ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଜଟଣୀ ତରାବୋଇ ଗ୍ରାମରେ ଦୁଇ ଗୋଷ୍ଠୀ ମୁହାଁମୁହିଁ : ବୋମାମାଡ଼, ବାଇକ ଭଙ୍ଗାରୁଜା

ଜଟଣୀ, ୨୮/୧୧: ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଜଟଣୀ ତରାବୋଇ ଗ୍ରାମରେ ସୋମବାର ଦୁଇ ଗାଷ୍ଠୀ ମୁହାଁମୁହିଁ  ହେବାରୁ ଉତ୍ତେଜନା ପ୍ରକାଶ ପାଇଛି । ରାତି ପ୍ରାୟ ସାଢ଼େ  ୧୦ଟାରେ ଏହା ଘଟିଛି । ଏହି ଘଟଣାକୁ ନେଇ ୫ ରୁ  ଅଧିକ ବୋମା ମାଡ଼ ହାଇଛି । ଗୋଟିଏ ଗୋଷ୍ଠୀ ବିପକ୍ଷ  ଗୋଷ୍ଠୀର ଏକ ବାଇକକୁ ବାଡେଇ ଭାଙ୍ଗି ଦେଇଛନ୍ତି । ଝଗଡ଼ାରେ ୨ଜଣ ଆହତ ହୋଇଛନ୍ତି।

ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ଏହି ବିବାଦ ଉପୁଜିଥିବା  ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସତର୍କ ଦୃଷ୍ଟି  ରଖିଛି । ତେବେ ପରିସ୍ଥିତି ନିୟନ୍ତ୍ରଣରେ ଥିବା ଇନ୍‌ସପେକ୍ଟର  ସୌମ୍ୟକାନ୍ତ ବଳିଆରସିଂ କହିଛନ୍ତି । ଗୋଟିଏ ଗୋଷ୍ଠୀର  ଜଣେ ଯୁବକ ଅନ୍ୟ ଗୋଷ୍ଠୀର ଜଣଙ୍କୁ ଗାଳି ଗୁଲଜ କରିବାରୁ  ଏହି ବିବାଦ ଉପୁଜିଥିବା ପୁଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.