ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶଙ୍ଖ ଭବନରେ ବିଜେଡିରେ ମିଶିଲେ ଅନ୍ୟ ଦଳର କର୍ମୀ

ନୀଳଗିରି,୭/୨ : ନିର୍ବାଚନ ଯେତେ ପାଖେଇ ଆସୁଛି ନୀଳଗିରି ବିଜେଡି ଦଳରେ ରାଜନୀତି ପାଣି ପାଗ ବଦଳିବାରେ ଲାଗିଛି। ବିଜେଡି ନେତା ସନ୍ତୋଷ ଖଟୁଆଙ୍କ ଉଦ୍ୟମରେ   ଅନ୍ୟ ଦଳର କର୍ମୀମାନେ ଦଳ ଛାଡି ଶଙ୍ଖ ଭବନରେ ବିଜେଡିରେ ସାମିଲ ହୋଇଛନ୍ତି। ନୀଳଗିରି ନିର୍ବାଚନ ମଣ୍ଡଳୀର ଏନ୍ଏସି, ନୀଳଗିରି ବ୍ଲକ, ଔପଦା ବ୍ଲକ, ବାହାନଗା ବ୍ଲକର, ବିଜେପି ଓ କଂଗ୍ରସର  କର୍ମୀ ଦଳ ଛାଡ଼ି ବିଜେଡ଼ି ଦଳରେ ସାମିଲ ହୋଇଛନ୍ତି। 

 ନୀଳଗିରି ନିର୍ବାଚନ ମଣ୍ଡଳୀ ନେତା ତଥା ଜିଲ୍ଲା ବିଜେଡ଼ିର ବରିଷ୍ଠ ଉପ ସଭାପତି ସନ୍ତୋଷ କୁମାର ଖଟୁଆଙ୍କ ନେତୃତ୍ଵରେ ମନ୍ତ୍ରୀ ତଥା ବାଲେଶ୍ବର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ଉପସ୍ଥିତିରେ ଏକ ମିଶ୍ରଣ ପର୍ଵ ଆୟୋଜନ କରାଯାଇଥିଲା। ଶିଶିର ମହାପାତ୍ର ଫାଉଣ୍ଡେସନର ପ୍ରତିଷ୍ଠାତା ତଥା  ସମାଜ ସେବୀ ସବ୍ୟସାଚୀ ମହାପାତ୍ର ବିଜେଡିରେ ପୁଣି ଥରେ ସାମିଲ ହୋଇଛନ୍ତି।  

ସେହିପରି ସବ୍ୟସାଚୀଙ୍କ ନେତୃତ୍ୱରେ ମଧ୍ୟ ୬ନମ୍ବର କାଉନସିଲର ପ୍ରତାପ ସେଠୀ ଓ ଅନ୍ୟ ଯୁବକ ମାନେ ବିଜେଡିରେ ମିଶିଛନ୍ତି। ପୂର୍ବତନ ବ୍ଲକ ଚେୟାରମ୍ୟାନ ଝରଣା ସିଂ ବିଜେଡିରେ  ମିଶିଛନ୍ତି।୩୨ ଜଣ ଙ୍କୁ ମନ୍ତ୍ରୀ ପ୍ରତାପ ଦେବ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଦଳ ରେ ଯୋଗ ଦେଇଥିବା କର୍ମୀ ମାନେ କହିଛନ୍ତି। ଏହି ମିଶ୍ରଣ ପର୍ବ ରେ ବିଜେଡ଼ି ଦଳରୁ ଜିଲ୍ଲାପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ, ଶିଶିର ଉତ,ସୁରଞ୍ଜନ ମହାପାତ୍ର,ଦିପ୍ତିକାନ୍ତ ପୃଷ୍ଟି ଙ୍କ ସମେତ ନିର୍ବାଚନ ମଣ୍ଡଳୀ ର ଅନେକ ନେତା ଉପସ୍ଥିତ ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.