ପ୍ରମୁଖ ଖବର
  • ବରଗଡ଼ : ଗୋଡଭଗା ରେଳ ଷ୍ଟେସନ ନିକଟରେ ପୁରୁଣା କୋଠାଘର ଭାଙ୍ଗି ଜଣେ ମୃତ, ୩ ଗୁରୁତର
  • ||
  • ବିଜେପିର ମିଶ୍ରଣ ପର୍ବ: ପଦ୍ମ ଧରିଲେ ମୁକୁଦ ସୋଡ଼ି
  • ||
  • ବିଷାକ୍ତ ଖାଦ୍ୟ ଖାଇ ୨୦ରୁ ଅଧିକ ଅସୁସ୍ଥ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବିଜେପିରେ ମିଶିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ
  • ||
  • ବାପାକୁ ପିଟି ପିଟି ହତ୍ୟା! ଅଭିଯୁକ୍ତ ପୁଅ ଫେରାର୍‌
  • ||
  • DRDO କ୍ୟାମ୍ପରେ ଅଘଟଣ, ନିଜକୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା
  • ||
  • ରାଜଧାନୀରୁ ରହସ୍ୟଜନକ ଭାବେ ଡାକ୍ତର, ଇଞ୍ଜିନିୟର ନିଖୋଜ; ରେଳଷ୍ଟେସନ ସିସିଟିଭି ଅଣ୍ଡାଳୁଛି ପୁଲିସ
  • ||
  • ନୂଆଦିଲ୍ଲୀରେ ମୋଦି ସରକାରଙ୍କ ଶେଷ ମନ୍ତ୍ରୀ ପରିଷଦ ବୈଠକ, ରବିବାର ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ଆଲୋଚନା
  • ||
  • ମାର୍ଚ୍ଚ ୬ରୁ ହାତୀ ଛୁଆଙ୍କ ପାଠପଢ଼ା ଆରମ୍ଭ, ୪ ଓଡ଼ିଆଙ୍କ ସମେତ ଆସାମରୁ ଆସିଛନ୍ତି ୨ ଦକ୍ଷ ଟ୍ରେନର୍
  • ||
  • WPL 2024: ବିଜୟକୁ ଫେରିଲା ମୁମ୍ବାଇ ଇଣ୍ଡିଆନ୍‌, ଆରସିବିକୁ ୭ ୱିକେଟ୍‌ରେ ହରାଇଲା
  • ||
  • ରବିବାର ୭ ଜିଲ୍ଲାରେ ବର୍ଷା, ଘଡ଼ଘଡ ସମ୍ଭାବନା: ଦିନରେ ତାତି ଆହୁରି ବଢ଼ିପାରେ
  • ||

ଭାଙ୍ଗିଗଲା ଜେଡିୟୁ-ଆରଜେଡି ମେଣ୍ଟ ! ଲାଲୁଙ୍କ ଦଳର ସାଂସଦଙ୍କ ଘୋଷଣା

ପାଟନା,୨୭।୧:  ବିହାରରେ ଜାରି ରାଜନୈତିକ ଅସ୍ଥିରତା ଭିତରେ ଆରଜେଡିର ରାଜ୍ୟସଭା ସାଂସଦ ଅହମ୍ମଦ ଅଶଫାକ୍ ଦେଇଛନ୍ତି ବଡ ବୟାନ। ସେ କହିଛନ୍ତି, ଏବେ ଜେଡିୟୁ ଓ ଆରଜେଡିର ସମ୍ପର୍କ ଭାଙ୍ଗି ଯାଇଛି। ନୀତୀଶ କୁମାର ବିହାରରେ ୧୭ ବର୍ଷ ପର୍ଯ୍ୟନ୍ତ ରାଜନୈତିକ ଅସ୍ଥିରତା ରଖିଛନ୍ତି। ବିହାରର ଜନତା ନୀତୀଶ କୁମାରଙ୍କୁ କ୍ଷମା କରିବେନି। ସେଭଳି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ବକ୍ସର ଗସ୍ତରେ ଅଛନ୍ତି। ସେ ବ୍ରହ୍ମପୁରା ମନ୍ଦିରରେ ପୂଜା କରିଛନ୍ତି ଓ ବହୁ ବିକାଶ ଯୋଜନାର ଉଦଘାଟନ କରିଛନ୍ତି। ଲଗାତାର ବୈଠକ ମଧ୍ୟ ଜାରି ରହିଛି।

ବିହାର ରାଜନୀତି ପାଇଁ ଆଜି ଏକ ବଡ଼ ଦିନ ଭାବେ ବିବେଚନା କରାଯାଏ। ପାଟନାରେ ବିହାର ବିଜେପିର ଏକ କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ତେଣୁ ରାବ୍ରି ବାସଭବନରେ ଲାଲୁଙ୍କ ପାର୍ଟି ଆରଜେଡିର ବିଧାୟକଙ୍କ ଏକ ଗୁରୁତ୍ୱପୂର୍ଣ୍ଣ  ବୈଠକ ହୋଇଛି। ପୂର୍ଣ୍ଣିଆରେ ଦଳର ଅଧିକାରୀଙ୍କ ସହ କଂଗ୍ରେସର ଏକ ବୈଠକ ହୋଇଛି। 

ଅନ୍ୟପକ୍ଷେ ଆସନ୍ତାକାଲି ଅର୍ଥାତ୍ ୨୮ଜାନୁଆରୀରେ ନୀତୀଶ ଜେଡିୟୁ ବିଧାନସଭା ଦଳର ଏକ ବୈଠକ ଡାକିଛନ୍ତି। ଆହୁରି ମଧ୍ୟ ପାର୍ଟି କାର୍ଯ୍ୟକ୍ରମ ଆସନ୍ତା ଦୁଇ-ତିନି ଦିନ ପାଇଁ ସ୍ଥଗିତ ରଖାଯାଇଛି। ବିହାରରେ ଚାଲିଥିବା ରାଜନୈତିକ ଅସ୍ଥିରତା ଉପରେ ସିଏମ ନୀତୀଶ ଏପର୍ଯ୍ୟନ୍ତ କୌଣସି ବଡ ବୟାନ ଦେଇନାହାଁନ୍ତି। ଲାଲୁଙ୍କ ଦଳ ନୀତୀଶଙ୍କ ଉତ୍ତରକୁ ଅପେକ୍ଷା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.