ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲସ୍‌ ଆଞ୍ଜେଲସ୍‌ ଛାଡ଼ିବାକୁ ଯୋଜନା କରୁଛନ୍ତି ଲୋକପ୍ରୀୟ ଅଭିନେତ୍ରୀ 'ଆଞ୍ଜେଲିନା ଜୋଲି'; କହିଲେ,'ହଲିଉଡ୍‌ ଏକ ସୁସ୍ଥ ସ୍ଥାନ ନୁହେଁ'

ନୂଆଦିଲ୍ଲୀ,୦୮/୧୨: ଲୋକପ୍ରିୟ ହଲିଉଡ୍‌ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ଏବେ ଲସ୍‌ ଆଞ୍ଜେଲସ୍‌ ଛାଡ଼ିବାକୁ ଯୋଜନା କରୁଛନ୍ତି। ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ସେ ନିଜକୁ କିଛି ଦିନ ଏକାନ୍ତରେ ରଖିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ସେ କହିଛନ୍ତି ଯେ,' କିଛିବର୍ଷ ହେବ ହଲିଉଡ୍‌ରୁ ତାଙ୍କୁ ଏପରି କିଛି ନଜରର ସାମ୍ନା କରିବାକୁ ପଡ଼ିଛି ଯାହାର ପ୍ରଭାବ ତାଙ୍କର ଉଭୟ ମାନସିକ ଓ ଶାରିରୀକ ସ୍ବାସ୍ଥ୍ୟ ଉପରେ ପଡ଼ିଛି। ଏଥିଯୋଗୁ ଏହି ଓସ୍କାର ବିଜେତା ଅଭିନେତ୍ରୀ ଏବେ ହଲିଉଡ୍‌ରୁ ଏକ ବିରତି ନେଇ ଏକ ଏକାନ୍ତ ଜୀବନ ବଞ୍ଚିବାକୁ ଚାହୁଁଛନ୍ତି। 

ପଢ଼ନ୍ତୁ: ପୁଣି ଆଇଟମ୍ ନମ୍ବରରେ ନଜର ଆସିବେ ତମନ୍ନା, ‘ସ୍ତ୍ରୀ-୨’ରେ ରାଜକୁମାରଙ୍କ ସହ କରିବେ ସ୍କ୍ରିନ୍ ସେୟାର

ହଲିଉଡ୍‌ରୁ ବିରତି ନେବାକୁ ଯାଉଛନ୍ତି ଆଞ୍ଜେଲିନା ଜୋଲି: 

ଏକ ସାକ୍ଷାତକାରରେ ସେ ନିଜ ସ୍ବାସ୍ଥ୍ୟକୁ ନଜରରେ ରଖି ସବୁଦିନ ପାଇଁ ଲସ୍‌ ଆଞ୍ଜେଲସ୍‌ ଛାଡ଼ିବାକୁ ଯୋଜନା କରୁଥିବା କଥା ଖୁଲାସା କରିଛନ୍ତି। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ମ୍ୟାଗେଜିନକୁ ଜୋଲି କହିଛନ୍ତି ଯେ, 'ବ୍ରାଡ ପିଟ୍‌ଙ୍କ ସହ ଛାଡ଼ପତ୍ର ତାଙ୍କୁ ସର୍ବସାଧାରଣରେ ମନ୍ତବ୍ୟ ରଖିବାକୁ ଆହୁରି ଚର୍ଚ୍ଚିତ କରିଥିଲା। ସେ କହିଥିଲେ ଯେ, ଯଦି ତାଙ୍କୁ ସୁଯୋଗ ମିଳେ ତଥାପି ସେ ୨୦୨୩ରେ ଆଉ ଅଭିନୟ କରିବେ ନାହିଁ। ସେ ଏମିତି ଏକ ସମୟରେ ଅଭିନେତ୍ରୀ ହୋଇଥିଲେ, ଯେତେବେଳେ ସୋସିଆଲ ମିଡିଆ ପ୍ରଚଳନ ନ‌ଥିଲା, ତେବ ଯଦି ତାଙ୍କୁ ବର୍ତ୍ତମାନ ଅଭିନୟ ଆରମ୍ଭ କରିବାକୁ ପଡ଼ିଥାଆନ୍ତା, ତେବେ ସେ ଅଭିନୟ କ୍ୟାରିୟରକୁ କେବେ ବି ପସନ୍ଦ କରିନଥାଆନ୍ତେ ବୋଲି ସାକ୍ଷାତକାରରେ ଖୋଲାଖୋଲି ଭାବେ କହିଛନ୍ତି। ଆଞ୍ଜେଲିନା ପୁଣି କହିଛନ୍ତିି ଯେ,'ଯେତେବେଳେ ମୁଁ ଅଭିନୟ କ୍ୟାରିୟର ଆରମ୍ଭ କଲି, ସେତେବେଳେ ଏତେ ସବୁ ଘଟଣା ସାର୍ବଜନୀନ ହେବା, ଲୋକଲୋଚନକୁ ଆସିବା ଭଳି ପରିସ୍ଥିତି ନଥିଲା। 

ପଢ଼ନ୍ତୁ: ବର୍ଷାରେ ବୁଡିଗଲା ରଜନୀକାନ୍ତଙ୍କ ବଙ୍ଗଳା, କାମ କଲାନି ସୁପର ହିରୋଙ୍କ ଷ୍ଟାଇଲ୍, ଘରେ ଢେଉ ଖେଳିଲା ପାଣି...

