ନୂଆଦିଲ୍ଲୀ,୧୩/୧୧ : ଭାରତର ଷ୍ଟାର ଓପନର ଶୁଭମନ ଗିଲ୍ । ଗତ କିଛିଦିନ ହେବ ନିଜର ବ୍ୟାଟିଂକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି । ଏହା ବ୍ୟତୀତ ତାଙ୍କର ପର୍ସନାଲ ଅଫୟରକୁ ନେଇ ବି ବହୁ ଚର୍ଚ୍ଚା ଜାରି ରହିଛି । ଏହାମଧ୍ୟରେ ବିଶ୍ବକପର ସେମିଫାଇନାଲ ଲାଗି ଟିମ୍ ଇଣ୍ଡିଆ ମୁମ୍ବାଇ ପହଞ୍ଚି ସାରିଛି ଏବଂ ଶୁଭମନ ଗିଲ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏହା ସେତେବେଳେ ହୋଇଛି ଯେତେବେଳେ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କ ସହ ମିଷ୍ଟ୍ରି ଗର୍ଲ ଦେଖାଯାଇଛନ୍ତି । ଲୋକମାନେ ଫଟୋରେ ଉକ୍ତ ଯୁବତୀଙ୍କ ସମ୍ପୂର୍ଣ୍ଣ ଚେହେରା ଦେଖି ନାହାନ୍ତି ତ ସେମାନେ ଅନୁମାନ କରୁଛନ୍ତି ଏହି ଯୁବତୀ ଜଣଙ୍କ କିଏ। ଏହି ଫଟୋରେ ଯୁବତୀଙ୍କ ଅଧା ଚେହେରା ଦେଖାଯାଉଛି ଏବଂ ସେ ଶୁଭମନ ଗିଲଙ୍କ ଆଗରେ ଚାଲୁଛନ୍ତି ।
ପ୍ରକାଶ ଯେ, ବିଶ୍ବକପର ପ୍ରଥମ ସେମିଫାଇନାଲ ମୁମ୍ବାଇରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଅଛି । ଟିମ୍ ଇଣ୍ଡିଆ ଏଥିଲାଗି ମୁମ୍ବାଇ ପହଞ୍ଚି ସାରିଛି । ଟିମ୍ ଇଣ୍ଡିଆର ପ୍ରାୟ ସମସ୍ତ ଖେଳାଳୀଙ୍କୁ ଏୟାରପୋର୍ଟରେ ସ୍ପର୍ଟ କରାଯାଇଛି । ଏହି ସମୟରେ ଟିମ୍ ସହ ଶୁଭମନ ଗିଲ ବି ଦେଖାଯାଇଛନ୍ତି । କିନ୍ତୁ ତାଙ୍କ ସହ ଚାଲୁଥିବା ଜଣେ ଯୁବତୀ ଅଚାନକ ଚର୍ଚ୍ଚାରେ ଆସିଯାଇଛନ୍ତି । ଏହାସହ ଲୋକ ଭିନ୍ନ ଭିନ୍ନ କମେଣ୍ଟ କରିବାକୁ ଲାଗିଛନ୍ତି । ମାତ୍ର କିଛି ୟୁଜର୍ସ ଏହା ବି ଲେଖୁଛନ୍ତି କି ଏଭଳି ବି ହୋଇପାରେ କି ଉକ୍ତ ଯୁବତୀ ଟିମ୍ ଇଣ୍ଡିଆର କୌଣସି ଅନ୍ୟ ସଦସ୍ୟଙ୍କ ସହ ଥାଇପାରନ୍ତି ।
ସେହିଭଳି ଅନ୍ୟପଟେ କିଛି ଲୋକ ଉକ୍ତ ଯୁବତୀଙ୍କୁ ‘ମିଷ୍ଟ୍ରୀ ଗର୍ଲ’କହିବାକୁ ଲାଗିଥିବାବେଳେ ଏହା ବି ଲେଖିଛନ୍ତି କି ଏହି ଯୁବତୀ ଆଉ କେହି ନୁହେଁ ବରଂ ଇଏ ସେହି ଯୁବତୀ ହୋଇପାରନ୍ତି ଯାହାଙ୍କ ସହ ଶୁଭମନ ଗିଲଙ୍କ ଅଫୟାରର ଚର୍ଚ୍ଚା ହେଉଛି । ମାତ୍ର ଏହା ନିଶ୍ଚିତ ହୋଇପାରୁନାହିଁ କି ଏହି ଯୁବତୀ ଜଣଙ୍କ କିଏ । ଯଦି ଆମେ ଶୁଭମନ ଗିଲଙ୍କ ଚର୍ଚ୍ଚାର କଥା କହିବା ତ ଏବେ ପର୍ଯ୍ୟନ୍ତ ଶୁଭମନ ଗିଲ୍ କିମ୍ବା ତାଙ୍କ ପରିବାର ତରଫରୁ ଏହାକୁ ନେଇ କୌଣସି ବି ଟିପ୍ପଣୀ କରାଯାଇନାହିଁ ଏବଂ ନା କୌଣସି ଅଫିସିଆଲ ଘୋଷଣା କରାଯାଇଛି । କିନ୍ତୁ ଏହାକୁ ନେଇ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚା ଲାଗି ରହିଛି ।