ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ପ୍ୟାରିସ ଅଲମ୍ପିକ୍ସ,ଭାରତର ପ୍ରତିନିଧୀ ଭାବରେ ଅନୁଷ ଅଗ୍ରୱାଲାଙ୍କୁ ମନୋନିତ କରିଛି ଇଏଫଆଇ

ନୂଆଦିଲ୍ଲୀ,୨୬/୬:ଏସୀୟ କ୍ରୀଡ଼ାରେ ପଦକ ବିଜେତା ଭାରତୀୟ ଅଶ୍ୱଚାଳକ ଅନୁଷ ଅଗ୍ରୱାଲା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ମଙ୍ଗଳବାର ଇକ୍ୱେଷ୍ଟିଆନ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସର ଡ୍ରେସେଜ୍ ଇଭେଣ୍ଟରେ ଦେଶର ପ୍ରତିନିଧିତ୍ୱ କରିବା ପାଇଁ ଅନୁଷ ଅଗ୍ରୱାଲାଙ୍କୁ ଚୟନ କରିଛି । ଅନୁଷଙ୍କ କ୍ରମାଗତ ଭଲ ପ୍ରଦର୍ଶନର ମୂଲ୍ୟାଙ୍କନ କରିବା ପରେ ଇଏଫଆଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ହାଙ୍ଗଝୋଉ ଏସୀୟ କ୍ରୀଡ଼ା ୨୦୨୨ରେ ଡ୍ରେସେଜ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଏବଂ ବ୍ୟକ୍ତିଗତ ଇଭେଣ୍ଟରେ କାଂସ୍ୟ ପଦକ ଜିତିଥିଲେ । ଏହି ଇଭେଣ୍ଟରେ ପ୍ୟାରିସ୍ ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ଦୁଇ ଭାରତୀୟ ଅନୁଷ ଅଗ୍ରୱାଲା ଓ ଶ୍ରୁତି ବୋରାଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ଅନୁଷ ଭଲ ଆଭରେଜ୍ ହାସଲ କରି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଶ୍ରୁତିଙ୍କୁ ପରାସ୍ତ କରିଥିଲେ । ଗତ ବର୍ଷ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ପଦ୍ଧତି ଆରମ୍ଭ ହେବା ପରଠାରୁ ଅନୁଷ ୪ ଥର ଯୋଗ୍ୟତା ମାନଦଣ୍ଡ ପାର କରିଥିବା ବେଳେ ଚଳିତ ବର୍ଷ ଶ୍ରୁତି ବୋରା ମାତ୍ର ୨ ଥର ଯୋଗ୍ୟତା ମାନଦଣ୍ଡ ପାର କରିଛନ୍ତି । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.