ପ୍ରମୂଖ ଖବର

ଶିକ୍ଷକଙ୍କୁ ମାଡ଼ ମାରିଥିବା ଛାତ୍ରଙ୍କୁ ବହିଷ୍କାର ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ସାନଖେମୁଣ୍ଡି, ୨।୧୨ : ଶିକ୍ଷକଙ୍କୁ ମାଡ଼ ମାରିଥିବା ଛାତ୍ରଙ୍କୁ ବହିଷ୍କାର ଦାବିରେ ଅନ୍ୟ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡିସ୍ଥିତ ଶ୍ୟାମସୁନ୍ଦର ବିଦ୍ୟାଳୟ ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଶନିବାର ସକାଳେ ଧାରଣା ଦେଇଛନ୍ତି। ଜଣେ ଶିକ୍ଷକଙ୍କୁ ମାଡ଼ ମରାକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍କୁଲ ମୁଖ୍ୟ ଫାଟକରେ ଛାତ୍ରଛାତ୍ରୀ ତାଲା ପକାଇ ଦେଇଛନ୍ତି। 

ସୂଚନାନୁଯାୟୀ, ଶୁକ୍ରବାର ଏହି ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀର ଛାତ୍ର କ୍ରୀଡା ଶିକ୍ଷକ ଶମ୍ଭୁପାଣି ପ୍ରଧାନଙ୍କୁ ମାଡ ମାରିଥିବା ଶିକ୍ଷକ ଅଭିଯୋଗ କରିଛନ୍ତି। ସଂପୃକ୍ତ ଛାତ୍ରକୁ ବିଦ୍ୟାଳୟରୁ ବହିଷ୍କାର ଦାବିରେ ଆଜି ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି। ଘଟଣାସ୍ଥଳରେ ପାଟପୁର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉକ୍ତ ଛାତ୍ର ଏବଂ ଶିକ୍ଷକଙ୍କ ସହ ଆଲୋଚନା କରୁଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.