ଦଶପଲ୍ଲା, ୨୦/୧୧ : ଏସଟିଏଫ୍ ପଞ୍ଝାରେ ବାଘ ଛାଲ ବେପାରୀ। ବାଘ ଛାଲ ଡିଲ୍ ବେଳେ ଗ୍ରାହକ ସାଜି ମାଡ଼ି ବସିଲା ଏସଟିଏଫ୍। ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଚଢ଼େୟାପଲ୍ଲୀ ଗ୍ରାମ ପଞ୍ଚାୟତର ବାଲିବେରେଣା ଗ୍ରାମରୁ ୨ଟି ବାଘ ଛାଲ ଜବତ କରିବା ସହ ଜଣେ ବ୍ଯକ୍ତିକୁ ଗିରଫ କରିଛି। ଦୁଇ ବାଘ ଛାଲକୁ ୧୦ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ହୋଇଥିଲା ଡିଲ୍।
ବିଶେଷ ସୂତ୍ରରୁ ଖବର ପାଇ ଭୁବନେଶ୍ବର ଏସଟିଏଫ୍ ଟିମ୍ ଅଚାନକ ବାଣୀଗୋଛା ଥାନା ଚଢ଼େୟା ପଲୀ ପଞ୍ଚାୟତ ବାଲିବେରେଣା ଗ୍ରାମରେ ଚଢାଉ କରିଥିଲା। ବାଘ ଛାଲ ଜବତ କରିବା ସହିତ ଜଣଙ୍କୁ ଗିରଫ କରାଯାଇଛି l ଗିରଫ ବ୍ୟକ୍ତି ଜଣଙ୍କ ସେହି ଗ୍ରାମର ବୈଦ୍ୟରାଜ ମଲ୍ଲିକ ବୋଲି ଜଣାପଡିଛି l ବୈଦ୍ୟରାଜଙ୍କ ଠାରୁ ୨ଟି ବାଘ ଛାଲ ଜବତ ହୋଇଛି। ତେବେ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ଏସଟିଏଫ୍।