ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଚାରକଙ୍କ କୁକୁର ଚୋରି, ୨ ଡଜନ୍‌ ଲୋକଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ ୨୪/୦୫: ଉତ୍ତରପ୍ରଦେଶର ବରେଲିରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ସିଭିଲ ଜଜ୍‌ଙ୍କ ଘରୁ ପୋଷା କୁକୁର ଚୋରି ହୋଇଛି । ବିଚାରକଙ୍କ ପରିବାର ଅଭିଯୋଗ କରିଛନ୍ତି, ପଡ଼ୋଶୀ ଡମ୍ପି ଅହମଦ ସେମାନଙ୍କ ପୋଷା କୁକୁରକୁ ଚୋରି କରିଛନ୍ତି । ଅଭିଯୋଗ ପରେ ପଶୁ କ୍ରୂରତା ଅଧିନିୟମ ଅଧୀନରେ ୨ ଡଜନ୍‌ରୁ ଅଧିକ ଲୋକଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି । ବିଚାରକଙ୍କ ପୋଷ୍ଟିଂ ହରଦୋଇରେ ହୋଇଥିବାବେଳେ ତାଙ୍କ ପରିବାର ବରେଲିର ସନ୍‌ସିଟି କଲୋନିରେ ରହୁଛି । 

ଅଭିଯୋଗ ଅନୁସାରେ, ବିଚାରକଙ୍କ ପରିବାର ଓ ଅହମଦଙ୍କ ପରିବାର ମଧ୍ୟରେ କିଛି ଦିନ ତଳେ ଝଗଡ଼ା ହୋଇଥିଲା । ଡମ୍ପି ଅହମଦଙ୍କ ପୁଅ କାଦିର ଖାନ୍‌ ବିଚାରକଙ୍କ ପରିବାର ସଦସ୍ୟଙ୍କୁ ଭୟଭୀତ କରିବା ସହିତ ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୋଗରେ ଉଲ୍ଲେଖ ହୋଇଛି । ଗତ ୧୬ ତାରିଖରେ ଡମ୍ପିଙ୍କ ପତ୍ନୀ ବିଚାରକଙ୍କ ଘରକୁ ଆସି ଅଭିଯୋଗ କଲେ ଯେ ବିଚାରକଙ୍କ ପୋଷା କୁକୁର ତାଙ୍କୁ ଓ ତାଙ୍କ ଝିଅ ଉପରେ ଆକ୍ରମଣ କରିଛି । ଏହା ପରେ ଘଟଣାକୁ ନେଇ ଖୁବ୍‌ ଝଗଡ଼ା ହେଲା । ତା’ପରେ ଘରୁ କୁକୁର ଚୋରି ହୋଇଥିବା ଜଣାପଡ଼ିଲା । ବିଚାରକ ଘଟଣା ବିଷୟରେ ଜାଣିବା ପରେ ଲକ୍ଷ୍ନୌରୁ ବରେଲି ପୁଲିସ ସହ ସମ୍ପର୍କ କଲେ ଏବଂ ପୂରା ଘଟଣା ଫୋନ୍‌ରେ ବର୍ଣ୍ଣନା କଲେ । ଏକ ଅଭିଯୋଗ ମଧ୍ୟ ଦାଖଲ କଲେ । ଏହା ପରେ ପୁଲିସ ବିଚାରକଙ୍କ କୁକୁର ଖୋଜିବାରେ ଲାଗିପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.