ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଚାଲୁନି ପଲ୍ସ, ନାହିଁ ହୃଦ୍‌ପିଣ୍ଡ; ମେସିନ୍ ପାଇଁ ବଞ୍ଚିଛନ୍ତି ମହିଳା

ନୂଆଦିଲ୍ଲୀ, ୧୪।୧୧: ଆମେ ଅନେକ ଫିଲ୍ମ ଦେଖିଛେ । କିଛି ଫିଲ୍ମର ସିନ୍‌ରେ ଡାକ୍ତରଖାନାରେ ରୋଗୀ ଗୁରୁତର ଅବସ୍ଥାରେ ପଡ଼ିରହିଥିବାର ସିନ୍ ମଧ୍ୟ ଥାଏ । ପଲ୍ସ ରେଟ୍ ବନ୍ଦ ହୋଇଯିବାରୁ ତାଙ୍କର ମୃତ୍ୟୁ ଘଟିଛି... କ୍ଷମା କରିବେ... ଅନେକ ଚେଷ୍ଟା କରିବା ପରେ ବି ଆମେ ତାଙ୍କୁ ବଞ୍ଚାଇପାରିଲୁନାହିଁ... ଏପରି କିଛି କଥା ଜଣେ ଡାକ୍ତର କହୁଥିବାର ମଧ୍ୟ ଆପଣ ଶୁଣିଥିବେ । ସାଧାରଣତଃ ପଲ୍ସ ରେଟ୍ ବନ୍ଦ ହୋଇଗଲେ ମଣିଷର ମୃତ୍ୟୁ ସୁନିଶ୍ଚିତ ବୋଲି ଆମେ ଜାଣିଛେ । କିନ୍ତୁ, ଯଦି ଆମେ କହୁ ପଲ୍ସ ରେଟ୍ ବନ୍ଦ ହୋଇଯାଇଥିବା ସତ୍ତ୍ୱେ ଜଣେ ଏ ପର୍ଯ୍ୟନ୍ତ ଜୀବିତ ଅଛନ୍ତି । ତେବେ କ’ଣ ଆପଣ ବିଶ୍ୱାସ କରିବେ ? ଏ କଥା ଅବିଶ୍ୱାସ ଲାଗୁଥିଲେ ବି ସତ । ଆମେ ଆଜି ଜଣେ ଏଭଳି ମହିଳାଙ୍କ ବିଷୟରେ କହିବୁ, ଯିଏ ଏକ ଅଜବ ରୋଗରେ ପୀଡ଼ିତ । ତାଙ୍କର ପଲ୍ସ ରେଟ୍ ଚାଲୁନାହିଁ । ତଥାପି ସେ ବଞ୍ଚିଛନ୍ତି । 

