ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ଦିଲ୍ଲୀ ମେଟ୍ରୋରେ ମହାଡ୍ରାମା, ଦୁଇ ମହିଳା ଯାତ୍ରୀଙ୍କ ମଧ୍ୟରେ ହିଂସ୍ରକ ଲଢ଼େଇର ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ, ୦୭/୦୯: ଦିଲ୍ଲୀ ମେଟ୍ରୋରେ ଲକ୍ଷାଧିକ ଯାତ୍ରୀ ଯାତ୍ରା କରୁଛନ୍ତି । ଭିଡ଼ରୁ ବର୍ତ୍ତିବା ପାଇଁ ଏବଂ ଶୀଘ୍ର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଲାଗି ଯାତ୍ରୀ ଦିଲ୍ଲୀ ମେଟ୍ରୋର ବ୍ୟବହାର କରୁଛନ୍ତି । କିନ୍ତୁ ଦିଲ୍ଲୀ ମେଟ୍ରୋ ଯାତ୍ରୀଙ୍କ ଲାଗି କେତେ ସୁରକ୍ଷିତ ? ବା ଟ୍ରେନ୍‌ ଭିତରେ ଯାତ୍ରୀଙ୍କ ଲାଗି ସୁରକ୍ଷା ବ୍ୟବସ୍ଥା କିଭଳି ରହିଛି ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହା ଚିନ୍ତାର କାରଣ ପାଲଟିଛି।  ଦିଲ୍ଲୀ ମେଟ୍ରୋ ଭିତରେ ଦୁଇ ମହିଳା ଯାତ୍ରୀଙ୍କ ଉପଦ୍ରବର ଭିଡିଓ ଭାଇରାଲ ହେବା ପରେ ଲୋକେ ଏଭଳି ଆଲୋଚନା କରୁଛନ୍ତି । 

ଅଚାନକ ବ୍ୟାଙ୍କ ଖାତାକୁ ଆସିଲା ୨୦୦ କୋଟି, ଭୟରେ ଶୋଇପାରୁନି ଶ୍ରମିକଙ୍କ ପରିବାର

ଦୁଇ ମହିଳା ଯାତ୍ରୀଙ୍କ ମଧ୍ୟରେ ହିଂସ୍ରକ ଲଢ଼େଇର ଚିତ୍ର ସାମ୍ନାକୁ ଆସିଛି । ମେଟ୍ରୋ ଭିତରେ ମହାଭାରତ । ଜଣେ ମହିଳା ପ୍ୟାସେଞ୍ଜର ଅନ୍ୟ ଜଣେ ମହିଳାଙ୍କୁ ଚୁଟି ଝିଙ୍କି ମାଡ଼ ମାରୁଥିବା ଦେଖିବାକୁ ମିଳିଛି । ଅନ୍ୟ ମହିଳାଜଣଙ୍କ ବି ଏହାର ପ୍ରତିବାଦରେ ଆକ୍ରମଣ କରିଥିବା ମହିଳାଙ୍କୁ ଉତ୍ତମ ମଧ୍ୟମ ଦେଇଛନ୍ତି । ତେବେ ଦୁଇ ମହିଳାଙ୍କ ମଧ୍ୟରେ ଲାଗିଥିବା ଲଢ଼େଇକୁ ବନ୍ଦ କରିବା ଲାଗି ଅନ୍ୟ ଯାତ୍ରୀମାନେ ଚେଷ୍ଟା କରିଥିଲେ । ହେଲେ ଏହାପରେ ଲଢ଼େଇର ତୀବ୍ରତା ବଢ଼ିଥିଲା । 

ଅନ୍ୟପଟେ ଏହି ଲଢ଼େଇ ବେଳେ କେହି ଜଣେ ମହିଳା ଯାତ୍ରୀ ‘ସେ ଜଜଙ୍କ ଝିଅ’ ବୋଲି କହୁଥିବା ଶୁଣିବାକୁ ମିଳିଛି । କାହିଁକି ଦୁଇ ଜଣ ମହିଳାଯାତ୍ରୀଙ୍କ ମଧ୍ୟରେ ମାରପିଟ ହୋଇଥିଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ସେପଟେ ଦିଲ୍ଲୀ ମେଟ୍ରୋ ଭିତରେ ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ ବୋଲି ଯାତ୍ରୀ ଅଭିଯୋଗ କରିଛନ୍ତି । ତାସହ ବିଭାଗ ପକ୍ଷରୁ ଏନେଇ ସତର୍କ ହେବା ସହ ଏଭଳି କାଣ୍ଡ ଭିଆଉଥିବା ଯାତ୍ରୀଙ୍କୁ ଉଚିତ ଶାସ୍ତି ଦେବା ଦରକାର ବୋଲି ସାଧାରଣରେ ଦାବି ହୋଇଛି । 

You can also read: ଚିକିତ୍ସା କରିବାକୁ ଯାଇ ହଟହଟା ହେଲେ ଡାକ୍ତର, ସ୍କ୍ରୁଡ୍ରାଇଭରରେ ଆକ୍ରମଣ କରି ଲହୁଲୁହାଣ କଲା ରୋଗୀ


  • Delhi Metro
  • Passengers
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.