ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହୁତି ବିଦ୍ରୋହୀ ସମର୍ଥକଙ୍କୁ ଆମେରିକାର ନାଲି ଆଖି, ଇରାନ୍ ଉପରେ ନେଇପାରେ ବଡ଼ ଆକ୍ସନ୍

www.arise.tv

ୱାଶିଂଟନ ୦୬/୦୨: ଆଗାମୀ ଦିନରେ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଯୁଦ୍ଧ ସ୍ଥିତି ବ୍ୟାପକ ହେବା ଆଶଙ୍କା ଦେଖାଦେଇଛି । ୟେମେନର ହୁତି ବିଦ୍ରୋହୀମାନେ ଲଗାତର ଆକ୍ରମଣ କରୁଥିବା ଯୋଗୁ ଆମେରିକା କ୍ଷୁବ୍ଧ ହୋଇଛି । ହୁତିଙ୍କୁ ସମର୍ଥନ କରୁଥିବା ଦେଶକୁ ଆଦୌ ଛଡ଼ାଯିବ ନାହିଁ ବୋଲି ଏହା ଚେତାବନୀ ଦେଇଛି । 

ଆମେରିକାର ଜାତୀୟ ସୁରକ୍ଷା ଉପଦେଷ୍ଟା (ଏନ୍‌ଏସ୍‌ଏ) ଜେକ୍‌ ସୁଲିଭାନ୍‌ କହିଛନ୍ତି, ୟେମେନରେ ହୁତିଙ୍କ ଉପରେ ହୋଇଥିବା ଆକ୍ରମଣକୁ ଶେଷ ବୋଲି ଧରିନେବା ଉଚିତ ନୁହେଁ । ଏହା ଆରମ୍ଭ ମାତ୍ର । ଆମେରିକା ନିଜ ଲୋକଙ୍କୁ ବିପଦରେ ପକାଇବାକୁ ଦେବନାହିଁ । ସୁଲିଭାନ୍‌ଙ୍କ ଏହି ବିବୃତି ଇରାନ ପାଇଁ ବି ସତର୍କଘଣ୍ଟି ବୋଲି କୁହାଯାଉଛି । କାରଣ ଇରାନ୍‌ ବି ହୁତିଙ୍କୁ ସମର୍ଥନ କରୁଛି । ଇରାନର ନାମ ନ ନେଇ ସେ ଚେତାବନୀ ଦେଇଛନ୍ତି । 

ବ୍ରିଟିଶ ସମ୍ବାଦପତ୍ର ‘ସନ୍‌’ର ରିପୋର୍ଟ ମୁତାବକ, ସୁଲିଭାନ୍‌ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଏହା କହିଛନ୍ତି । ଇରାନ ଉପରେ ଆମେରିକା ଆକ୍ରମଣ କରିପାରେ କି ବୋଲି ପ୍ରଶ୍ନର ଉତ୍ତରରେ ସୁଲିଭାନ୍‌ କହିଛନ୍ତି, ଏହା ଅନ୍ତ ନୁହେଁ, ବରଂ ଆରମ୍ଭ । ତାଙ୍କର ଏଭଳି ବୟାନ  ବିଶେଷ ଗୁରୁତ୍ୱ ରଖୁଛି । କାରଣ ଆମେରିକା ଲୋହିତ ସାଗରରେ କୌଣସି ଜାହାଜକୁ ଟାର୍ଗେଟ୍‌ ନ କରୁ ବୋଲି ରବିବାର ଇରାନ ଧମକ ଦେଇଥିଲା । ଇରାନ୍‌ର ଏଭଳି ଧମକ ପରେ ଆମେରିକା ୟେମେନରେ ଥିବା ହୁତି ବିଦ୍ରୋହୀଙ୍କ ଶିବିର ଉପରେ ଏୟାର ଷ୍ଟ୍ରାଇକ୍‌ କରିଥିଲା । ଏଥିରେ ବ୍ରିଟିଶ ନୌସେନା ମଧ୍ୟ ଆମେରିକାକୁ ସହଯୋଗ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.