ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାତିରେ କ୍ଷୀର ପିଉଛନ୍ତି କି? ଶରୀର ପାଇଁ ହୋଇପାରେ କ୍ଷତିକାରକ, ଜାଣନ୍ତୁ ପିଇବାର ସଠିକ୍‌ ସମୟ

ଭୁବନେଶ୍ୱର ୨୪/୦୫: ପରିବାରର ବୟସ୍କ ଲୋକମାନେ ପିଲାଙ୍କୁ ରାତିରେ କ୍ଷୀର ପିଇବାକୁ ପରାମର୍ଶ ଦେଇଥାନ୍ତି । ଏପରିକି ମା’ମାନେ ପିଲାଙ୍କ ଡାଏଟ୍‌ରେ କ୍ଷୀର ଏବଂ ବଡ଼ମାନଙ୍କ ପାଇଁ ଡାଏରୀ ଉତ୍ପାଦ ସାମିଲ୍‌ କରିଥାନ୍ତି । କିଛି ପିଲା ଓ ବୟସ୍କମାନେ ରାତିରେ ଶୋଇବା ପୂର୍ବରୁ କ୍ଷୀର ମଧ୍ୟ ପିଇଥାନ୍ତି । କିନ୍ତୁ ଜାଣନ୍ତି କି ରାତିରେ ଏହା ପିଇବା ଶରୀର ପାଇଁ କେତେ କ୍ଷତିକାରକ? ଅଧିକାଂଶ ଲୋକ କ୍ଷୀରର ଫାଇଦା ବିଷୟରେ ଜାଣନ୍ତି । କିନ୍ତୁ ଏହାକୁ ପିଇବାର ଠିକ୍‌ ସମୟ ବିଷୟରେ ପ୍ରାୟ ଲୋକ ଜାଣିନଥାନ୍ତି । ନିୟମିତ ବ୍ୟସ୍ତବହୁଳ ଜୀବନରେ ସକାଳ ସମୟରେ କ୍ଷୀର ପିଇବା ପ୍ରାୟତଃ ସମ୍ଭବ ହୋଇନଥାଏ । ତେଣୁ ଲୋକମାନେ ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇଥାନ୍ତି । ଯଦିଓ କ୍ଷୀର ଶରୀର ପାଇଁ ହିତକର,କିନ୍ତୁ ଭୁଲ୍‌ ସମୟରେ ପିଇବା ଦ୍ୱାରା ଶରୀର ଉପରେ ଏହାର ନକାରାତ୍ମକ ପ୍ରଭାବ ପଡିଥାଏ । ଯେପରିକି... 

ଓଜନ ବଢିବା: 

ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବା ଦ୍ୱାରା କିଛି ଲୋକଙ୍କ ଶୋଇବା ସାଇକେଲ୍‌ ଠିକ୍‌ ରହିବା ସହ ଭଲ ନିଦ ହୋଇଥାଏ । ଅବଶ୍ୟ ଏହାଦ୍ୱାରା ମୋଟାପଣ ବଢିଥାଏ । ରାତିରେ ଗରମ କ୍ଷୀର ପିଇବା ପରେ ଶୋଇବା ଦ୍ୱାରା ମୋଟାପଣ ନିଶ୍ଚୟ ବଢିଥାଏ । କାରଣ ଏହା ଶରୀରରେ କ୍ୟାଲୋରୀ କାଉଣ୍ଟକୁ ବଢାଇବା ସହ ଓଜନ ବଢାଇଥାଏ ।

ପାଚନ କ୍ରିୟାରେ ସମସ୍ୟା:

ରାତିରେ କ୍ଷିର ପିଇବା ଦ୍ୱାରା ପାଚନକ୍ରିୟାରେ ସମସ୍ୟା ହୋଇପାରେ । କାରଣ ରାତିରେ ଶରୀର କୌଣସି ପ୍ରକାରର ଶାରିରୀକ ଗତିବିଧି କରି ନଥାଏ । ଫଳରେ ପାଚନ ତନ୍ତ୍ର ଧୀମା ରହିଥାଏ । 

ଇନ୍‌ସୁଲିନ୍‌ ଉତ୍ପାଦ: 

ରାତିରେ କ୍ଷୀର ପିଇବା ଦ୍ୱାରା ଇନ୍‌ସୁଲିନ୍‌ ଉତ୍ପାଦ ପ୍ରଭାବିତ ହୋଇଥାଏ । ଏଥିରେ ଥିବା କାର୍ବୋହାଇଡ୍ରେଟ୍‌ର ମାତ୍ରା ଅଧିକ ହେବା ଦ୍ୱାରା ହୃଦ୍‌ସ୍ପନ୍ଦନର ସ୍ୱାଭାବିକ ପ୍ରକ୍ରିୟା ଉପରେ କୁପ୍ରଭାବ ପଡିଥାଏ, ଯାହା ଶରୀର ପାଇଁ ଆଦୌ ଠିକ୍‌ ନୁହେଁ । 

ଛାତିରେ କଫ ଜମିଥାଏ:

ରାତିରେ କ୍ଷୀର ପିଇବା ଦ୍ୱାରା କିଛି ଲୋକଙ୍କ ଛାତିରେ କଫ ଜମିଥାଏ । ନାକରେ ଅଧିକ ତରଳ ପଦାର୍ଥ ଜମିବାରୁ ଶ୍ୱାସକ୍ରିୟାରେ ସମସ୍ୟା ହୋଇଥାଏ । ଫଳରେ ଗଳା ସଂକ୍ରମଣ ଓ ନାକରୁ ପାଣି ବାହାରିବା ପରି ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ । 

ଆଲର୍ଜି ସଂକ୍ରମଣ: 

ରାତିରେ କ୍ଷୀର ପିଇବା ଦ୍ୱାରା କିଛି ସ୍ପର୍ଶକାତର ଲୋକଙ୍କଠାରେ ଆଲର୍ଜି ସଂକ୍ରମଣ ଦେଖାଦେଇଥାଏ, ଯାହାର ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଯିବାକୁ ପଡିପାରେ । ତେଣୁ କ୍ଷୀର ପିଇବା ପୂର୍ବରୁ ନିଜର ଆଲର୍ଜି ପରୀକ୍ଷା କରାଇ ନେବା ଉଚିତ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.