ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

ଭକ୍ତଙ୍କ ଭାବାବେଗକୁ କୁଠାରାଘାତ : ମହାପ୍ରଭୁଙ୍କ ପାଇଁ ଆସିଥିବା ଚାଉଳ ଖତ ହୋଇଗଲା, ଚାଉଳର ଉପଯୋଗ ପାଇଁ ୩ ସୂତ୍ରୀ ପ୍ରସ୍ତାବ

ପୁରୀ,୦୩/୦୮: କୋଟିକୋଟି ଭକ୍ତଙ୍କ  ଭାବାବେଗକୁ କୁଠାରାଘାତ । ଭାବଭକ୍ତିରେ ସେମାନେ  ଦେଇଥିବା ଚାଉଳ, ଗୁଆ, ନଡ଼ିଆ ମହାପ୍ରଭୁଙ୍କୁ ଅର୍ପଣ  ହେଲାନି । ମହାପ୍ରଭୁଙ୍କ ପାଇଁ ଆସିଥିବା ଅର୍ପଣ ଚାଉଳ  ଏବେ ଯିବ ଆଶ୍ରମକୁ । ଶ୍ରୀଜଗନ୍ନାଥଙ୍କ ନାମରେ  ରଥ ବୁଲାଇ ସଂଗ୍ରହ ହୋଇଥିଲା ଚାଉଳ, ଗୁଆ,  ନଡ଼ିଆ ଓ ଦାନଅର୍ଥ । ସାରା ରାଜ୍ୟରୁ ୧୪ ହଜାର କୁଇଣ୍ଟାଲ ଅର୍ପଣ ଚାଉଳ ଭକ୍ତ ଦେଇଥିଲେ । ସେଥିରୁ ୧୦ ହଜାର କୁଇଣ୍ଟାଲ ଚାଉଳ ନଷ୍ଟ  ହୋଇଗଲା । ଏବେ ଉକ୍ତ ଚାଉଳରୁ ମହାପ୍ରସାଦ  ପ୍ରସ୍ତୁତ ହେବନାହିଁ । ଏଣୁ ଏସବୁକୁ ଆଶ୍ରମ ତଥା  ଗରିବଙ୍କୁ ବାଣ୍ଟି ଦେବାକୁ ଯୋଜନା ହୋଇଛି ।  

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଚାର ପ୍ରସାର  ପାଇଁ ଶ୍ରୀଜଗନ୍ନାଥଙ୍କ ନାମରେ ଗାଁ ଗାଁରେ ବୁଲିଲା ଅର୍ପଣ  ରଥ । ସାରା ରାଜ୍ୟର କୋଟି କୋଟି ଜଗନ୍ନାଥପ୍ରେମୀ  ଏହି ରଥରେ ମହାପ୍ରଭୁଙ୍କ ନାଁରେ ସମର୍ପି ଦେଲେ  ଚାଉଳ, ଗୁଆ, ନଡ଼ିଆ । ଏହି ଚାଉଳରେ ଅବଢ଼ା  ପ୍ରସ୍ତୁତ ହେବ। ଭକ୍ତ ଏହି ମହାପ୍ରସାଦ ପାଇବେ ।  ଗୁଆ, ନଡ଼ିଆ ମଧ୍ୟ ମହାପ୍ରଭୁଙ୍କ ସେବାରେ ଲାଗିବ ।  ଏଭଳି ଅନେକ ଆଶା ଭକ୍ତଙ୍କୁ ଦିଆଯାଇଥିଲା । ବର୍ଷ  ତମାମ ବିଲରେ ଖଟି କରିଥିବା ଅମଳକୁ କିଏ  ମହାପ୍ରଭୁଙ୍କ ନାମରେ ଟେକିଦେଲା । ପୁଣି କିଏ ନିଜ  ପେଟରୁ କାଟି ବସ୍ତାବସ୍ତା ଚାଉଳ ଅର୍ପଣ ରଥରେ  ପଠେଇଥିଲେ । ଅବ୍ୟବସ୍ଥିତ ଭାବେ କୁଇଣ୍ଟାଲ  କୁଇଣ୍ଟାଲ ଚାଉଳ ପଡ଼ିପଡ଼ି ପୋକ ଖାଇଗଲା ।  

ଏଣୁ ଯଥାଶୀଘ୍ର ଏହାର ବିନିଯୋଗ କରିବାକୁ  ସୁଆର ମହାସୁଆର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଅନୁରୋଧ କରାଯାଇଛି । ନିଯୋଗ ପକ୍ଷରୁ ଚାଉଳର ବ୍ୟବହାର ନେଇ ୩  ସୂତ୍ରୀ ପ୍ରସ୍ତାବ ଦିଆଯାଇଛି । ଚାଉଳ ଏତେ ଦିନ ରହିରହି ନଷ୍ଟ ହେଉଥିବାରୁ ଏହାକୁ ବିଭିନ୍ନ ଆଶ୍ରମ ଓ ଗରିବ ବ୍ୟକ୍ତିଙ୍କୁ ଦାନ କରିବାକୁ ନିଯୋଗ ପ୍ରଥମ ପ୍ରସ୍ତାବ ଦେଇଛି । ନଚେତ୍‌ ଏହି ଚାଉଳ ସବୁକୁ ପ୍ରୋସେସିଂ କରି ଅବଢ଼ା ରାନ୍ଧିବା ଉପଯୋଗୀ କରିବାକୁ ନିଯୋଗ କହିଛି । ତୃତୀୟରେ ଏହି ଦାନ ଚାଉଳକୁ ବଦଳାଇ ଅନ୍ୟ ଚାଉଳ ଆଣିବାକୁ ମଧ୍ୟ ନିଯୋଗ ପକ୍ଷରୁ ପ୍ରସ୍ତାବ ରଖାଯାଇଛି । 

