ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଠେଲି ଠେଲି ଟ୍ରେନ୍‌କୁ ଷ୍ଟେସନ୍ ପର୍ଯ୍ୟନ୍ତ ପହଁଞ୍ଚାଇଲେ ରେଲଓ୍ବେ କର୍ମଚାରୀ, ମେନ୍ ଲାଇନ୍‌ରେ ହୋଇଯାଇଥିଲା ଖରାପ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ଆମେଠି ଜିଲ୍ଲାର ରେଲଓ୍ବେ ବିଭାଗର ଅବହେଳା ମାମଲା ସାମନାକୁ ଆସିଛି। ରେଲଓ୍ବେ ଅଧିକାରୀଙ୍କ ପାଇଁ ତିଆରି ହୋଇଥିବା ଡିପିସି କୋଚ୍‌ ଟ୍ରାକ୍ ମଝିରେ ଖରାପ ହୋଇଯାଇଥିଲା। ଏହାପରେ ରେଳ କର୍ମଚାରୀମାନେ ଏହାକୁ ଠେଲି ଠେଲି ମେନ୍ ଲାଇନ୍‌ରୁ ଲୁପ୍‌ ଲାଇନ୍‌କୁ ଆଣିଥଲେ। ରେଲଓ୍ବେ କର୍ମଚାରୀଙ୍କ ଦ୍ବାରା ଟ୍ରେନ୍‌କୁ ଧକ୍କା ମାରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଉଲ୍ଲେଖନୀୟ ଯେ, ପୁରା ମାମଲା ଜିଲ୍ଲାର ନିହାଲଗଢା ରେଲଓ୍ବେ ଷ୍ଟେସନ୍‌ର ଘଟଣା, ଯେଉଁଠି ସୁଲତାନପୁର ପକ୍ଷରୁ ଅଧିକାରୀମାନେ ଡିପିସି ଟ୍ରେନ୍‌ରୁ ଲକ୍ଷ୍ନୌ ଆଡକୁ ଯାଉଥିଲା। ସେତେବେଳେ ହଠାତ ଷ୍ଟେସନ୍‌ର ଆଉଟରରେ ଟ୍ରେନ୍ ଠିଆ ହୋଇଥିଲା। ମେନ୍ ଲାଇନ୍‌ର ଟ୍ରେନ୍ ଖରାପ ହେବା କାରଣରୁ  ଅନ୍ୟ ବହୁ ଟ୍ରେନ୍ ମଧ୍ୟ ପ୍ରଭାବିତ ହୋଇଥିଲା। ଖୁବ୍ ଚେଷ୍ଟା ପରେ ଡିପିସି ଟ୍ରେନ୍‌ ଠିକ୍ ହୋଇ ପାରିନଥିଲା। 

ଏହାପରେ ରେଲଓ୍ବେ କର୍ମଚାରୀଙ୍କ ଦ୍ବାରା ଡିପିସି ଟ୍ରେନ୍‌କୁ ଧକ୍କା ମାରି ମେନ୍‌ ଲାଇନ୍‌ରୁ ହଟାଇ ଲୁପ୍‌ ଲାଇନ୍‌କୁ ଅଣା ଯାଇଥିଲା। ଏହାର ଭିଡିଓ ତିଆରି କରି ଲୋକମାନେ ସୋସିଆଲ ମିଡିଆରେ ସେୟାର କରିଥିଲେ। ଭିଡିଓରେ ଦେଖିପାରିବେ, କିଛି ଲୋକ ଟ୍ରେନ୍‌କୁ ଠେଲିଠେଲି ଆଣୁଛନ୍ତି। ଆଖପାଖରେ ସ୍ଥାନୀୟ ଲୋକ ଅଛନ୍ତି। ଏହି ମାମଲାରେ ଆରପିଏଫ୍‌ର ଇନ୍ସପେକ୍ଟର ଆରଏସ୍‌ ଶର୍ମା କହିଛନ୍ତି, ଏହା ଡିପିସି ଟ୍ରେନ୍‌ର କୋଚ୍‌ ଅଟେ, ଯେଉଁଥିରେ ଅଧିକାରୀମାନେ ବସି ନିରୀକ୍ଷଣ କରନ୍ତି। ଏହା କାଲି ନିହାଲଗଢ ଷ୍ଟେସନ୍‌ର ଆଉଟରରେ ଖରାପ ହୋଇଯାଇଥିଲା। ଏହାପରେ ରେଲଓ୍ବେ କର୍ମଚାରୀ  ଠେଲିଠେଲି ଷ୍ଟେସନ୍‌କୁ ଆଣିଥିଲେ ଓ ପରେ ଏହାର ସମସ୍ୟାକୁ ସୁଧାରିବା ପରେ ଆଗକୁ ଯାତ୍ରା ଆରମ୍ଭ କରିଥିଲେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.