ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ହଟିଲେ ୟୁକ୍ରେନ୍‌ ପ୍ରତିରକ୍ଷା ମନ୍ତ୍ରୀ, ରୁସ୍ତମ୍‌ଙ୍କୁ ଦାୟିତ୍ୱ

ନୂଆଦିଲ୍ଲୀ,୦୫/୦୯: ରୁଷ୍‌ ସହ ଯୁଦ୍ଧ ଭିତରେ ୟୁକ୍ରେନ୍‌ ରାଷ୍ଟ୍ରପତି  ଭୋଲୋଡିମିର ଜେଲେନ୍‌ସ୍କି ଦେଶର ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜନିକୋଭଙ୍କୁ ହଟାଇଛନ୍ତି । ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ  ଆରମ୍ଭ ହେବାର ୩ ମାସ ପୂର୍ବରୁ ଅର୍ଥାତ ୨୦୨୧ ନଭେମ୍ବରରୁ ଓଲେକ୍ସି ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ । ତାଙ୍କ ସ୍ଥାନରେ ଏବେ ପୂର୍ବତନ ସାଂସଦ ରୁସ୍ତମ  ଉମେରୋଭ୍‌ ଦାୟିତ୍ୱ ନେବେ । 

ଟେଲିଗ୍ରାମ  ଆକାଉଣ୍ଟରେ ଜେଲେନ୍‌ସ୍କି ଏହି ଘୋଷଣା  କରି କହିଛନ୍ତି, ରେଜନିକୋଭ୍‌ ଯୁଦ୍ଧର  ୫୫୦ ଦିନ ପର୍ଯ୍ୟନ୍ତ ମନ୍ତ୍ରଣାଳୟ ଭାର ସମ୍ଭାଳିଛନ୍ତି । ଏବେ ନୂତନ ଆଭିମୁଖ୍ୟର  ଆବଶ୍ୟକତା ରହିଛି । ରେଜନିକୋଭ୍‌ଙ୍କ  ନେତୃତ୍ୱରେ ରୁଷ୍‌ର ସାମ୍ନା କରିବା ଲାଗି  ପାଶ୍ଚାତ୍ୟ ଦେଶଗୁଡ଼ିକରୁ ୟୁକ୍ରେନ୍‌କୁ  ବେଶ୍‌ ସହାୟତା ମିଳିଛି । ୪୧ ବର୍ଷୀୟ  ଉମେରୋଭ୍‌ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ  ଆରମ୍ଭରେ ଶାନ୍ତି ଆଲୋଚନାବେଳେ ୟୁକ୍ରେନ୍‌ରୁ ପ୍ରତିନିଧିତ୍ୱ କରିଥିଲେ ।  ଉମେରୋଭ୍‌ କ୍ରିମିଆନ୍‌ ତାତର  କମ୍ୟୁନିଟିର ଜଣେ ସଦସ୍ୟ ।

Copyright © 2022 - Summa Real Media Private Limited. All Rights Reserved.