ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଫଗାନ୍‌ରେ ଭୟଙ୍କର ବର୍ଷା ଓ ବନ୍ୟା ବିତ୍ପାତ, ୩୦୦ରୁ ଅଧିକ ଲୋକ ହରାଇଲେଣି ପ୍ରାଣ

କାବୁଲ,୧୨/୦୫: ଆଫଗାନିସ୍ତାନରେ ପ୍ରବଳ ବର୍ଷା ଯୋଗୁ ଅଚାନକ ଭୟାନକ ବନ୍ୟା ଆସିଛି । ଏହାଯୋଗୁ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ବାଘଲାନ ପ୍ରଦେଶ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଏଠାରେ ୨୦୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ହଜାର ହଜାର ବାସଗୃହ ଛାରଖାର ହୋଇଯାଇଛି । ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ରିପୋର୍ଟରୁ ଏହା ଜଣାପଡ଼ିଛି । 

ରିପୋର୍ଟ ମୁତାବକ ବର୍ଷା ଯୋଗୁ ବାଘଲାନ ପ୍ରଦେଶର ପଡ଼ୋଶୀ ତଖର ପ୍ରଦେଶ ମଧ୍ୟ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଏଠାରେ ଅତିକମ୍‌ରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି । ତାଲିବାନ ସରକାରର ମୁଖ୍ୟ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍‌ ଶନିବାର ସୋସିଆଲ ମିଡିଆରେ କହିଛନ୍ତି ଯେ ବିନାଶକାରୀ ବନ୍ୟା ଯୋଗୁ ଶହ ଶହ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ସଂଖ୍ୟକ ଲୋକ ଆହତ ହୋଇଛନ୍ତି । ବାଘଲାନ, ବଦଖଶାଂ, ଘୋର ଏବଂ ହେରାତ ପ୍ରଦେଶରେ ବନ୍ୟାର ପ୍ରକୋପ ଅଧିକ ରହିଥିଲା । 

ଏହାଯୋଗୁ ବିପୁଳ ଆର୍ଥିକ କ୍ଷତି ବି ହୋଇଛି । ଏବେ ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତ ମାସରେ ଆଫଗାନିସ୍ତାନରେ ପ୍ରବଳ ବର୍ଷା ଯୋଗୁ ଅନୁରୂପ ଭାବେ ଅଚାନକ ବନ୍ୟା ଆସିଥିଲା । ଏଥିରେ ଅତିକମ୍‌ରେ ୭୦ ଲୋକଙ୍କ ମୃତ୍ୟୁ ହୋଇଥିଲା ବେଳେ ୨ ହଜାର ଘର, ୩ ମସ୍‌ଜିଦ ଏବଂ ୪ଟି ସ୍କୁଲ କ୍ଷତିଗ୍ରସ୍ତ ହୋଇଥିଲା । ତାଲିବାନ ଅଧୀନକୁ ଯିବା ପରେ ଆଫଗାନିସ୍ତାନ ଏବେ ନାନା ସମସ୍ୟା ଦେଇ ଗତି କରୁଛନ୍ତି । ଲୋକମାନେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି । ବାରମ୍ବାର ବନ୍ୟା ଯୋଗୁ ସେମାନଙ୍କ ଜୀବନ ଆହୁରି ଦୁର୍ବିଷହ ହୋଇପଡ଼ିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.