ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କୋଚିଂ ସିଟି କୋଟାରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା, ଭାଇରାଲ ହେଉଛି ସୁଇସାଇଡ୍‌ ନୋଟ୍‌

ଜୟପୁର: ରାଜସ୍ଥାନର କୋଚିଂ ସିଟି କୋଟାରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ରହିବାକୁ ପରାମର୍ଶ ଦେଇଛନ୍ତି ।  ପରୀକ୍ଷା ପେ ଚର୍ଚ୍ଚାରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ଏହି ସମୟରେ କୋଟାରେ ପୁଣି ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିବା ପୂର୍ବରୁ ସେ ଛାଡ଼ିଯାଇଥିବା ଏକ ହାତଲେଖା ନୋଟ୍‌ ସମସ୍ତଙ୍କ ଆଖିକୁ ଓଦା କରିଦେଇଛି ।  । 

ସେ ଲୋଖିଛନ୍ତି ମମି, ପାପା ମୁଁ JEE କରିପାରିବି ନାହିଁ, ସେଥିପାଇଁ ମୁଁ ଆତ୍ମହତ୍ୟା କରୁଛି । ମୋ ମୃତ୍ୟୁ ପାଇଁ ମୁଁ ନିଜେ ଦାୟୀ । କାରଣ, ମୁଁ ସବୁଠାରୁ ଖରାପ ଝିଅ । ମୋ ପାଖରେ ଆଉ ବିକଳ୍ପ ନାହିଁ । ସେଥିପାଇଁ ମୁଁ ବାଧ୍ୟ ହୋଇ ଆତ୍ମହତ୍ୟାର ରାସ୍ତା ବାଛିଛି । ଆତ୍ମହତ୍ୟା କରିଥିବା ଛାତ୍ରୀ ଜଣଙ୍କ ମାତ୍ର ଦୁଇ ଦିନ ପରେ ତାଙ୍କର JEE ମେନ୍ ପରୀକ୍ଷା ଦେଇଥାନ୍ତେ । 

ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍‌ ଲାଗି ବୟସ ସୀମା ବୃଦ୍ଧି, ବୁଧବାର ଠାରୁ କରିପାରିବେ ଆବେଦନ

ସୂଚନାଯୋଗ୍ୟ ଯେ,  ୨୦୨୪ରେ ଏଯାବତ୍ କୋଟାରେ ଦୁଇ ଜଣ ବିଦ୍ୟାର୍ଥୀ ଆତ୍ମହତ୍ୟା କଲେଣି । କୋଟାରେ NEET ପାଇଁ ପ୍ରସ୍ତୁତି କରୁଥିବା ଜଣେ ଛାତ୍ର ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ । ମୃତ ଛାତ୍ରଙ୍କର ବୟସ ୧୭ ରୁ ୧୮ ବର୍ଷ ଥିଲା । ମୃତ ଛାତ୍ରଜଣଙ୍କ ୟୁପିର ମୋରଦାବାଦ ଜିଲ୍ଲାର ବୋଲି ଜଣାପଡ଼ିଥିଲା । ଏହା ପୂର୍ବରୁ ୨୦୨୩ରେ କୋଟାରେ ଜେଇଇ ଏବଂ ମେଡିକାଲ ପାଇଁ ପ୍ରସ୍ତୁତ ହେଉଥିବା ୨୭ ଜଣ ଶିକ୍ଷାର୍ଥୀ ଆତ୍ମହତ୍ୟା କରିଥିଲେ । ଏପରି ଘଟଣା ବାରମ୍ବାର ଘଟୁଥିବାରୁ କେନ୍ଦ୍ର ତଥା ରାଜ୍ୟ ସରକାର ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଚିନ୍ତା ପ୍ରକଟ କରିଥିଲେ । 

ଝାଡ଼ଖଣ୍ଡରେ ହାଇଡ୍ରାମା; ୩ ଦିନ ପରେ ରାଞ୍ଚିରେ ହେମନ୍ତ

 ପିଲାମାନେ କିପରି ଚାପମୁକ୍ତ ହୋଇ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତି କରିବେ ସେଥିପାଇଁ ପରାମର୍ଶ ଦିଆଯାଇଥିଲା । ନିକଟରେ କୋଟାରେ ଆତ୍ମହତ୍ୟା ସଂଖ୍ୟା ବଢିବା ପରେ ଶିକ୍ଷା ମନ୍ତ୍ରଣାଳୟ କୋଚିଂ ପ୍ରତିଷ୍ଠାନଗୁଡ଼ିକ ପାଇଁ ନୂତନ ନିର୍ଦ୍ଦେଶନାମା ଜାରି କରିଥିଲା । ଏହି ଗାଇଡଲାଇନରେ ୧୬ ବର୍ଷରୁ କମ୍ ଛାତ୍ରମାନଙ୍କୁ କୋଚିଂ ପ୍ରତିଷ୍ଠାନରେ ନାମ ଲେଖାଇ ନଦେବା ଏବଂ ଭଲ ମାର୍କ କିମ୍ବା ପଦବୀ ପାଇବା ଗ୍ୟାରେଣ୍ଟି ଭଳି ବିଭ୍ରାନ୍ତିକର ପ୍ରତିଶୃତି ନ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.