ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ପ୍ରଚାର ଗାଡ଼ି ଉପରୁ ଖସିପଡ଼ିଲେ ନେତା, ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କେଟିଆର

Image Courtesy: timesnownews

ହାଇଦ୍ରାବାଦ: ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌) ନେତା ତଥା ତେଲେଙ୍ଗାନା ମନ୍ତ୍ରୀ କେ.ଟି ରାମାରାଓ-କେଟିଆର ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ତେଲେଙ୍ଗାନାର ନିଜାମାବାଦରେ ନିର୍ବାଚନ ରାଲିରେ ଯୋଗ ଦେଇଥିବା ବେଳେ ସେ ପ୍ରଚାର ଗାଡ଼ିରୁ ତଳକୁ ଖସିପଡ଼ିଥାନ୍ତେ । ହେଲେ ସେ ନଜକୁ ନିୟନ୍ତ୍ରଣ କରିନେଇଥିଲେ । କେଟିଆରଙ୍କ ସମେତ ଅନ୍ୟ ନେତା ମାନେ ପ୍ରଚାର ଗାଡ଼ି ଉପରେ ଛିଡ଼ା ହୋଇଥିଲେ । ଏହି ସମୟରେ ଗାଡ଼ିଟି ହଠାତ ଅଟକିଯିବାରୁ ନେତାମାନେ ସିଧା ତଳକୁ ଖସିପଡ଼ିଥିଲେ । 



ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏଥିରେ ଦେଖିବାକୁ ମିଳିଛି ଯେ, କେଟିଆର ନିଜକୁ ସମ୍ଭାଳିବା ପାଇଁ ଚେଷ୍ଟା କରୁଥିବା ବେଳେ ଅନ୍ୟମାନେ ଖସିପଡ଼ିଛନ୍ତି । ଏକ ଅଣଓସାରିଆ ଗଳିରେ କେଟିଆରଙ୍କ ପ୍ରଚାର ଗାଡ଼ିଟି ଗତି କରୁଥିବା ବେଳେ ଏହି ଅଘଟଣ ଘଟିଛି । କେଟିଆର ପ୍ରଚାର କରୁଥିବା ବେଳେ ତାଙ୍କ ସମର୍ଥକଙ୍କ ଭିଡ଼ ଗାଡ଼ି ଚାରିପଟେ ଜମା ହୋଇଥିଲା । ଏହି ସମୟରେ ଗାଡ଼ିର ଡ୍ରାଇଭର ହଠାତ ବ୍ରେକ୍‌ ଲଗାଇ ଦେଇଥିଲେ । ଫଳରେ ଗାଡ଼ି ଉପରେ ଛିଡ଼ା ହୋଇଥିବା ନେତାଗଣ ତଳକୁ ଖସିପଡ଼ିଥିଲେ।

ଗାଡ଼ିର ଛାତ ଉପରେ ହୋଇଥିବା ବାରିକେଡ୍‌ ଭାଙ୍ଗିଯିବାରୁ ସମସ୍ତ ନେତା ନିଜ ଉପରେ ନିୟନ୍ତ୍ରଣ ହରାଇଥିଲେ । ହେଲେ କେଟିଆର ନିଜକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିବା ବେଳେ ସେ ସୁରକ୍ଷିତ ଥିବା ଜଣାପଡ଼ିଛି ।  ଏହା ପୂର୍ବରୁ ନଭେମ୍ବର ୬ରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ହେଲିକପ୍ଟରକୁ ତୁରନ୍ତ ଫେରିଯିବାକୁ ପଡ଼ିଥିଲା । ନିର୍ବାଚନ ରାଲି ପାଇଁ ଯାଉଥିବା ବେଳେ କେସିଆର ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ସୂଚନାଯୋଗ୍ୟ, ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ନଜରରେ ରଖି ସମସ୍ତ ଦଳ ପ୍ରଚାର ଜୋରଦାର କରୁଛନ୍ତି । ସେହିଭଳି ଶାସକ ଦଳ ବିଆରଏସ୍‌ ମଧ୍ୟ ପୁଣି ଥରେ ସରକାର ଗଢ଼ିବାକୁ ସଂଘର୍ଷ ଆରମ୍ଭ କରିଦେଇଛି । ତେଲେଙ୍ଗାନାର ପ୍ରଥମ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର) ଏବଂ ତାଙ୍କ ପୁଅ କେଟିଆର ମଧ୍ୟ ମୖଦାନକୁ ଓହ୍ଲାଇଛନ୍ତି । ତେଲେଙ୍ଗାନା ବିଧାନସଭା ନିର୍ବାଚନ ନଭେମ୍ବର ୩୦ରୁ ଆରମ୍ଭ ହେବ । ୧୧୯ଟି ଆସନ ଲାଗି ମତଦାନ ହେବାକୁ ଥିବା ବେଳେ ନିର୍ବାଚନ ଫଳାଫଳ ଡିସେମ୍ବର ୩ରେ ଘୋଷଣା ହେବ ।  

  • telengana
  • Copyright © 2022 - Summa Real Media Private Limited. All Rights Reserved.