ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଭୁବନେଶ୍ଵର, ୨୬/୦୧ : ଭୁବନେଶ୍ଵର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ। ପତାକା ଉତ୍ତୋଳନ କଲେ ରାଜ୍ୟପାଳ ରଘୁବର ଦାସ। ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି। ପତାକା ଉତ୍ତୋଳନ ପରେ ଗାନ୍ଧୀ ମାର୍ଗରେ ରଙ୍ଗାରଙ୍ଗ ପରେଡ୍‌ କରାଯାଇଛି। ରାଜ୍ୟପାଳ ଅଭିବାଦନ ଗ୍ରହଣ କରିଛନ୍ତି। 

ସୂଚନାନୁଯାୟୀ, ଆଇପିଏସ୍ ଅଫିସର ଏ.ବି ଶିଳ୍ପା ପରେଡର ନେତୃତ୍ଵ ନେଇଛନ୍ତି। ଆଇଟିବିପି, ସିଆରପିଏଫ୍, ଓଏସଏପି ଯବାନ ପରେଡରେ ଭାଗ ନେଇଛନ୍ତି। ନକ୍ସଲ ଦମନରେ ଦକ୍ଷ ଝାଡଖଣ୍ଡ ପୋଲିସ ବି ପରେଡରେ ସାମିଲ ହୋଇଛନ୍ତି। ସୈନିକ ସ୍କୁଲ ସମେତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ପରେଡରେ ଭାଗ ନେଇଛନ୍ତି। ୩୫ ବାଳକ ଓ ୩୦ ବାଳିକାଙ୍କ ଦ୍ଵାରା ଡେୟାର ଡେଭିଲ ସୋ ପ୍ରଦର୍ଶିତ ହୋଇଛି। ଛାତ୍ରଛାତ୍ରୀଙ୍କ ଦ୍ଵାରା ଚିତ୍ତାକର୍ଷକ ସ୍କେଟିଂ ପ୍ରଦର୍ଶନ କରାଯାଇଛି। କଳାକାରଙ୍କ ଦ୍ଵାରା ବିଭିନ୍ନ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଛି। ଢେମସା, ରଣପା ଓ ଯୋଡ଼ିଶଙ୍ଖ ନୃତ୍ୟ ପରିବେଷଣ କରାଯାଇଛି। ପୁରୀର ପ୍ରସିଦ୍ଧ ଲୋକକଳା ସାହିଯାତ ପ୍ରଦର୍ଶିତ ହୋଇଛି। ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ କରାଯାଇଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.