ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଜାପାନରେ ‘ଆର୍‌ଆର୍‌ଆର୍‌’ ଉପରେ ମ୍ୟୁଜିକାଲ୍ ଡ୍ରାମା, ପ୍ରସିଦ୍ଧ ଥିଏଟର କଂପାନି ତାକାରାଜୁକା କଲା ପରିବେଷଣ

ନୂଆଦିଲ୍ଲୀ ୨୪/୦୩: ଏସ୍‌ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍‌ଆର୍‌ଆର୍‌’କୁ ଜାପାନରେ ବେଶ୍‌ ପ୍ରଶଂସା ମିଳୁଛି । ବିଗତ ଦେଢ଼ ବର୍ଷ ହେଲା ଏହା ଜାପାନର ଥିଏଟରଗୁଡ଼ିକରେ ପ୍ରଦର୍ଶିତ ହେଉଛି । ନିକଟରେ ସେଠାକାର ଏକ ପ୍ରସିଦ୍ଧ ଥିଏଟର କଂପାନି ‘ଆର୍‌ଆର୍‌ଆର’କୁ ମ୍ୟୁଜିକାଲ୍‌ ଡ୍ରାମା ଭାବେ ପରିବେଷଣ କରିଥିଲା । ତାକୁ ଦେଖିବାକୁ ଫିଲ୍ମନିର୍ମାତା ରାଜାମୌଲି ନିଜେ ସେଠାରେ ଉପସ୍ଥିତ ରହିଥିଲେ । 

ଏ ସଂପର୍କରେ ଏକ ଟ୍ୱିଟ୍‌ କରି ରାଜାମୌଲି କହିଛନ୍ତି, ଜାପାନର ୧୦୦ ବର୍ଷ ପୁରୁଣା ଥିଏଟର କଂପାନି ତାକାରାଜୁକା ‘ଆର୍‌ଆର୍‌ଆର୍‌’କୁ ମ୍ୟୁଜିକାଲ୍‌ ଡ୍ରାମା ଭାବେ ପରିବେଷଣ କରିଛି । ତାକାରାଜୁକା ଜାପାନର ଏକ ମହିଳା ମ୍ୟୁଜିକାଲ୍‌ ଥିଏଟର ଟ୍ରୁପ୍‌ । ‘ଆର୍‌ଆର୍‌ଆର’କୁ ଡ୍ରାମା ଭାବେ ପରିବେଷଣ କରାଯିବା ଆମ ଲାଗି ଗର୍ବର କଥା । ଏହି ନାଟକକୁ ବି ଫିଲ୍ମ ଭଳି ଭଲପାଇବା ଦେଇଥିବାରୁ ଜାପାନବାସୀଙ୍କ ନିକଟରେ ମୁଁ କୃତଜ୍ଞ । ଶୋ’ରେ ସମସ୍ତ ମହିଳା କଳାକାର ଅଦ୍ଭୁତପୂର୍ବ ଶକ୍ତି ଓ ପ୍ରତିଭା ପ୍ରଦର୍ଶନ କରିଥିବା ସେ ପ୍ରକାଶ କରିଛନ୍ତି ।




ରାଜାମୌଲି ମଧ୍ୟ ସୋସିଆଲ୍‌ ମିଡିଆରେ ଏହି କାର୍ଯ୍ୟକ୍ରମ ସହ ଜଡି଼ତ ଫଟୋ ଓ ଭିଡିଓକୁ ଶେୟାର କରିଛନ୍ତି । ସେଥିରେ ତାଙ୍କୁ ଦର୍ଶକଙ୍କ ମଧ୍ୟରେ ଛିଡ଼ା ହୋଇ ସେମାନଙ୍କର ଅଭିବାଦନ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି । ଅନ୍ୟ ଏକ ଫଟୋରେ ସେ ଥିଏଟର ଗ୍ରୁପର ସଦସ୍ୟମାନଙ୍କ ସହିତ ନଜର ଆସୁଛନ୍ତି । ରାମଚରଣ, ଜୁନିଅର ଏନ୍‌ଟିଆର, ଅଜୟ ଦେବଗନ ଓ ଆଲିୟା ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ୨୦୨୨ ମସିହା ମାର୍ଚ୍ଚ ୨୨ ତାରିଖରେ ସାରା ବିଶ୍ୱରେ ରିଲିଜ୍‌ ହୋଇଥିଲା । ତେବେ ଜାପାନରେ ଏହାକୁ ସେହିବର୍ଷ ଅକ୍ଟୋବର ମାସରେ ରିଲିଜ୍‌ କରାଯାଇଥିଲା । ସେତେବେଳେ ଫିଲ୍ମର ପ୍ରମୋସନ୍‌ ଲାଗି ରାଜାମୌଲି, ଜୁନିଅର ଏନ୍‌ଟିଆର ଓ ରାମଚରଣ ଜାପାନ ଯାଇଥିଲେ । ସେବେଠାରୁ ବିଗତ ଦେଢ଼ ବର୍ଷ ହେଲା ଏହି ଫିଲ୍ମ ସେଠାକାର ଥିଏଟରଗୁଡ଼ିକରେ ଚାଲୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.