ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ବେକ ଯନ୍ତ୍ରଣା ନ କମିବା କର୍କଟ ନୁହେଁ ତ! ଜାଣନ୍ତୁ ଏହାର କାରଣ ଓ ଲକ୍ଷଣ

ନୂଆଦିଲ୍ଲୀ ୦୩/୧୧:  ବେକରେ ବାରମ୍ବାର ଯନ୍ତ୍ରଣା ହେଉଥିଲେ । ଅବହେଳା କରନ୍ତୁ ନାହିଁ । କାରଣ ଏହା ବେକ ବା ମସ୍ତିଷ୍କ କର୍କଟର ଲକ୍ଷଣ ହୋଇପାରେ । ତେବେ ଚାଲନ୍ତୁ ଜାଣିବା ଏହାର କାରଣ, ଲକ୍ଷଣ ଓ ନିରାକରଣ ।

ଅତ୍ୟାଧୁନିକ ଜୀବନଶୈଳୀ କାରଣରୁ ବେକ ଯନ୍ତ୍ରଣା ଖୁବ୍‌ ସାଧାରଣ କଥା । ଖରାପ ବସିବା ଶୈଳୀ, ଅଧିକ ସମୟ ବେକ ନୁଆଁଇ ବସିବା, ମାଂସପେଶୀରେ ଅଧିକ ଚାପ ପଡିବା ବା ଭୁଲ୍‌ ଶୈଳୀରେ ଶୋଇବା ଆଦି କାରଣରୁ ବେକରେ ଯନ୍ତ୍ରଣା ହୋଇଥାଏ । ଏହି ଯନ୍ତ୍ରଣା ସାଧାରଣ ଭାବେ କିଛି ସମୟ ପାଇଁ କମ୍‌ ହୋଇଯାଇଥାଏ । ବସିବା ଶୈଳୀକୁ ଠିକ୍‌ କରିବା ଓ ବେକରେ ତେଲ ମାଲିସ୍‌ କରିବା ପରେ ଏହି ସମସ୍ୟା ଆପେ ଆପେ କମିଯାଇଥାଏ । ସେତେବେଳେ ବେକ ଯନ୍ତ୍ରଣା ଚିନ୍ତାର କାରଣ ସାଜିଥାଏ, ଯେତେବେଳେ ଏହା ବାରମ୍ବାର ଆସିଥାଏ । ଆଉ ଠିକ୍‌ ହୋଇ ନଥାଏ । ବାରମ୍ବାର ବେକରେ ଯନ୍ତ୍ରଣା ହେବା ଗଳା ବା ମସ୍ତିଷ୍କ କର୍କଟର ଲକ୍ଷଣ ହୋଇପାରେ । ଯଦି ଆପଣଙ୍କ ସହ ଏପରି ସମସ୍ୟା ହେଉଥାଏ, ତେବେ ଡାକ୍ତର ପରାମର୍ଶ କରାଇ ନିଅନ୍ତୁ ।

ବେକ ଓ ମସ୍ତିଷ୍କ କର୍କଟ

ବେକ ଓ ମସ୍ତିଷ୍କ କର୍କଟର ଅର୍ନ୍ତଗତ ଭିନ୍ନ ଭିନ୍ନ ପ୍ରକାରର କର୍କଟ ରହିଛି । ଯେପରିକି ଓରାଲ୍‌ କର୍କଟ, ହାଇପୋଫାର୍ଜିଙ୍ଗ୍‌ କର୍କଟ, ଲାଇରିନେଜ୍‌ କର୍କଟ, ଟନସିଲ୍‌ କର୍କଟ, ନାସୋଫାରିଜେଲ୍‌ କର୍କଟ, ନାଜାଲ କାଭିଟୀ ଆଣ୍ଡ୍‌ ପାରାନାସାଲ ସାଇନସ୍‌ କର୍କଟ ଓ ଲାଳଗ୍ରନ୍ଥୀ କର୍କଟ ଆଦି।