ସୁଆର ମହାସୁଆର ନିଯୋଗ ସାଧାରଣ  ସଂପାଦକ ନାରାୟଣ ମହାସୁଆର କହିଛନ୍ତି,  ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଅବଢ଼ା ଉଚ୍ଚମାନର ଚାଉଳରେ ପ୍ରସ୍ତୁତ ହୁଏ । ଚାଉଳରେ  ପୋକ ଲାଗିଲେ କିମ୍ବା ଫିମ୍ପି ମାରିଲେ ଏହା  ଅବଢ଼ା ରାନ୍ଧିବା ଉପଯୋଗୀ ହୋଇନଥାଏ।  ଏଣୁ ଅର୍ପଣ ଚାଉଳ ଯଦି ପ୍ରୋସେସିଂ ହୋଇ  ଆସେ, ଏହା ଅବଢ଼ା ହେବା ଉପଯୋଗୀ କି  ନୁହେଁ ପ୍ରଥମେ ଦେଖାଯିବ । ପ୍ରୋସେସିଂ ପରେ  ଚାଉଳ ସାଧାରଣତଃ ଅତ୍ୟନ୍ତ ସରୁ ଏବଂ ଗୁଣ୍ଡ  ହୋଇଯାଏ । ଯଦି ଏଭଳି ହୁଏ ସେଥିରେ ଅବଢ଼ା  ହୋଇପାରିବନାହିଁ । ଅର୍ପଣ ରଥରେ ଆସିଥିବା  ଅଧିକାଂଶ ଚାଉଳ ଦେଶୀ ଚାଉଳ ହୋଇଥିବାରୁ  ଏହା ଶୀଘ୍ର ନଷ୍ଟ ହୋଇଥାଇପାରେ ବୋଲି ସେ  ଆଶଙ୍କା କରିଛନ୍ତି । ଆଗାମୀ ବୈଠକରେ ଏହି  ଚାଉଳର ବିନିଯୋଗ ନେଇ ଚୂଡ଼ାନ୍ତ ନିଷ୍ପତ୍ତି  ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।  

ମିଳିଥିବା ସୂଚନାନୁସାରେ, ଅର୍ପଣ ରଥରେ  ମିଳିଥିବା ୧୪ ହଜାର କୁଇଣ୍ଟାଲ ଚାଉଳରୁ  ମାତ୍ର ୪ ହଜାର କୁଇଣ୍ଟାଲ ଚାଉଳରେ ଖେଚୁଡ଼ି  ଓ କାନିକା ପ୍ରସ୍ତୁତ କରାଯାଇ ଭକ୍ତଙ୍କୁ ବଣ୍ଟା  ଯାଇଛି । ଫେବ୍ରୁଆରୀ ୪ରୁ ଜୁନ୍‌ ୬ ପର୍ଯ୍ୟନ୍ତ  ସୁଆର ମହାସୁଆର ନିଯୋଗ ପକ୍ଷରୁ ଏହା ବଣ୍ଟା  ଯାଇଥିଲା । ଅର୍ପଣ ରଥରେ ଆସିଥିବା ଚାଉଳରେ  ଅନେକ ଉଷୁନା ଚାଉଳ ମଧ୍ୟ ଦେଇଥିଲେ । ଏକ  ସ୍ୱତନ୍ତ୍ର କମିଟି କରାଯାଇ ସେଥିରୁ ୧୪ ହଜାର  କୁଇଣ୍ଟାଲ ଅରୁଆ ଚାଉଳ ଅଲଗା କରାଯାଇଥିଲା ।  ଏହି ଚାଉଳ ସବୁକୁ ଗୁଣ୍ଡିଚା ମନ୍ଦିର, ଅକ୍ଷୟପାତ୍ର  ଫାଉଣ୍ଡେସନ ଏବଂ ଏଫ୍‌ସିଆଉ ଗୋଦାମରେ  ରଖାଯାଇଥିଲା । ରଥଯାତ୍ରା ପୂର୍ବରୁ ଗୁଣ୍ଡିଚା  ମନ୍ଦିରରୁ ସବୁ ଚାଉଳ ଖାଲି କରାଯାଇଥିଲା । ଏବେ  ସମସ୍ତ ବଳକା ଚାଉଳ ଅକ୍ଷୟପାତ୍ର ଫାଉଣ୍ଡେସନ  ଏବଂ ଏଫ୍‌ସିଆଇ ଗୋଦାମରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.