ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମହିଳା ମୃତ

ଜି.ଉଦୟଗିରି,୬/୨: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତର ଡକେଡ଼ି ଗ୍ରାମରେ ୧୧ କେଭି ଵିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ନିର୍ମଳା ନାୟକ ( ୬୨ ) 

ସୁଚନା ଅନୁସାରେ ଷ୍ଟିଫେନ ନାୟକଙ୍କ ସ୍ତ୍ରୀ ନିର୍ମଳା ତାଙ୍କ ଗୃହପାଳିତ ଛେଳି ମାନଙ୍କ ଖାଦ୍ୟ ପାଇଁ ଏକ ଡିମିରି ଗଛ ଚଢ଼ି ଡାଳ କାଟୁଥିବା ବେଳେ  ନିକଟ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ । ବିଦ୍ୟୁତ୍ ଆଘାତରେ ତାଙ୍କର   ମୃତ୍ୟୁ ଘଟିବା  ସହ ସେହି ଗଛ ଡାଳରେ ହିଁ ଝୁଲି ରହିଥିଲେ। ଘଟଣା ସମ୍ପର୍କରେ  ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି  ମୃତଦେହ ଉଦ୍ଧାର କରିଥିଲେ। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ତଦନ୍ତ ଅଧିକାରୀ ସବ୍ ଇନ୍ସପେକ୍ଟର ରଞ୍ଜିତା ବେହେରା ସୂଚନା ଦେଇଛନ୍ତି।

ଆହୁରି ପଢନ୍ତୁ : ଚନ୍ଦ୍ରଭାଗା ତୀର୍ଥରେ ମାଘ ସପ୍ତମୀ ବୁଡ଼ ପାଇଁ ନୀତି ନିର୍ଦ୍ଧାରଣ ବୈଠକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.