ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆରମ୍ଭ ହେଲା ବିଏଡ୍‌ ନାମଲେଖା ଆବେଦନ; ୧୦ ଜୁନ୍‌ ଯାଏ ସୁଯୋଗ, ବଢ଼ିଲା ସିଟ୍‌ ସଂଖ୍ୟା

ଭୁବନେଶ୍ୱର, ୨୯।୫: ୨ ବର୍ଷିଆ ବିଏଡ୍‌ ନାମଲେଖା ପାଇଁ ଆସନ୍ତାକାଲିଠୁ ଆବେଦନ ଆରମ୍ଭ ହେବ । ଏଥିସହ ବିଏଚ୍‌ଏଡ୍‌ ଓ ଏମ୍‌ଏଡ୍‌ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ହେବ । ଏଥିପାଇଁ ଶିକ୍ଷାର୍ଥୀମାନେ ଜୁନ୍‌ ୧୦ ତାରିଖ ମଧ୍ୟରେ ଅନ୍‌ଲାଇନରେ ଆବେଦନ କରିବେ । ଜୁନ୍‌ ୧୧ରେ ଆପ୍ଲିକେସନ ଫର୍ମ ସଂଶୋଧନର ସୁଯୋଗ ଦିଆଯିବ । ଆବେଦକାରୀଙ୍କ ସମସ୍ତ ଆପ୍ଲିକେସନକୁ ଜୁନ୍‌ ୧୮ରେ ଷ୍ଟେଟ୍‌ ସିଲେକ୍ସନ୍‌ ବୋର୍ଡ (ଏସ୍‌ଏସ୍‌ବି) ନିକଟରେ ଦାଖଲ କରାଯିବ । ଏସ୍‌ଏସ୍‌ବି ପ୍ରବେଶିକା ପରୀକ୍ଷା ପରିଚାଳନା କରିବ । ଜୁଲାଇ ୧୫ରୁ ଏସ୍‌ଏସ୍‌ବି ୱେବ୍‌ସାଇଟ୍‌ ଙ୍ଗଙ୍ଗଙ୍ଗ.ଗ୍ଦଗ୍ଦଭକ୍ଟୟସଗ୍ଦଷବ.ବମ.ସଦ୍ଭରେ ଆଡ୍‌ମିଟ୍‌ କାର୍ଡ ଉପଲବ୍ଧ ହେବ । ଜୁଲାଇ ୨୪ରେ ବିଏଡ୍‌ ଓ ବିଏଚ୍‌ ଏଡ୍‌ର ପ୍ରବେଶିକା ପରୀକ୍ଷା କରାଯିବ । ଜୁଲାଇ ୨୫ରେ ଏମ୍‌ଏଡ୍‌ର ପ୍ରବେଶିକା ପରୀକ୍ଷା ହେବ । 

ଏସ୍‌ଏସ୍‌ବି ଦ୍ୱାରା ପ୍ରବେଶିକା ପରୀକ୍ଷାର ମୂଲ୍ୟାୟନ ପରେ ଏହାର ମାର୍କ ଓକାକ୍‌କୁ ଅପଲୋଡ୍‌ କରିବାକୁ ଦିଆଯିବ । ଆବେଦନକାରୀମାନେ ଜୁଲାଇ ୧୫ରୁ ୨୨ ମଧ୍ୟରେ ଯୋଗ୍ୟତା ପ୍ରମାଣପତ୍ର ଅନ୍‌ଲାଇନ୍‌ରେ ଦାଖଲ କରିବା ସହ ଇଛା ମୁତାବକ ଶିକ୍ଷାନୁଷ୍ଠାନକୁ ଚଏସ୍‌ ଲକିଂ କରିବେ । ଏନେଇ ସାମ୍‌ସ ୱେବ୍‌ସାଇଟ୍‌ ଙ୍ଗଙ୍ଗଙ୍ଗ.ଗ୍ଦବଜ୍ଞଗ୍ଦକ୍ଟୟସଗ୍ଦଷବ.ଶକ୍ଟଙ୍ଖ. ସଦ୍ଭରେ ସମସ୍ତ ସୂଚନା ରହିଛି । ସୂଚନାଯୋଗ୍ୟ, ଚଳିତ ଶିକ୍ଷା ବର୍ଷ (୨୦୨୪-୨୫) ପାଇଁ ୩୧ଟି ଶିକ୍ଷାନୁଷ୍ଠାନରେ ୨୭୫୦ଟି ସିଟ୍‌ରେ ନାମଲେଖା ହେବ । ଗତବର୍ଷ ମୋଟ୍‌ ୨୮ ଶିକ୍ଷାନୁଷ୍ଠାନରେ ୨ହଜାର ସିଟ୍‌ ଥିଲା । ଚଳିତ ବର୍ଷ ଏହା ୭୫୦ ସିଟ୍‌ ବୃଦ୍ଧି ପାଇଛି । ଚଳିତବର୍ଷ ବର୍ଷ ୨ଟି ଫେଜ୍‌ରେ ନାମଲେଖା ହେବ । ପ୍ରଥମ ଫେଜ୍‌ରେ ୪ଟି ରାଉଣ୍ଡରେ ନାମଲେଖା ପ୍ରକ୍ରିୟା କରାଯିବ । ନାମଲେଖା ଆବେଦନ ସମୟରେ ଆବାସିକ, ଆୟ ଓ ଜାତିଗତ ପ୍ରମାଣପତ୍ରର ଆବଶ୍ୟକ । 

ଚଳିତ ବର୍ଷରୁ ସାମ୍‌ସ ଦ୍ୱାରା ଉତ୍କଳ ବିଏଡ୍‌ ନାମଲେଖା ଚଳିତବର୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଥିବା ୨ବର୍ଷିଆ ବିଏଡ୍‌ ଓ ଏମ୍‌ଏଡ୍‌ ନାମଲେଖାକୁ ମଧ୍ୟ ସାମ୍‌ସ ପ୍ରକ୍ରିୟାରେ କରାଯିବ । କୋରାପୁଟ ଡିଏଭି କଲେଜ ଅଫ୍‌ ଟିଚର ଏଜୁକେସନରେ ୨ ବର୍ଷିଆ ବିଏଡ୍‌ କୋର୍ସ ୧୦୦ସିଟ୍‌ରେ କରାଯିବ । ସମ୍ବଲପୁରର ଡ. ପର୍ଶୁରାମ ମିଶ୍ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଡଭାନ୍ସ ଷ୍ଟଡିଜ୍‌ ଇନ୍‌ ଏଜୁକେସନରେ ୨ ବର୍ଷିଆ ଏମ୍‌ଏଡ୍‌ କୋର୍ସ ୫୦ ସିଟ୍‌ ଓ ନବକୃଷ୍ଣ ଚୌଧୁରୀ କଲେଜ୍‌ ଅଫ୍‌ ଟିଚର ଏଜୁକେସନ, ଅନୁଗୁଳରେ ୨ ବର୍ଷିଆ ଏମ୍‌ଏଡ୍‌ ନାମଲେଖା ୫୦ ସିଟ୍‌ରେ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.