ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦୁର୍ଘଟଣା ରୋକିବାକୁ ସଚେତନତା କାର୍ଯ୍ୟକ୍ରମ, ଦୁଇଚକିଆ ଯାନକୁ ହେଲମେଟ୍ ଓ ଚାରିଚକିଆ ଯାନରେ ସିଟ୍‌ବେଲ୍ଟ ପିନ୍ଧିବାକୁ ପରାମର୍ଶ

ଜଳେଶ୍ୱର, ୩।୧୨: ବାଲେଶ୍ୱର ଜିଲ୍ଲା ଜଳେଶ୍ବର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭେଲୋରା ଛକ ନିକଟରେ ବସ୍ତା ପୋଲିସ ଓ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ଵାରା ମିଳିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ଭେଲୋରାଠାରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ଆସୁଥିବା ବେଳେ, ଦୁଇଚକିଆ ଗାଡ଼ିରେ   ହେଲମେଟ୍ ପିନ୍ଧିବା ଏବଂ ଚାରିଚକିଆ ଯାନରେ ସିଟ୍‌ବେଲ୍ଟ ପିନ୍ଧି ଗାଡ଼ି ଚଲାଇବାକୁ ଉପସ୍ଥିତ ଅଧିକାରୀମାନେ ପରାମର୍ଶ ଦେଇଥିଲେ । 

ଏହି କାର୍ଯ୍ୟକ୍ରମରେ ବସ୍ତା ଥାନା ଭାରପ୍ରାପ୍ତ ଅଧିକାରୀ ଗୋବିନ୍ଦ ଚରଣ ବେହେରା, ରାଜପଥ ପୋଲିସ ଅଧିକାରୀ ସୁବୋଧ କୁମାର ଗିରି, ରାଜପଥ ପେଟ୍ରୋଲିଂ ଅଫିସର ରଣଜିତ ଦାସ, କଣ୍ଟ୍ରୋଲ ରୁମ୍ ଅଫିସର ରେଜାବୁଲ ହକ , ଫାର୍ମାସିଷ୍ଟ ନିଶାନ୍ତ ମଣ୍ଡଳଙ୍କ ସହ ଅନ୍ୟ ଅଧିକାରୀ ସାମିଲ ହୋଇଥିଲେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.