଲ୍‌ ବେନେଡିକ୍‌ଟ୍‌ (ଫ୍ରେଞ୍ଚ), ଆୟା ନସ୍‌ରେଦିନ୍‌ ଆଲଡୋମ୍‌ ଇବ୍ରାହିମ୍‌ ଲିଡିଆ ଓ ତାରେକ୍‌ (ସମସ୍ତେ ଆରବିକ୍‌) ମଧ୍ୟ ଏହି କେନ୍ଦ୍ରରେ ଶିକ୍ଷାଦାନ କରିବେ । ସ୍ୱାହିଲି ଭାଷା ଆଫ୍ରିକୀୟ ଦେଶଗୁଡ଼ିକରେ ପ୍ରଚଳିତ ।

ଏହି କାର୍ଯ୍ୟକ୍ରମରେ ସୋଆର ଫ୍ୟାକଲ୍ଟି ଅଫ୍‌ ମ୍ୟାନେଜମେଂଟ ସାଇନ୍‌ସେସ୍‌ର ଡିନ୍‌ ପ୍ରଫେସର ଅନୁପ କୁମାର ସାମନ୍ତରାୟ ଓ ୟୁନିଭର୍ସିଟି ଆଉଟରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଉପସ୍ଥିତ ଥିଲେ ।

  • SOA-
  • Copyright © 2022 - Summa Real Media Private Limited. All Rights Reserved.