ଗଳା ଓ ମୁଣ୍ଡ କର୍କଟର ଲକ୍ଷଣ 

ଗଳା ଯନ୍ତ୍ରଣା, ବାରମ୍ବାର ମୁଣ୍ଡବିନ୍ଧା, ସ୍ୱର ଓ ଶବ୍ଦରେ ପରିବର୍ତ୍ତନ, ଚୋବାଇବା ଓ ଗିଳିବାରେ ସମସ୍ୟା, ନିଶ୍ୱାସ ନେବା ଓ କଥା ହେବାରେ ସମସ୍ୟା, ପାଟି ଓ ଜିଭରେ ଧଳା ବା ଲାଲ୍‌ ପ୍ୟାଚ୍‌, କାନରେ ସଂକ୍ରମଣଜନିତ ଯନ୍ତ୍ରଣା, ଉପର ଦାନ୍ତରେ ଯନ୍ତ୍ରଣା, ସ୍ଥାୟୀ କାନ ସଂକ୍ରମଣ, ବେକ ଯନ୍ତ୍ରଣା ଦୂର ନ ହେବା ଓ ବେକ ମୁହଁ ଫୁଲିବା ଆଦି ସମସ୍ୟା ଦେଖା ଦେଇଥାଏ ।

ଣ ରହିଛି ରିସ୍କ?

୧. ତମାଖୁ ସେବନ

ତମାଖୁ ଗଳା କର୍କଟର ବଡ଼ କାରଣ । ଏହା କେବଳ ଗଳା ଓ ମସ୍ତିଷ୍କ କର୍କଟ ହେବାର ଆଶଙ୍କା ବଢିଯାଇଥାଏ । ସେଥିପାଇଁ ତମାଖୁ ସେବନ ଆଦୌ କରନ୍ତୁ ନାହିଁ । ସିଗାରେଟ୍‌, ଖଇନି ଓ ପାନ ମସଲା ଆଦି ଖାଇବା ବନ୍ଦ କରିବା ଆବଶ୍ୟକ ।

୨. ଏଚ୍‌ପିବି ସଂକ୍ରମଣ

ଏଚ୍‌ପିବିର ସଂକ୍ରମଣ ଯୋଗୁ ଗଳା ଏବଂ ମୁଣ୍ଡରେ କର୍କଟ ହେବାର ଆଶଙ୍କା ରହିଥାଏ । ସେଥିପାଇଁ ଏହାର ଇଞ୍ଜେକସନ୍‌ ନେବାକୁ ପଡିଥାଏ ।

୩. ପାଟିର ସ୍ୱଚ୍ଛତାରେ ଅଭାବ

ସେହିପରି ପାଟି ଭିତରର ସ୍ୱଚ୍ଛତା ପ୍ରତି ଧ୍ୟାନ ନ ଦେବା ମଧ୍ୟ ଗଳା ଓ ମସ୍ତିଷ୍କ କର୍କଟର ଆଶଙ୍କାକୁ

ବଢାଇଥାଏ । ସେଥିପାଇଁ ପାଟିର ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦେବା ଜରୁରି ।

କେମିତି ରହିବେ ସୁରକ୍ଷିତ?

ଧୂମପାନ ଓ ଆଲକହଲ୍‌ଠାରୁ ଦୂରେଇ ରହିବା,ଏଚ୍‌ପିବି ଇଞ୍ଜେକସନ୍‌ ନେବା, ଡାଏଟ୍‌ ପ୍ରତି ବିଶେଷ ଧ୍ୟାନ ଓ ପାଟିର ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ଦ୍ୱାରା କର୍କଟ ସମ୍ଭାବନା କମ୍‌ ରହିଥାଏ । ନିୟମିତ ବ୍ୟବଧାନରେ ଦାନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଦ୍ୱାରା ଯଦି କର୍କଟର ଆଶଙ୍କା ରହିଥାଏ, ତେବେ ତାହା ପ୍ରାରମ୍ଭିକ ସମୟରୁ ହିଁ ନିରୂପଣ କରାଯାଇପାରିବ । ଫଳରେ ଚିକିତ୍ସା ମଧ୍ୟ ସହଜ ହେବ ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.