ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ଝାଡ଼ଖଣ୍ଡ ରାଜନୀତି: ବାଟ ଓଗାଳିଲା ଘନ କୁହୁଡ଼ି, ହାଇଦ୍ରାବାଦ ଯାଇପାରିଲେ ନାହିଁ ବିଧାୟକ

Published By : Tapas Panda | February 1, 2024 10:17 PM

Image Courtesy: aajtak

ରାଞ୍ଚି: ଝାଡ଼ଖଣ୍ଡର ରାଜନୀତିରେ ହାଇଡ୍ରାମା ଜାରି ରହିଛି । ଜେଏମଏମ ବିଧାୟକ ଚମ୍ପାଇ ସୋରେନ ଦୁଇ ଦୁଇ ଥର ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ ହେଁ ଏଯାଏଁ ରାଜଭବନରୁ ଆମନ୍ତ୍ରଣ ଆସିନାହିଁ । ସେପଟେ ଘୋଡ଼ା ବେପାର ଭୟରେ ମହାମେଣ୍ଟର ବିଧାୟକ ରାଞ୍ଚିରୁ ହାଇଦ୍ରାବାଦ ଚାଲିଯିବାକୁ ପ୍ରସ୍ତୁତ ହେଉଥିଲେ।  ହେଲେ ସବୁକିଛି ବିଗାଡ଼ି ଦେଇଛି ଘନ କୁହୁଡ଼ି ।

 ଦୁଇଟି ଚାଟାର୍ଡ ପ୍ଲେନ୍‌ ରାଞ୍ଚି ଏୟାରପୋର୍ଟରେ ଉଡ଼ାଣ ଭରିବାକୁ ପ୍ରସ୍ତୁତ ଥିବା ବେଳେ କୁହୁଡ଼ି ସମସ୍ତ ବିଧାୟକଙ୍କୁ ନିରାଶ କରିଛି।  କାରଣ ବିମାନକୁ ଉଡ଼ାଣ ଲାଗି ଅନୁମତି ମିଳିପାରି ନାହିଁ । ବିମାନ ବାତିଲ ହେବା ପୂର୍ବରୁ ମହାମେଣ୍ଟର ୪୦ରୁ ଅଧିକ ବିଧାୟକ ରାଞ୍ଚିର ସର୍କିଟ ହାଉସରୁ ଏୟାରପୋର୍ଟରେ ପହଞ୍ଚିଥିଲେ । ଏପରିକି ସେମାନେ ବିମାନରେ ମଧ୍ୟ ବସିସାରିଥିଲେ । ହେଲେ ବିମାନ ଉଡ଼ାଣ ବାତିଲ ହେବା ପରେ ସବୁ ବିଧାୟକ ପୁଣି ଥରେ ସର୍କିଟ ହାଉସକୁ ଫେରିଆସିଛନ୍ତି । 

 ସେପଟେ ଚମ୍ପାଇ ସୋରେନ ୪ ଜଣ ବିଧାୟକଙ୍କୁ ନେଇ  ରାଜ୍ୟପାଳଙ୍କୁ ଭେଟିବା ସହ ସରକାର ଗଢ଼ିବାକୁ ଦାବି କରିଛନ୍ତି । ଏହି ସମୟରେ ତାଙ୍କ ସପକ୍ଷରେ ୪୭ ଜଣ ବିଧାୟକ ଥିବା ନେଇ ଦାବି କରିବା ସହ ୪୩ ବିଧାୟକଙ୍କ ହସ୍ତାକ୍ଷର ଥିବା ଦାବି ପତ୍ର ଦେଇଛନ୍ତି ଚମ୍ପାଇ ସୋରେନ୍ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.