ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସତ୍ୟନଗର ଶ୍ମଶାନର ହେବ ନବକଳେବର, ଶବଦାହ ପାଇଁ ସାଧାରଣ ଚୁଲି ସହ ଗ୍ୟାସ୍‌ ଚୁଲି ରହିବ

ଭୁବନେଶ୍ୱର,୦୨/୧୨: ସତ୍ୟ ନଗର ଶ୍ମଶାନର ହେବ ଉନ୍ନତିକରଣ । ଅତ୍ୟାଧୁନିକ ପ୍ରଣାଳୀରେ ହେବ ଶବ ସଂସ୍କାର । ଏଥିସହ ଏଠାରେ କର୍ମଚାରୀଙ୍କ ରହିବା ପାଇଁ ଅଫିସ, ସାଧାରଣ ଲୋକଙ୍କ ପାଇଁ ଶୌଚାଳୟ, ବିଶ୍ରାମଗାର, ଷ୍ଟୋର, ସିକ୍ୟୁରିଟି ରୁମ୍‌ ଆଦି ବ୍ୟବସ୍ଥା କରାଯିବ। ଶବଦାହ ପାଇଁ ସାଧାରଣ ଚୁଲି ସହ ଗ୍ୟାସ୍‌ ଚୁଲି ମଧ୍ୟ ରହିବ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)  ପକ୍ଷରୁ କୁହାଯାଇଛି । ଏହି ପ୍ରକଳ୍ପ ପାଇଁ ୨ କୋଟି ୩୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । 

ଶୁକ୍ରବାର ଶ୍ମଶାନର ଉନ୍ନତିକରଣ ପାଇଁ ଶୁଭ ଦିଆଯାଇଛି । କାର୍ଯ୍ୟକ୍ରମରେ  ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ କହିଛନ୍ତି, ଏହି  ଶ୍ମଶାନକୁ ଅଧିକ ଉପଯୋଗୀ କରିବା ଲକ୍ଷ୍ୟ ରଖି ନବୀକରଣ କରାଯିବ । ମେୟର  ସୁଲୋଚନା ଦାସ କହିଛନ୍ତି, ଏହି ପ୍ରକଳ୍ପ ପାଇଁ ୨ କୋଟି ୩୬ ଲକ୍ଷ ଟଙ୍କା ବ୍ୟୟ  ବରାଦ କରାଯିବ । 

ସୂଚନାଯୋଗ୍ୟ, ବିଏମ୍‌ସି ଅଞ୍ଚଳରେ ମୋଟ ୪୨ଟି ଶ୍ମଶାନ  ରହିଛି । ପଟିଆ ଓ ଜାଗମରାରେ ଅବସ୍ଥିତ ଶ୍ମଶାନରେ ଗ୍ୟାସ ଚୁଲି ରହିଛି । ଆଗରୁ ସତ୍ୟନଗର ଶ୍ମଶାନରେ ବୈଦ୍ୟୁତିକ ଶବଦାହ ବ୍ୟବସ୍ଥା ଥିଲା । ବିଭିନ୍ନ  ବୈଷୟିକ କାରଣ ପାଇଁ ଏହା ବନ୍ଦ ରହିଥିଲା । ଏବେ ଗ୍ୟାସଯୁକ୍ତ କରାଯିବା ଦ୍ୱାରା  ନିର୍ଭରଶୀଳତା, ବିପଦ ହ୍ରାସ ପାଇବ । ଏଥିସହ କାଠ ଚୁଲିର କମ୍‌ ବ୍ୟବହାର  ହେବ । ଏହି କାର୍ଯ୍ୟକ୍ରମରେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର,  ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୂର ବିକାଶ, ସିଟି ଇଞ୍ଜିନିୟର ଗୌତମ  ଦାସ, ଜୋନାଲ ଡେପୁଟି କମିଶନର ରାଜଲକ୍ଷ୍ମୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Also Read :-

ଶୋକାକୁଳ ପରିବେଶରେ ଶେଷ ହେଲା ଦୁର୍ଘଟଣାରେ ପ୍ରାଣ ହରାଇଥିବା ୮ ଜଣଙ୍କ ଶବଦାହ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.