ଏହି ମହିଳା ଜଣକ ହେଲେ ସୋଫିଆ ହାର୍ଟ । ୩୦ ବର୍ଷୀୟା ସୋଫିଆ ଆମେରିକାର ମାଶାଚୁସେଟ୍ସର ବାସିନ୍ଦା । ଏ ବାବଦରେ ସେ ସେତେବେଳେ ଜାଣିବାକୁ ପାଇଲେ, ଯେତେବେଳେ ତାଙ୍କ ଶରୀରର ଏକ ଅଂଶ ତାଙ୍କଠାରୁ କାଢ଼ି ନିଆଗଲା । ସୋଫିଆ ଏକ ବିରଳ ଜେନେଟିକ୍ ହାର୍ଟ ରୋଗରେ ପୀଡ଼ିତ । ସେ ବର୍ତ୍ତମାନ ‘ଇରିଭର୍ସେବଲ୍ ଡାଇଲେଟେଡ୍ କାର୍ଡିଓମାଓପାଥି’ ଅବସ୍ଥାରେ ଅଛନ୍ତି । ତାଙ୍କର ପଲ୍ସ ଚାଲୁନଥିବା ବେଳେ ଏହି ରୋଗ ତାଙ୍କର ହୃଦୟସ୍ପନ୍ଦନ ଅଟକାଇ ଦେଇଛି । ତେବେ ଆପଣ ଭାବୁଥିବେ ବିନା ହୃଦ୍‌ପିଣ୍ଡରେ ମଣିଷ ବଞ୍ଚିବା କ’ଣ ସମ୍ଭବ ? କହିରଖୁ କି, ସୋଫିଆଙ୍କ ଏକମାତ୍ରା ସାହାରା ବ୍ୟାଟେରୀ । ତାଙ୍କ କହିବାନୁସାରେ, ଏହି ବ୍ୟାଟେରୀ ଯୋଗୁଁ ସେ ଏଯାଏ ବଞ୍ଚି ରହିଛନ୍ତି । ଏବେ ତାଙ୍କୁ ଲେପ୍ଟ ଭେଣ୍ଟ୍ରିକୁଲର୍ ଆସିଷ୍ଟ ଡିଭାଇସ୍ ଏଲିଭିଏଡିର ସାହାଯ୍ୟ ନେବାକୁ ପଡ଼ିଛି । ଯେଉଁଥିରେ ତାଙ୍କ ହୃଦ୍‌ସ୍ପନ୍ଦନ ଚାଲିପାରିବ । ଏହି ମେସିନ୍‌ ହିଁ ତାଙ୍କୁ ଏଯାଏ ଜୀବିତ ରଖିଛି । ତେବେ ଚିନ୍ତାର ବିଷୟ ଯେ, ଏହି ମେସିନ୍ ପାଇଁ ତାଙ୍କର ହାର୍ଟଫେଲ୍ ମଧ୍ୟ ହୋଇପାରେ । ଏହି ମେସିନ୍ ଯୋଗୁଁ ସାଧାରଣ ଲୋକଙ୍କ ପରି ସୋଫିଆଙ୍କ ହୃଦ୍‌ସ୍ପନ୍ଦନ ହେଉଛି । 

ଏ ରୋଗରେ ସୋଫିଆ କେବେଠୁ ପୀଡ଼ିତ ତାହା ଜଣାନାହିଁ । ଗତ ବର୍ଷ ସେ ଏହି ରୋଗ ବିଷୟରେ ଜାଣିବାକୁ ପାଇଲେ । ୨୦୨୨ରେ ସେ ଯେତେବେଳେ ଘୋଡ଼ା ଫାର୍ମରେ କାମ କରୁଥିଲେ । କମ୍ କାମ କରି ଶୀଘ୍ର ଥକି ପଡ଼ୁଥିବା ଅନୁଭବ କଲେ । ଏଥିପାଇଁ ତାଙ୍କ ମନରେ ସନ୍ଦେହ ଆସିଲା । ତେଣୁ ସେ ଡାକ୍ତରଙ୍କ ପରାମର୍ଶ ନେଲେ । ପରୀକ୍ଷା ପରେ ସେ ଏଭଳି ବିରଳ ରୋଗରେ ପୀଡ଼ିତ ବୋଲି ଜାଣିବାକୁ ପାଇଲେ । ସୋଫିଆଙ୍କର ଜଣେ ଯାଆଁଳା ଭଉଣୀ ଅଛନ୍ତି । ତାଙ୍କର ମଧ୍ୟ ଏପରି ସମସ୍ୟା ଥିଲା । ୨୦୧୬ରେ ତାଙ୍କ ଭଉଣୀଙ୍କର ହୃଦୟ ପ୍ରତିରୋପଣ କରାଯାଇଥିଲା । ଏବେ ସୋଫିଆ ମେସିନ୍ ସାହାଯ୍ୟରେ ଜୀବନ କାଟୁଛନ୍ତି । ପରେ ସୋଫିଆଙ୍କର ମଧ୍ୟ ହୃଦୟ ପ୍ରତିରୋପଣ କରାଯିବ । 

Copyright © 2022 - Summa Real Media Private Limited. All Rights Reserved.