ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଦୁର୍ନୀତି, ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପି ତରଫରୁ ଅସ୍ତରଙ୍ଗ ବ୍ଲକ ଘେରାଉ

ଅସ୍ତରଙ୍ଗ: ୧୮/୧୧ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ପିସି କାରବାର ପ୍ରତିବାଦରେ ବିଜେପି ତରଫରୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଘେରାଉ କରିଛି ବିଜେପି । ବିଜେପିର ଅଭିଯୋଗ ଓଡିଶାରେ ପିସି କାରବାର ଚାଲିଛି । ଗତ ୯ ବର୍ଷରେ ମୋଦି ସରକାର ଓଡିଶାକୁ ୧୮ ଲକ୍ଷ କୋଟିରୁ ଅଧିକ ଟଙ୍କା ଦେଇଛନ୍ତି । ତେବେ ଗ୍ରାମାଞ୍ଚଳ ବିକାଶ ପାଇଁ ଯାଇଥିବା ଅର୍ଥ ହରିଲୁଟ କରାଯାଇଛି ଓ ଏ ଅର୍ଥରେ ବିଜେଡି ନିର୍ବାଚନ ବୈତରଣୀ ପାର ହେବାକୁ ଚାହୁଁଥିବା ଦଳ ଅଭିଯୋଗ କରିଛି । ତାହା ସହ ଦୀର୍ଘ ୨୩ ବର୍ଷରୁ ଉର୍ଦ୍ଧ ସମୟ ବିଜେଡି ଦଳର ଶାସନ କାଳରେ କୁଶାସନ ଏକ ବିରାଟ କଳା ଆସ୍ତରଣ ଓଡିଶା ଶାସନରେ କାୟା ବିସ୍ତାର କରିସାରିଛି । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଶିଳ୍ପ ସବୁ କ୍ଷେତ୍ରରେ ଅବ୍ୟବସ୍ତା ଲାଗି ରହିଥିବା ସ୍ଥଳେ ମହିଳା ମାନଙ୍କ ଉପରେ ଅତ୍ୟାଚାର ଓ ପ୍ରଶାସନିକ କ୍ଷେତ୍ରରେ ଦୁର୍ନୀତି ବ୍ୟାପକତା ଦିନକୁ ଦିନ ବଢ଼ି ଚାଲିଛି । ଅସ୍ତରଙ୍ଗ ବ୍ଲକର ଅନେକ ଗ୍ରାମରେ ଏ ପର୍ଯ୍ୟନ୍ତ ପାନୀୟ ଜଳ ଉପଲବ୍ଧ ନଥିବାରୁ ସମ୍ପୃକ୍ତ ଗ୍ରାମବାସୀ ମାନେ ଅନୁପଯୁକ୍ତ ଜଳ ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । 

ଏଣୁ ଯୁଦ୍ଧ କାଳୀନ ଭିତ୍ତିରେ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ ହେବା ଜରୁରୀ ।  ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆମ ଗାଁ ଆମ ବିକାଶ ,ମନରେଗା, ଅମୃତ ସରୋବର ଯୋଜନାରେ କାର୍ଯ୍ୟକାରୀ ହୋଇଥିବା କାର୍ଯ୍ୟମାନଙ୍କରେ ଅନେକ ଦୁର୍ନୀତି ଜାଲିଆତି ଓ ନିୟମ ଖିଲାପ ହୋଇ ସରକାରୀ ଅର୍ଥ ବାଟମାରଣା ହୋଇଛି । ଏହି ପରିପ୍ରେକ୍ଷୀରେ ଶନିବାର ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ଅସ୍ତରଙ୍ଗ ବ୍ଲକ ଘେରାଉ କରିଛି ବିଜେପି । ପ୍ରଥମେ ବିଜେପି କର୍ମୀମାନେ ଅସ୍ତରଙ୍ଗ ବିଜେପି କାର୍ଯ୍ୟାଳୟରୁ ଏକ ବିରାଟ ପଦଯାତ୍ରାରେ ଆସି ବ୍ଲକ ସାମ୍ନାରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେଇ ଅସ୍ତରଙ୍ଗ ବ୍ଲକ ସାମ୍ନାରେ ଘେରାଉ କରି ବସିଥିଲେ । ସ୍ଥାନୀୟ ମଣ୍ଡଳ ସଭାପତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଆନ୍ଦୋଳନରେ ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ, ବିଜେପି ନେତା ତଥା ଯୁବ ମାନସର ପ୍ରତୀକ ଜୟନ୍ତ କୁମାର ବେହେରା, ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ରାକେଶ ବିଶ୍ୱାଳ, ଏସି ମୋର୍ଚ୍ଚା ସଭାପତି ଶିଶିର କୁମାର ବେହେରା, ଏକ ନମ୍ବର ମଣ୍ଡଳ ସଭାପତି ପ୍ରଭାକର ନାୟକ, ଦୁଇ ନମ୍ବର ମଣ୍ଡଳ ସଭାପତି ଗୋଲେଖ ପ୍ରଧାନ, ଅସ୍ତରଙ୍ଗ ଓବିସି ସଭାପତି ହୃଦାନନ୍ଦ ବସ୍ତିୟା,ପ୍ର ସନ ବେହେରା, ଆଳଙ୍ଗପୁର ସମିତି ସଭ୍ୟାଙ୍କ ପ୍ରତିନିଧି ପବିତ୍ର ଲେଙ୍କା, କାକଟପୁର ସଂଯୋଜକ ସୁଦାମ ସ୍ୱାଇଁଙ୍କ ସହ ଅସ୍ତରଙ୍ଗ ବ୍ଲକର ଶତାଧିକ ବିଜେପି ମହିଳା ଓ ପୁରୁଷକର୍ମୀ ଯୋଗ ଦେଇଥିଲେ ଏବଂ ଅଞ୍ଚଳରେ ହୋଇଥିବା ବିଭିନ୍ନ ପ୍ରକାରର ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ଶେଷରେ ବିଜେପି କର୍ମୀ ଓ ନେତୃବୃନ୍ଦ ମହାମହିମ ରାଜ୍ୟପାଳଙ୍କ ନିକଟକୁ ଅସ୍ତରଙ୍ଗ ବିଡ଼ିଓଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଉପଖଣ୍ଡ ଅଧିକାରୀ ପ୍ରଭାତ କୁମାର ମଲ୍ଲିକ, ଅସ୍ତରଙ୍ଗ ଥାନାଧିକାରୀ ରାଜେଶ ବଳିୟାର ସିଂ ଙ୍କ ସମେତ ଏକ ପ୍ଲାଟୁନୁ ପୁଲିସ ମୁତୟନ ହୋଇଥିଲେ ।  


 

Copyright © 2022 - Summa Real Media Private Limited. All Rights Reserved.