ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେପିର ୬ ବିଧାୟକ ପ୍ରାର୍ଥୀ ଘୋଷଣା : କଟକ-ବାରବାଟୀରୁ ଲଢିବେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ବର, ୨।୫ : ବିଜେପି  ଆଉ ୬ ବିଧାନସଭା  ଆସନ ପାଇଁ  ପ୍ରାର୍ଥୀ ଘୋଷଣା କରିଛି।  କଟକ-ବାରବାଟୀରୁ   ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ବିଜେପି ପ୍ରାର୍ଥୀ କରିଛି। ଏଠାରୁ କଂଗ୍ରେସରୁ  ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦୋଶ ଓ ବିଜେଡିରୁ ପ୍ରକାଶ ବେହେରା ପ୍ରାର୍ଥୀ ହୋଇଛନ୍ତି। 

ସେହିପରି ବରୀରୁ  ଉମେଶ ଚନ୍ଦ୍ର ଜେନା, ଘଷିପୁରାରୁ ଶମ୍ବୁନାଥ ରାଉତ, ଭଣ୍ଡାରିପୋଖରୀରୁ  ସୁଧାଂଶୁ ନାୟକ, ଭୋଗରାଇରୁ  ଆଶିଷ ପାତ୍ର ଓ ବେଗୁନିଆରୁ  ପ୍ରକାଶ ଚନ୍ଦ୍ର ରଣବିଜୁଳିଙ୍କୁ ବିଜେପି ଟିକେଟ ଦେଇଛି।  ଏହାକ ମିଶାଇ ବିଜେପି ମୋଟ ୧୪୬ଟି ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛି।  ଆଉ ଗୋଟିଏ ବହୁ ଚର୍ଚ୍ଚିତ  ନୀଳଗିରି ଆସନ ଘୋଷଣା ବାକି ରହିଛି।

ଆହୁରି ପଢନ୍ତୁ : ବିଜେଡ଼ିର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା: ଖଣ୍ଡପଡ଼ା ଆସନରୁ ଲଢ଼ିବେ ସାବିତ୍ରୀ ପ୍ରଧାନ

  • prameyanews
  • PrameyaOdia
  • prameya
  • BJP
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.