ପ୍ରମୂଖ ଖବର
  • ସାରା ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ୧୦୦ ଦିନ ଭିତରେ ହେବ କାର୍ଯ୍ୟକାରୀ
  • ||
  • ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମା' ତାରିଣୀ ପୀଠ ପାଇଁ ୫୦ କୋଟିର ଅନୁଦାନ
  • ||
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

‘୫ ବର୍ଷ ଭିତରେ ଦେଶରେ ଲାଗୁ ହେବ ୟୁସିସି’, ଏକକ ନିର୍ବାଚନକୁ ନେଇ ଗୃହମନ୍ତ୍ରୀ ଶାହଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୬।୫: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସମାନ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡ୍‌(ୟୁସିସି)ଖୁ ନେଇ ଦେଇଛନ୍ତି ବଡ ବୟାନ ।ସେ କହିଛନ୍ତି, ବିଜେପି କ୍ଷମତାରେ ଆସିବା ପରେ ସବୁ ପକ୍ଷ ସହିତ ବ୍ୟାପକ ବିଚାର ବିମର୍ଷ ପରେ ଆଗାମୀ ୫ ବର୍ଷ ଭିତରେ ପୁରା ଦେଶ ପାଇଁ ୟୁସିସି ଲାଗୁ କରାଯିବ। ପିଟିଆଇକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଆଗାମୀ କାର୍ଯ୍ୟକାଳରେ ‘ଏକ ରାଷ୍ଟ୍ର’, ଏକକ ନିର୍ବାଚନ ନିର୍ବାଚନ ଲାଗୁ କରାଯିବ। କାରଣ ଦେଶରେ ଏକକ ନିର୍ବାଚନ ନିର୍ବାଚନ କରିବାର ସମୟ ଆସିଯାଇଛି। ବିଜେପିର ବରିଷ୍ଠ ନେତା କହିଛନ୍ତି, ଏକକ ନିର୍ବାଚନ କଲେ ନିର୍ବାଚନ ଖର୍ଚ୍ଚ କମ୍ ଆସିବ।

ନିର୍ବାଚନ ଶୀତ ଦିନେ କିମ୍ବା ବର୍ଷର କେଉଁ ସମୟରେ ହେବା ଦରକାର, ତାହାର ଉତ୍ତରରେ ଶାହ କହିଛନ୍ତି, ଏହା ଉପରେ ବିଚାର କରାଯିବ। ଯଦି ଆମେ କୌଣସି ନିର୍ବାଚନ ନିର୍ଦ୍ଧାରିତ ସମୟ ପୂର୍ବରୁ କରୁ ତେବେ ଏହା କରାଯାଇପାରେ। ଏହା ଛାତ୍ରଙ୍କ ଛୁଟି ସମୟରେ କରାଯାଉଛି। ଫଳରେ ବହୁତ ଗୁଡିଏ ସମସ୍ୟା ସୃଷ୍ଟି ହେଉଛି। ସମୟ ସହିତ ନିର୍ବାଚନ ଏବେ ଧିରେ ଧିରେ ଖରାଦିନେ ହେଉଛି। ୟୁସିସି ଏକ ଦାୟିତ୍ବ, ଯାହା ଆମର ସମ୍ବିଧାନ ନିର୍ମାତାଙ୍କ ଦ୍ବାରା ସ୍ବାଧୀନତା ପରେ ଆମ ସଂସଦ ଓ ଆମ ଦେଶର ରାଜ୍ୟ ବିଧାନସଭା ଉପରେ ଛଡା ଯାଇଥିଲା।’

ଆସନ୍ତା ୫ ବର୍ଷରେ କ’ଣ ଏହା ହୋଇପାରେ ? ଉତ୍ତରରେ ଶାହ କହିଛନ୍ତି, ଆଗାମୀ ୫ ବର୍ଷରେ ହିଁ ହେବ। ୫ ବର୍ଷର ସମୟ ପର୍ଯ୍ୟାପ୍ତ। ଆମେ ଏକ ରାଷ୍ଟ୍ର, ଏକ ନିର୍ବାଚନ କରିବାର ସବୁ ପ୍ରକାର ଚେଷ୍ଟା କରିବୁ ଓ ଏହା ଉପରେ ଚର୍ଚ୍ଚା ହେବା ଦରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି। ମୁଁ ମଧ୍ୟ ଏହାର ସଦସ୍ୟ ରହିଛି। କମିଟି ନିଜର ରିପୋର୍ଟ ଦେଇଛି। ଏବେ ସମୟ ଆସିଯାଇଛି ଦେଶରେ ଏକକ ନିର୍ବାଚନ ହେବା ଦରକାର।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.