ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁଣି ଆଇପିଏସ ସ୍ତରରେ ଅଦଳବଦଳ, ଆଇପିଏସ ବି. ରାଧିକାଙ୍କୁ ଭିଆରଏସ ଅନୁମତି

ଭୁବନେଶ୍ବର,୩୧।୧ ଆଇପିଏସ ବି. ରାଧିକାଙ୍କୁ ଭିଆରଏସ ଅନୁମତି ମିଳିଛି। କେନ୍ଦ୍ର ଡେପୁଟେସନରୁ ଆସିଥିଲେ ବି. ରାଧିକା।  ବର୍ତ୍ତମାନ ସେ ପିଆରବି ଅଧ୍ୟକ୍ଷ ଦାୟିତ୍ବରେ ଅଛନ୍ତି ।ଏଥିସହ ଆଇପିଏସ ସ୍ତରରେ ପୁଣି ରାଜ୍ୟ ସରକାର ଅଦଳବଦଳ କରିଛନ୍ତି। ଏ ନେଇ  ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। 

ଆଇପିଏସ ସ୍ତରରେ ଅଦଳବଦଳ କରାଯାଇ  କମିଶନରେଟ ପୋଲିସରେ ଅତିରିକ୍ତ ସିପି ନିଯୁକ୍ତ କରାଯାଇଛି। ଅବିନାଶ କୁମାରଙ୍କୁ ଅତିରିକ୍ତ ସିପି ନିଯୁକ୍ତ କରାଯାଇଛି। ସେହିପରି ବ୍ରିଜେଶ କୁମାରଙ୍କୁ ଗୁଇନ୍ଦା ବିଭାଗ ଡିଆଇଜି ଦାୟିତ୍ବ ଦିଆଯାଇଛି।  ଦୟାଲ ଗଙ୍ଗଓ୍ବାରଙ୍କୁ ପୋଲିସ  ଆଧୁନିକୀକରଣ ଅତିରିକ୍ତ ଡିଜି  ଓ  ଆଇପିଏସ ରାଜେଶ କୁମାରଙ୍କୁ ରେଳବାଇ ଓ ଉପକୂଳ ସୁରକ୍ଷା ଅତିରିକ୍ତ ଡିଜି ନିଯୁକ୍ତ  କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.