ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବର୍ଜ୍ୟ ପାଣିକୁଣ୍ଡରେ ପଡି ଚାଲିଗଲା ଶିଶୁପୁତ୍ରର ଜୀବନ

ଉଦଳା, ୧୫/୦୪ : ବର୍ଜ୍ୟ ପାଣିକୁଣ୍ଡରେ ପଡ଼ି ଚାଲିଗଲା ଶିଶୁ ପୁତ୍ରର ଜୀବନ। ଏଭଳି ଘଟଣା ଘଟିଛି ଉଦଳା ଥାନା ବହୁବନ୍ଧ କଲୋନୀସାହି ଗ୍ରାମରେ। ମୃତକ ହେଉଛନ୍ତି ଗ୍ରାମର ମୋଚିରାମ ହୋଙ୍କ ୧୩ ମାସର ପୁଅ। 

ସୂଚନାନୁଯାୟୀ, ରବିବାର ସନ୍ଧ୍ୟା ସମୟରେ ଗ୍ରାମର ମୋଚିରାମ ହୋଙ୍କ ୧୩ ମାସର ଶିଶୁପୁତ୍ର ଘର ବାରଣ୍ଡାରେ ଥିଲା। ମୋଚିରାମଙ୍କ ସ୍ତ୍ରୀ ଘର କାମରେ ବ୍ୟସ୍ତ ଥିଲେ। ଏହି ସମୟରେ ଛୁଆଟି ପେଟେଇ ପେଟେଇ ବାରଣ୍ଡାରୁ ଯାଇ ଘରକୁ ଲାଗିଥିବା ଥିବା ନଳକୂପ ନିକଟରେ ପହଞ୍ଚିଥିଲା। ନଳକୂପ ନିକଟରେ ଥିବା ବର୍ଜ୍ୟ ପାଣିକୁଣ୍ଡରେ ଶିଶୁଟି ପଡି ଯାଇଥିଲା। ପରିବାର ଲୋକେ ଛୁଆକୁ ନପାଇ ଅନେକ ଆଡ଼େ ଖୋଜାଖୋଜି କରିବା ପରେ ଶେଷରେ ବର୍ଜ୍ୟ ପାଣି କୁଣ୍ଡରୁ ପାଇଥିଲେ। ପରେ ତାକୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.