ପ୍ରମୂଖ ଖବର
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

୪ ଦଶନ୍ଧି ପରେ ଜଣେ ଅଣ ଓଡ଼ିଆ ହେବେ ଓଡିଶାର ମୁଖ୍ୟ ଶାସନ ସଚିବ

ଭୁବନେଶ୍ଵର,୨୮/୬ : ମନୋଜ ଆହୁଜା ହେଲେ ନୂତନ ମୁଖ୍ୟ ଶାସନ ସଚିବ । ଦୀର୍ଘ ୩୯ବର୍ଷ ପରେ ଜଣେ ଅଣ ଓଡ଼ିଆ ପ୍ରଶାସନିକ ଅଧିକାରୀ ରାଜ୍ୟର ମୁଖ୍ୟ ଶାସନ ସଚିବ ହେବାକୁ ଯାଉଛନ୍ତି । ମୋହନ ମାଝୀଙ୍କ ନୂତନ ସରକାର ଆହୁଜାଙ୍କୁ ଏହି ଗୁରୁ ଦାୟିତ୍ଵ ଦେଇଛନ୍ତି । ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଆସନ୍ତା ଜୁନ ୩୦ତାରିଖରେ ସରିବାକୁ ଯାଉଛି । ଏହାପରେ ପ୍ରଦୀପଙ୍କଠୁ ଦାୟିତ୍ଵ ଗ୍ରହଣ କରିବେ ଆହୁଜା । 

ଗତ ୪ ଦଶନ୍ଧି ଧରି ଏହି ପଦରେ ସର୍ବଦା ଓଡ଼ିଆ ପ୍ରଶାସନିକ ଅଧିକାରୀ ରହି ଆସିଥିଲେ । ଆଉ ମୋହନ ମାଝୀଙ୍କ ନବ ନିର୍ବାଚିତ ସରକାରରେ ଏହାର ବ୍ୟତିକ୍ରମ ଘଟିଛି । ଅଣ ଓଡ଼ିଆ ଆଇଏଏସ ଅଫିସର ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ନିଯୁକ୍ତ କରିଛନ୍ତି । ଶ୍ରୀ ଆହୁଜାଙ୍କ ପୂର୍ବରୁ ୧୯୮୩ ଏପ୍ରିଲରୁ ୧୯୮୫ ଡିସେମ୍ବର ପର୍ଯ୍ୟନ୍ତ ଜ୍ଞାନ ଚନ୍ଦ ଓଡ଼ିଶାର ମୁଖ୍ୟ ଶାସନ ସଚିବ ରହିଥିଲେ । 

୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡରର ଆଇଏଏସ ମନୋଜ ଆହୁଜା ଓଡ଼ିଶା ସରକାରରେ ଇସ୍ପାତ ଓ ଖଣି ସଚିବ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ଭାବେ କାର୍ଯ୍ୟ କରିଛନ୍ତି । ସେ ବାଣିଜ୍ୟିକ କର ଆୟୁକ୍ତ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ସେହି ସମୟରେ ଏହି ଦାୟିତ୍ଵରେ ଥିଲେ ଯେତେବେଳେ ରାଜ୍ୟ ଗୁଡ଼ିକର ମୂଳ ବର୍ଦ୍ଧିତ କର(ଭାଟ୍) ବ୍ୟବସ୍ଥାକୁ ଜାତୀୟ ସ୍ତରରେ ଆରମ୍ଭ କରାଯାଇଥିଲା । ଆଉ ଜିଏସଟି ପ୍ରଣାଳୀରେ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଥିଲା। 

ଆହୁଜା ଜଣେ କ୍ରୀଡ଼ା ପ୍ରେମୀ । ସେ ସାଇକେଲ୍ ଚଳାଇବା ଏବଂ ଦୁଃସାହସିକ କ୍ରୀଡ଼ାରେ ଭାଗ ନେବାକୁ ପସନ୍ଦ କରନ୍ତି । ତାଙ୍କର ପତ୍ନୀ  ହେଉଛନ୍ତି ଆରତି ଆହୁଜା, ଯିଏ ୧୯୯୦ବ୍ୟାଚର ଆଇଏଏସ ଅଧିକାରିଣୀ। ସେ ମଧ୍ୟ ମଧ୍ୟ ଓଡ଼ିଶା କ୍ୟାଡରର ଆଇଏଏସ ଅଫିସର ଥିଲେ । ଚଳିତ ବର୍ଷ ଆରମ୍ଭରେ ସେ ଶ୍ରମ ଓ ରୋଜଗାର ସଚିବ ପଦରୁ ଅବସର ନେଇଥିଲେ । 

ଟେକ୍ନୋକ୍ରାଟରୁ ପ୍ରଶାସନିକ ଅଧିକାରୀ ହୋଇଥିବା ଆହୁଜା କେନ୍ଦ୍ର ସରକାର ଓ ରାଜ୍ୟ ସରକାରରେ ଅନେକ ଗୁରୁତ୍ଵପୂର୍ଣ୍ଣ ପଦରେ କାମ କରିଛନ୍ତି । ତାଙ୍କ ସହକର୍ମୀ କହିଛନ୍ତି, ସେ ଜଣେ ପରିଶ୍ରମୀ ଏବଂ କର୍ତ୍ତବ୍ୟନିଷ୍ଠ  ଅଧିକାରୀ। ନିଜ କାର୍ଯ୍ୟ ଶୈଳୀରେ ଶୀର୍ଷ ନେତୃତ୍ଵଙ୍କ ସେ ବିଶ୍ଵାଭାଜନ ହୋଇ ପାରିଛନ୍ତି। 

ସୂଚନାଯୋଗ୍ୟ, ଆହୁଜା କେନ୍ଦ୍ରୀୟ ଡେପୁଟେସନରେ ଥିଲେ । ତାଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର କରିଥିବା ଅନୁରୋଧକୁ କେନ୍ଦ୍ର ସରକାର ଗ୍ରହଣ କରିଥିଲେ। ଗତକାଲି କ୍ୟାବିନେଟ୍ ନିଯୁକ୍ତି ସଂକ୍ରାନ୍ତୀୟ କମିଟି ତାଙ୍କୁ ଓଡିଶା ଫେରିବା ପାଇଁ ଅନୁମତି ଦେଇଥିଲେ। ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେ ଓଡିଶାର ମୁଖ୍ୟ ଶାସନ ସଚିବ ହେଲେ ତାଙ୍କ କାର୍ଯ୍ୟକାଳ ଛଅ ମାସ ରହିପାରେ । କାରଣ ଆହୁଜା ଆସନ୍ତା ଡିସେମ୍ବରରେ ଅବସର ନେବେ ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.