ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

କ୍ୟାପିଟାଲ ହସ୍ପିଟାଲରେ ୨୨ ଦିନର ଶିଶୁକନ୍ୟାକୁ ଛାଡ଼ି ବାପା-ମା’ ଫେରାର

ଭୁବନେଶ୍ୱର, ୨୭|୧: ନିର୍ଦ୍ଦୟ ହୋଇଗଲେ ବାପା ମା | ନିଜର ଅସୁସ୍ଥ ଶିଶୁକନ୍ୟା କୁ ଛାଡି ଫେରାର ହୋଇଗଲେ | କ୍ୟାପିଟାଲ ହସ୍ପିଟାଲରେ ଏଭଳି ଏକ ଘଟଣା ଘଟିଛି | ନିଜର ୨୨ଦିନର ଶିଶୁକୁ ହସ୍ପିଟାଲରେ ଛାଡି ବାପା ମା କେଉଁଆଡେ ପଳାଇଛନ୍ତି | ଅସୁସ୍ଥ ଶିଶୁକୁ କ୍ୟାପିଟାଲ ହସ୍ପିଟାଲର ସ୍ପେସିଆଲ ନିଉ ବର୍ଣ୍ଣ କେୟାରୟୁନିଟରେ ଭର୍ତ୍ତି କରାଯାଇଛି | ଅନ୍ୟପକ୍ଷେ ହସ୍ପିଟାଲ କର୍ତୃପକ୍ଷ ସେଠାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି | 

ଶିଶୁଟିର ବାପାଙ୍କୁ ମୋବାଇଲ ଯୋଗେ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କ ମୋବାଇଲ ସ୍ବିଚଅଫ ଆସିଥିବା ଜଣାପଡିଛି |   ସେମାନେ ନୟାଗଡ଼ର ବାସିନ୍ଦା ଵୋଲି ତଦନ୍ତରୁ ଜଣାପଡିଛି | ଗତ ପାଞ୍ଚଦିନ ତଳେ ଅସୁସ୍ଥ ଶିଶୁକନ୍ୟାକୁ ଆଣି ସେମାନେ ହସ୍ପିଟାଲ ଆଣିଥିଲେ | ହେଲେ ସେମାନେ କେଉଁ ଉଦ୍ଦେଶ୍ୟରେ ଏଭଳି କଲେ ତାହା ଅସ୍ପଷ୍ଟ ରହିଛି |

ଆହୁରି ପଢନ୍ତୁ : କୋଣାର୍କରେ ସୂର୍ଯ୍ୟନାରାୟଣଙ୍କ ପୂଜା ଆରମ୍ଭ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.