ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ବାପାକୁ ପିଟି ପିଟି ହତ୍ୟା! ଅଭିଯୁକ୍ତ ପୁଅ ଫେରାର୍‌

Published By : Prameya | March 3, 2024 11:43 AM

ଅନୁଗୁଳ, ୦୩/୦୩: ଅନୁଗୁଳ ବ୍ଲକ୍‌ ତଥା ବନ୍ତଳା ଥାନା ନୂଆଭୂଇଁ  ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଶୁକ୍ରବାର ରାତିରେ ବାପାକୁ ଠେଙ୍ଗାରେ ପିଟି ହତ୍ୟା କରିବା ପରେ ସକାଳୁ ଅଭିଯୁକ୍ତ ପୁଅ କେଉଁଆଡ଼େ ଫେରାର୍‌ ହୋଇଯାଇଛି । ଶନିବାର ସନ୍ଧ୍ୟାରେ ପୁଲିସ  ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ।

ମିଳିଥିବା ସୂଚନା  ଅନୁଯାୟୀ, ନୂଆଭୂଇଁ ଗ୍ରାମର ବଳରାମ ଭୋଇ ଓ ତାଙ୍କ ବାପା  ବିପ୍ରବର ଭୋଇ ଏକାଠି ରହୁଥିଲେ । ଅନେକ ସମୟରେ ବାପ- ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥାଏ । ବଳରାମ ବାପା ବିପ୍ରବରଙ୍କୁ  ମାଡ଼ପିଟ୍‌ କରିଥାନ୍ତି । ଶୁକ୍ରବାର ସନ୍ଧ୍ୟାରେ ମଧ୍ୟ ବଳରାମ ତାଙ୍କ ବାପାଙ୍କ ସହିତ ଝଗଡ଼ା କରିବା ସହ ମାଡ଼ପିଟ୍‌ କରିଥିଲେ । ଶନିବାର  ସକାଳୁ ବଳରାମଙ୍କର ଦେଖାନଥିବା ବେଳେ ବିପ୍ରବର ମଧ୍ୟ ଘରୁ ବାହାରିନଥିଲେ । ସନ୍ଧ୍ୟାରେ ତାଙ୍କ ମୃତଦେହ ଘର ଭିତରେ ପଡ଼ିଥିବା  ଗାଁ’ ଲୋକ ଦେଖିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.