ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖୁବଶୀଘ୍ର ଜାମ୍ମୁ-କାଶ୍ମୀରରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ, ସଂକେତ ଦେଲେ ନିର୍ବାଚନ ଆୟୋଗ

Image Courtesy: facts.net

 ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ଖୁବଶୀଘ୍ର  ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଜାମ୍ମୁ-କାଶ୍ମୀର ଏବେ ଏକ କେନ୍ଦ୍ରଶାସିତ ଅଞ୍ଚଳ ଥିବା ବେଳେ ବିଧାନସଭା ନିର୍ବାଚନ ପରେ ସ୍ଥିତିକୁ ଦେଖି ଏହାକୁ ରାଜ୍ୟ ମାନ୍ୟତା ଦିଆଯାଇପାରେ । କେନ୍ଦ୍ର ସରକାର ଗଠନ ହେବା ପରେ ଚଳିତ ମାସ ଶେଷ ସୁଦ୍ଧା ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ହେବା ନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସଂକେତ ଦିଆଯାଇଛି । ନିର୍ବାଚନ କରାଇବାକୁ ଗୃହ ମନ୍ତ୍ରାଳୟ ସହ ଆଲୋଚନା କରିବେ ନିର୍ବାଚନ ଆୟୋଗ । ଏହା ପରେ ନିର୍ବାଚନରେ ସାମିଲ ହେବାକୁ ଥିବା ରାଜନୈତିକ ଦଳଗୁଡ଼ିକ ସହ ନିର୍ବାଚନ ଆୟୋଗ ବୈଠକ କରିବେ ବୋଲି ଜଣାପଡ଼ିଛି । 

ଏହି ବୈଠକରେ ନିର୍ବାଚନ ସମୟରେ ସୁରକ୍ଷା ବନ୍ଦୋବସ୍ତ ସମେତ ଅନ୍ୟ କେତେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନ ଆୟୋଗ ସେପ୍ଟେମ୍ବର ୨୦୨୪ ସୁଦ୍ଧା ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରକ୍ରିୟା ଶେଷ କରିବେ ।  ସୂତ୍ର ଆଧାରରେ ମିଳିଥିବା ସୂଚନା ଅନୁସାରେ, ଜାମ୍ମୁ-କାଶ୍ମୀରରେ ନିର୍ବାଚନ ଚିହ୍ନ (ସଂରକ୍ଷଣ ଏବଂ ଆବଣ୍ଟନ) ଆଦେଶ ୧୯୬୮ର ପାରା ୧୦ ଅନୁସାରେ ନିର୍ବାଚନୀ ଚିହ୍ନ ଲାଗି ଅପିଲ କରିବାକୁ ରାଜନୈତିକ ଦଳଗୁଡ଼ିକୁ କହିଛନ୍ତି ନିର୍ବାଚନ ଆୟୋଗ । 

ଜାମ୍ମୁ-କାଶ୍ମୀରରେ ବିଧାନସଭା ନଥିବାରୁ ନିର୍ବାଚନ ଆୟୋଗ ନିର୍ବାଚନୀ ଚିହ୍ନ ଲାଗି ଆବେଦନ ପାଇଁ ଆହ୍ବାନ ଦେଇଛନ୍ତି ।ଯଦିଓ ବିଧାନସଭା ନିର୍ବାଚନ ଲାଗି କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ହୋଇନାହିଁ ତଥାପି ଜଲଦି ନିର୍ବାଚନ ହେବ ବୋଲି ନିର୍ବାଚନ ଆୟୋଗ ସଂକେତ ଦେଇଛନ୍ତି ।  ତେବେ ୨୦୨୪ ଲୋକସଭା ନିର୍ବାଚନରେ ଜାମ୍ମୁକାଶ୍ମୀରରେ ମତଦାନ ହୋଇଥିଲା । ଏହି ସମୟରେ ସେଠାରେ ଖୁବଶୀଘ୍ର ବିଧାନସଭା ନିର୍ବାଚନ  ହେବ ବୋଲି ନିର୍ବାଚନ ଆୟୋଗ କହିଥିଲେ । ଏଥର ଲୋକସଭା ନିର୍ବାଚନରେ ଗତ ୪ ଦଶନ୍ଧୀ ପରେ ସବୁଠୁ ଅଧିକ ୫୮.୫୮ ପ୍ରତିଶତ ମତଦାନ ହୋଇଛି । କାଶ୍ମୀର ଘାଟିରେ ୫୧.୦୫ ପ୍ରତିଶତ ଭୋଟିଂ ହୋଇଥିବା ଜଣାପଡ଼ିଛି । 

 

  • Jammu Kashmir
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.