ନୂଆଦିଲ୍ଲୀ, ୦୨/୦୯: ୩ ମାସରୁ ଅଧିକ ସମୟ ଧରି ମଣିପୁରରେ ହିଂସା ଲାଗି ରହିବା ପରେ ଏବେ ସ୍ଥିତି ସୁଧୁରୁଛି । ହିଂସା ପ୍ରଭାବିତ ଅଞ୍ଚଳରେ ଏବେ ଜରୁରୀକାଳୀନ ସାମଗ୍ରୀର ଅଭାବ ପରିଲକ୍ଷିତ ହେଉଛି । ଯାହାକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟ, କେନ୍ଦ୍ର ଓ ମଣିପୁର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କହିଛନ୍ତି, ଜରୁରୀ ସାମଗ୍ରୀ ପହଞ୍ଚାଇବା ସୁନିଶ୍ଚିତ କରାଯାଉ ।
ଜରୁରୀ ସାମଗ୍ରୀକୁ ଆକାଶ ମାର୍ଗରେ ପଠାଇବା ବିକଳ୍ପ ଉପରେ ବିଚାର କରିବା ସହ ଆବଶ୍ୟକ ସ୍ଥଳେ ଆକାଶ ମାର୍ଗରୁ ପକାଇବାକୁ କୋର୍ଟ କହିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ଜେ.ବି ପାରଦିୱାଲାଙ୍କ ଖଣ୍ଡପୀଠ ନାକାବନ୍ଦୀରୁ ଆଶ୍ୱସ୍ତି ପାଇବା ଲାଗି ବିକଳ୍ପ ବ୍ୟବସ୍ଥା କରିବାକୁ ମଣିପୁର ସରକାରଙ୍କୁ କହିଛନ୍ତି ।
ସୂର୍ଯ୍ୟ ଅଭିମୁଖେ ଇସ୍ରୋର ଆଦିତ୍ୟ ଏଲ-୧, ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଲାଗିବ ୧୨୫ ଦିନ
ଖଣ୍ଡପୀଠ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର ଏହା ନିଶ୍ଚିତ କରିବା ଦରକାର ପ୍ରଭାବିତ ଅଞ୍ଚଳରେ ଭୋଜନ, ଔଷଧ ଓ ଅନ୍ୟ ଆବଶ୍ୟକୀୟ ସାମଗ୍ରୀର ଆମଦାନୀ ଜାରି ରହିଛି । ବର୍ତ୍ତମାନର ନାକାବନ୍ଦୀ ପାଇଁ କୌଣସି କ୍ଷତି ଘଟୁ ନାହିଁ । ଏଥିରୁ ବାହାରିବା ଲାଗି ସୁରକ୍ଷା ଏଜେନ୍ସି ଆଲୋଚନା କରିବା ଉଚିତ୍ ।
ମଣିପୁର ଓ ନାଗରିକ ସମାଜ ସଂଗଠନ ସହିତ ବିଭିନ୍ନ ବ୍ୟକ୍ତିଙ୍କ ପକ୍ଷରୁ ହୋଇଥିବା ଆବେଦନ ଉପରେ ସେପ୍ଟେମ୍ବର ୬ ତାରିଖରେ ଆଗାମୀ ଶୁଣାଣି ହେବ । ଆଦିବାସୀ ମାନ୍ୟତା ଦାବି କରି ମଣିପୁରରେ ମେ ୩ରେ ଦୁଇ ସମୁଦାୟ ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା । ଯେଉଁଥିରେ ଏବେ ସୁଦ୍ଧା ୧୬୦ ଜଣଙ୍କୁ ଅଧିକଙ୍କ ମୃତ୍ୟୁ ହୋଇଛି ।
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଅବୈଧ ବିବାହରୁ ଜନ୍ମିତ ଶିଶୁ ବୈଧ, ମାତାପିତାଙ୍କ ସମ୍ପତ୍ତିରୁ ପାଇବେ ଭାଗ
ମଣିପୁରର ମୋଟ ଜନସଂଖ୍ୟାର ୫୩ ପ୍ରତିଶତ ମଇତି ସମୁଦାୟର । ସେମାନେ ମୁଖ୍ୟତଃ ଇମ୍ପାଲ୍ ଘାଟିରେ ବସବାସ କରିଥାନ୍ତି । ଯେତେବେଳେ କି ନାଗା ଓ କୁକି ଆଦିବାସୀ ସମୁଦାୟଙ୍କ ଜନସଂଖ୍ୟା ୪୦ ପ୍ରତିଶତ ହୋଇଥିବା ବେଳେ ସେମାନେ ପର୍ବତାଞ୍ଚଳରେ ଥିବା ଜିଲ୍ଲାରେ ରୁହନ୍ତି ।