ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମଙ୍ଗୁ ମଠର ସ୍ଥିତି ଅନୁଧ୍ୟାନ କଲେ ସର୍ଦ୍ଦାର ଇକବାଲ୍ ସିଂ ଲାଲପୁରା ଓ ପ୍ରତିନିଧି ମଣ୍ଡଳୀ

ପୁରୀ, ୦୬/୧୨ : ପୁରୀରେ ଜାତୀୟ ସଂଖ୍ୟାଲଘୁ କମିଶନ ଅଧ୍ୟକ୍ଷ ସର୍ଦ୍ଦାର ଇକବାଲ୍ ସିଂ ଲାଲପୁରା। ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଥିବା ମଙ୍ଗୁ ମଠର ସାମ୍ପ୍ରତିକ ସ୍ଥିତି ନେଇ ସର୍ଦ୍ଦାର ଇକବାଲ୍ ସିଂ ଲାଲପୁରା ଓ ତାଙ୍କ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି। ସ୍ଥାନୀୟ ସର୍କିଟ୍ ହାଉସ୍ ଠାରେ ଗୁରୁଦ୍ୱାର କମିଟି ଓ ପ୍ରଶାସନ ସହ ମଙ୍ଗୁ ମଠ ସ୍ଥିତି ସମ୍ପର୍କରେ ଏହି ଆଲୋଚନା ହୋଇଥିଲା। ପରେ ମଙ୍ଗୁ ମଠର ସ୍ଥିତି କିଭଳି ରହିଛି ସେନେଇ ମଧ୍ୟ ଅନୁଧ୍ୟାନ କରିଥିଲେ ଅଧ୍ୟକ୍ଷ ଓ ଟିମ୍। 

ମଙ୍ଗୁ ମଠ ଭଙ୍ଗା ଯାଇଥିବା ନେଇ ଗତ ୨୦୧୯ ମସିହାରେ କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗୁ ମଠର ଗାଦିଘର, ବିଜେସ୍ଥଳୀ ଅକ୍ଷୁର୍ଣ୍ଣ ରଖାଯିବା ସହ ନବୀକରଣ କରାଯାଉଥିବା ନେଇ ସୂଚନା ଦିଆଯାଇଥିଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ମଙ୍ଗୁ ମଠ ଉଛେଦ ପ୍ରସଙ୍ଗକୁ ନେଇ ଗତ ୨୦୧୯ ରେ ତତ୍କାଳୀନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଟୁଇଟ କରି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ମଠର ସଂରକ୍ଷଣ ପାଇଁ ଚିଠି ଲେଖିଥିଲେ। ଫଳରେ ଗୁରୁଦ୍ୱାରର ୧୦ ଜଣିଆ ସଦସ୍ୟ ପୁରୀରେ ପହଞ୍ଚି ମଙ୍ଗୁ ମଠର ସ୍ଥିତି କିଭଳି ଅଛି ଏବଂ ପୁନରୁଦ୍ଧାର କାର୍ଯ୍ୟ କିଭଳି କରାଯାଉଛି ସେନେଇ ପ୍ରଶାସନିକ ଅଧିକାରୀମାନେ ସୂଚନା ଦେଇଥିଲେ। ତେବେ ମଠର‌ ପୁନରୁଦ୍ଧାର ଓ ବିକାଶ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି କମିଶନ ଅଧ୍ୟକ୍ଷ ସର୍ଦ୍ଦାର ଇକବାଲ୍ ସିଂ ଲାଲପୁରା ଏବଂ ତାଙ୍କ ଟିମ୍।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.