ଭୁବନେଶ୍ୱର,୨୬/୦୨: ଆଜି ପୂର୍ବତଟ ରେଳପଥର ୨୨ ଓ ଓଡ଼ିଶାର ୨୧ଟି ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୪ଟି ନୂଆ ରେଳ ପ୍ରକଳ୍ପର ଶିଳାନ୍ୟାସ ହେବ । ବାରଙ୍ଗ ଓ ମଞ୍ଚେଶ୍ୱର ମଝିରେ କଳାରାହାଙ୍ଗ ନିକଟରେ ଏକ ଆରଓବି (ରୋଡ୍ ଓଭର ବ୍ରିଜ୍)ର ଶିଳାନ୍ୟାସ ହେବ । ବାରଙ୍ଗ ଓ ମଞ୍ଚେଶ୍ୱର ରେଳ ଷ୍ଟେସନ ମଝିରେ ତଥା ପଟିଆ ଏନଏସି ରୋଡ୍ ନିକଟରେ ଆଉ ଏକ ଆରଓବି ହେବ ।
ଅନ୍ୟ ଦୁଇଟି ଆରଓବି ତରାବୋଇ ଗେଟ୍ ନିକଟରେ ବେଣାପଞ୍ଜରୀ ଗାଁରେ କାଇପଦର ରେଳ ଷ୍ଟେସନରେ ତଥା ଭୂଷଣ୍ଡପୁର ଷ୍ଟେସନ ପରିସରରେ ହେବ । ଏହି ଶିଳାନ୍ୟାସ ଓ ଉଦଘାଟନ ପାଇଁ କଳାରାହାଙ୍ଗ ଓ ପଟିଆରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।