ସାର୍ବଜନୀନ କ୍ଷେତ୍ରରୁ ଅନେକ ସମସ୍ୟା ତ ସୃଷ୍ଟିହୁଏ, କିନ୍ତୁ ତାହା ଆଞ୍ଜେଲିନାଙ୍କ କ୍ଷେତ୍ରରେ ମାତ୍ରାଧିକ ବୋଲି ସେ ସାକ୍ଷାତକାରରେ କହିଛନ୍ତିି। ସେ ପୁଣି କହିଛନ୍ତି ଯେ,'୨୦୧୮ରେ ତାଙ୍କର ଡିଜ୍‌ନୀ ସିକ୍ବେଲ୍‌ 'ମାଲେଫିସେଣ୍ଟ: ମିଷ୍ଟ୍ରିଜ୍‌ ଅଫ୍‌ ଇଭିଲ୍‌'ର ସୁଟିଂ ସମୟରେ ସେ ତାଙ୍କର ମତାମତରେ ଲୋକଙ୍କର ଅଣଦେଖାକୁ ସ୍ପଷ୍ଟ ଅନୁଭବ କରିଥିଲେ। କେବଳ ଏତିକି ନୁହେଁ, ସମସ୍ୟା ଓ ବିବାଦର ପ୍ରଭାବ ତାଙ୍କ ଶରୀର ଉପରେ ପଡ଼ୁଥିଲା ବୋଲି ସେ କହିଥିଲେ। ଉଚ୍ଚ ରକ୍ତଚାପର ଆଞ୍ଜେଲିନାଙ୍କ ଶରୀରରେ ରହିଥିଲା। ଏପରିକି ଛାଡ଼ପତ୍ରର ୬ ମାସ ପୂର୍ବରୁ ଓ୍ବେଲ୍‌ସ ପାଲ୍‌ସିର ମଧ୍ୟ ଶିକାର ହୋଇଥିଲେ ଆଞ୍ଜେଲିନା। ୨୦୧୬ରେ, ଆଞ୍ଜେଲିନା ବିମାନ ଯାତ୍ରା ସମୟରେ ତାଙ୍କ ସ୍ବାମୀ ବ୍ରାଡ ପିଟଙ୍କ ସହିତ ଝଗଡ଼ା ପରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। 

ଏହି ସାକ୍ଷାତକାରରେ ହଲିଉଡ୍‌ର ଏହି ଲୋକପ୍ରିୟ ଅଭିନେତ୍ରୀ କହିଛନ୍ତି ଯେ, ସେ ଲସ୍‌ ଆଞ୍ଜେଲସ୍‌ ଛାଡ଼ି କମ୍ବାଡିଆ ଚାଲିଯିବେ, ଯେଉଁଠାରେ ଏକ ସୁସ୍ଥ ଶାନ୍ତ ପରିବେଶରେ ସମୟ ଅତିବାହିତ କରିବେ। ପରିଶେଷରେ ସେ କହିଛନ୍ତି ଯେ,'“ମୋର ଛାଡପତ୍ର ପରେ ଯାହା ବି କିଛି ଘଟିଛି ଏହା ବର୍ତ୍ତମାନ ପରିସ୍ଥିତିର ଏକ ଅଂଶ। ମୁଁ ମୁକ୍ତ ଭାବରେ ବଞ୍ଚିବା ଏବଂ ବୁଲାବୁଲି କରିବାର କ୍ଷମତା ହରାଇଲି। ମୁଁ ବହୁତ ଗମ୍ଭୀର ପରିସ୍ଥିତିରେ ବଢ଼ିଛି। ଦୁନିଆର ସମସ୍ତ ସ୍ଥାନ ମଧ୍ୟରୁ ହଲିଉଡ ଏକ ସୁସ୍ଥ ସ୍ଥାନ ନୁହେଁ। ତେଣୁ ମୁଁ ଲସ୍‌ ଆଞ୍ଜେଲସ୍‌ ଛାଡ଼ିବାକୁ ଯୋଜନା କରିଛି।'

You can also read:

‘ସାଲାର୍‌’ର ରେକର୍ଡ ଭାଙ୍ଗିଲା ‘ଡଙ୍କି’ ଟ୍ରେଲର୍‌, ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ଭ୍ୟୁ


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.